You are here
Home > ଲାଟେଷ୍ଟ > ସେପ୍ଟେମ୍ବର ୨୩ରେ ଛାତ୍ରସଂସଦ ନିର୍ବାଚନ

ସେପ୍ଟେମ୍ବର ୨୩ରେ ଛାତ୍ରସଂସଦ ନିର୍ବାଚନ

୧୫ରେ ବିଜ୍ଞପ୍ତୀ ,୧୬ରେ ନାମାଙ୍କନ ପତ୍ର ଦାଖଲ
୧୮ ଯାଞ୍ଚ ଓ ପ୍ରତ୍ୟାହାର ,୨୨ରେ ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର ମିଟିଂ
♦ ୨୩ରେ ଭୋଟ୍ , ୨୫ରେ ଶପଥ ଗ୍ରହଣ
ଭୁବନେଶ୍ୱର: ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରସଂସଦ ନିର୍ବାଚନ ନିମନ୍ତେ ବିଜ୍ଞପ୍ତୀ ପ୍ରକାଶ ପାଇଛି । ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଘୋଷଣା ହୋଇଥିବା ବିଜ୍ଞପ୍ତୀ ଅନୁଯାୟୀ ନିର୍ବାଚନ ନେଇ ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ମହାବିଦ୍ୟାଳୟ ଗୁଡିକ ବିଧିବଦ୍ଧ ଘୋଷଣା କରିବେ । ୧୬ ତାରିଖରେ ଆଶାୟୀ ପ୍ରାର୍ଥୀ ମାନେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ । ୧୮ ତାରିଖ ପ୍ରାର୍ଥୀ ପତ୍ର ଯାଞ୍ଚ ହେବା ସହ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଦତଦଭିନ୍ନ ଏହି ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବାକୁ ଦିନ ଧାର୍ଯ୍ୟ ହୋଇଛି । ୨୨ ତାରିଖରେ ବିଭନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ମାନେ ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର ମିଟିଂରେ ଉଦବୋଧନ ଦେବେ । ଏଥିସହ ନିର୍ବାଚନ ପ୍ରଚାର ମଧ୍ୟ ଶେଷ ହେବ । ୨୩ ତାରିଖ ସକାଳ ୮ରୁ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିଦିନ ସନ୍ଧ୍ୟା ସୁଦ୍ଧା ଭୋଟ୍ ଗଣତି ଓ ଫଳାଫଳ ଘୋଷଣା କରାଯିବ । ଏହାପରେ ୨୫ ତାରିଖରେ ନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
ଅନ୍ୟପକ୍ଷରେ ରୋଭେନ୍ସା ବିଶ୍ୱବିଦ୍ୟାଳୟରେ ଚଳିତବର୍ଷ ଠାରୁ ନିର୍ବାଚନ ସଂସ୍କରରେ ପରିବର୍ତ୍ତନ କରାଯାଇଛି । ସଂସଦ ପରିବର୍ତ୍ତେ ଛାତ୍ର ପରିଷଦ ନିର୍ବାଚନ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

ONA

Leave a Reply

Top