You are here
Home > ଇଣ୍ଡିଆ > ସୁସ୍ଥ ହେଉଛନ୍ତି ଜଗା କାଳିଆ,କାଳିଆ ଠୁ ଜଗା ବେଶୀ ଫିଟ

ସୁସ୍ଥ ହେଉଛନ୍ତି ଜଗା କାଳିଆ,କାଳିଆ ଠୁ ଜଗା ବେଶୀ ଫିଟ

ଦିଲ୍ଲୀ : ଯୋଡାମୁଣ୍ଡ ଲାଗି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ଜଗା-କାଳିଆଙ୍କ ଦିଲ୍ଲୀର ଏମସରେ ଅପରେସନ କରାଯାଇ ଦୁଇ ଭାଇଙ୍କୁ ଅଲଗା କରାଯାଇଥିଲା । ଏବେ ଦୁଇ ଭାଇ ଜଗା କାଳିଆ ସୁସ୍ଥ ହେଉଛନ୍ତି । କାଳିଆ ଠୁ ଜଗା ଆହୁରୀ ଅଧିକ ଫିଟ ଅଛି । ବଳିଆର ସ୍ବାସ୍ଥ୍ୟବସ୍ଥାରେ  ପାଖାପାଥି ୭୦ ପ୍ରତିଶତ ସୁଧାର ଆସିଥିବାବେଳେ ଜଗାର ଦେହ ୯୦ ପ୍ରତିଶତରୁ ଅଧିକ ସୁସ୍ଥ ଅଛି । ଏମଏସରୁ ସୁତ୍ର ଅନୁସାରେ ମିଳିଥିବା ସୂଚନା ଅନୁସାରେ ଆଉ କିଛି ଦିନ ପରେ ଏହି ଦୁଇ ଭାଇଙ୍କୁ ଏମଏସରୁ ଡି-ଚାର୍ଜ କରାଯିବ । ତେବେ ଅପରେସନ ପରର ୨ବର୍ଷ ବି ଦୁଇ ଭାଇଙ୍କ ଲାଗି ବେଶ ଗୁରୁତ୍ବ ପୂଣ୍ଣ ରହିଛି । ତେଣୁ ଏହି ଦୁଇ ଭାଇଙ୍କୁ ଭୁବନେଶ୍ବରରେ ଅବଜରଭେସନରେ ରଖାଯାଇ ଚିକିତ୍ସା କରାଯିବ ବୋଲି ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପଜେନା ସୂଚନା ଦେଇସାରିଛନ୍ତି ।

କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡାମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କୁ ନୂଆଦିଲ୍ଲୀର ଏମସ୍‌ରେ ବିରଳ ଅସ୍ତ୍ରୋପଚାର ହୋଇ ୨ ଭାଇଙ୍କର ଯୋଡାମୁଣ୍ଡକୁ ଅପରେସନ କରାଯାଇ ସଫଳତା ସହ ଅଲଗା କରାଯାଇଛି। ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଶିଶୁ ଜଗା କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା। ଏଥିରେ ନିଶ୍ଚେତକ, ହୃଦରୋଗ, ଶିଶୁ ଚିକିତ୍ସା ବିଭାଗ, ସ୍ନାୟୁରୋଗ ଆଦି ବିଭିନ୍ନ ବିଭାଗର ଡାକ୍ତର ସାମିଲ ରହିଥିଲେ । ଅପରେସନ ଲାଗି ରାଜ୍ୟ ସରକାର କୋଟିଏ ଟଙ୍କାର ସହାୟତ ଦେବା ସହ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ।

ONA

Leave a Reply

Top