You are here
Home > ଲାଟେଷ୍ଟ > ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ

ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ

କଟକ: ସେପ୍ଟେମ୍ବର ୧୯ ତାରିଖରେ ସିବିଆଇ ପକ୍ଷରୁ  ଭୁଲବଶତଃ ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ଦାସଙ୍କ ବାସଭବନରେ ପ୍ରବେଶ ଉଦ୍ୟମ ହୋଇଥିଲା । ଜନୈକ ପୂର୍ବତନ ବିଚାରପତିଙ୍କୁ ଖୋଜିବାକୁ ଆସି ଜଷ୍ଟିସ ଦାସଙ୍କ ଘରେ ପଶିଥିଲା ସିବିଆଇ । ଏହାକୁ ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଥିଲା ତୁମ୍ଭିତୋଫାନ । କ୍ୟାଣ୍ଟେନମେଣ୍ଟ ପୋଲିସ ଥାନାରେ ଜଷ୍ଟିସଙ୍କ ଘରେ ମୁତୟନ ହୋଇଥିବା ହୋମଗାର୍ଡ ଙ୍କ ବୟାନ ଆଧାରରେ ମାମଲା ରୁଜୁ ହୋଇଥିଲା । ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇଏମ୍ କୁଦ୍ଦସୀ ଙ୍କୁ ଖୋଜିବାକୁ ଆସି ଓଡ଼ିଶା ହାଇକୋର୍ଟର ବିଚାରପତି ସିଆର୍ ଦାସଙ୍କ ସରକାରୀ ବାସଭବନରେ ଭୁଲ୍ ରେ ପ୍ରବେଶ କରିଥିବାରୁ ସିବିଆଇ ପକ୍ଷରୁ ଜଷ୍ଟିସ ଦାସଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା ସିବିଆଇ ପକ୍ଷରୁ କରାଯାଇଛି ବୋଲି ସିବିଆଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି । ଏହାର ବିଚାର ଆସନ୍ତାକାଲି ସୁପ୍ରିମକୋର୍ଟରେ କରାଯିବ ବୋଲି ଆଇନଜୀବି ଶିବଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ONA

Leave a Reply

Top