You are here
Home > ଲାଟେଷ୍ଟ > ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହେଲା ଜଜ ଲୋୟା ମୃତ୍ୟୁ ମାମଲା

ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହେଲା ଜଜ ଲୋୟା ମୃତ୍ୟୁ ମାମଲା

ନୂଆଦିଲ୍ଲୀ : ସିବିଆଇ ସ୍ଵତନ୍ତ୍ର ଜଜ ଲୋୟାଙ୍କ ମୃତ୍ୟୁ ମାମଲାରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହାର ଶୁଣାଣି କରି ମୁଖ୍ୟ ବିଚରାପତି ଜଷ୍ଟିସ ଦୀପିକ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାର ନିରପେକ୍ଷ ଯାଞ୍ଚ ହେବା ଉଚିତ୍। ସୁପ୍ରିମକୋର୍ଟ କହିଛି ଯେ ଏହା ଏକ ଗମ୍ଭୀର ମାମଲା ଏବଂ ଅଦାଲତ ସମସ୍ତ ନଥିପତ୍ର ଦେଖିବେ।  ସମସ୍ତ ପକ୍ଷକାରଙ୍କୁ ସିଲ ବନ୍ଦ ଲଫାପାରେ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ହାଇକୋର୍ଟରେ ଦାଖଲ ସମସ୍ତ  ମାମଲା ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହେବ।  ଏହା  ଆଦେଶ ପରେ ଜଜ ଲୋୟାଙ୍କ ମୃତ୍ୟୁ ସହିତ ଜଡିତ ଦୁଇଟି ଯାଚିକା ବମ୍ବେ ହାଇକୋର୍ଟରୁ ସୁପ୍ରିମକୋର୍ଟକୁ  ସ୍ଥାନାନ୍ତର ହେବ। ମାତ୍ର ମହାରାଷ୍ଟ୍ର ସରକାର ନିଜର ପକ୍ଷ ରଖି କହିଛନ୍ତି ଯେ ଜଜ ଲୋୟାଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି ଏବଂ ତଦନ୍ତରେ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇଥିବା ଜଣା ପଡିନାହିଁ। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ କୌଣସି ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ ନାହିଁ।  ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨ରେ ହେବ। ସୁପ୍ରିମକୋର୍ଟ କହିଛନ୍ତି ଯେ ସେ ଜଜ ଲୋୟାଙ୍କ ମୃତ୍ୟୁ ସହିତ ଜଡିତ ସମସ୍ତ ଦସ୍ତାବିଜର ପରୀକ୍ଷଣ କରିବେ। ସୋରାବୁଦ୍ଦୀନ ଏନକାଉଣ୍ଟର ମାମଲାର ଶୁଣାଣି କରୁଥିବା ସିବିଆଇର ଦିବଙ୍ଗତ ଜଜ ବି.ଏଚ.ଲୋୟାଙ୍କ ମୃତ୍ୟୁର ସ୍ଵତନ୍ତ୍ର ଯାଞ୍ଚ ପାଇଁ ଦାବି କରାଯାଉଥିଲା।  ଜଜ ଲୋୟା ସିବିଆଇର ସ୍ଵତନ୍ତ୍ର କୋର୍ଟରେ ସୋରାବୁଦ୍ଦୀନ ମିଥ୍ୟା ଏନକାଉଣ୍ଟର ମାମଲାର ବିଚାର କରୁଥିଲେ। ଏହି ହାଇ ପ୍ରୋଫାଇଲ ମାମଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସହିତ ଅନେକ ବଡ଼ ବଡ଼ ଅଧିକାରୀ ସାମିଲ ଥିଲେ। ଏହି ମାମଲାରେ ଅମିତ୍ ଶାହା ଦୋଷମୁକ୍ତ ହୋଇ ସାରିଛନ୍ତି। ସୋମବାର ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷ ରଖୁଥିବା ଓକିଲ ହରିଶ ସାଲଭେ କହିଛନ୍ତି ଯେ ଜଜ ଲୋୟାଙ୍କ ମୃତ୍ୟୁ ହୃଦଘାତ କାରଣରୁ ହୋଇଛି। ମିଡିଆ ରିପୋର୍ଟ୍ସ ମୁତାବକ ସାଲଭେ ଏହା ମଧ୍ୟ କହିଛନ୍ତି ଯେ ଜଜ ଲୋୟାଙ୍କ ମୃତ୍ୟୁ ମାମଲାରେ କୌଣସି ପ୍ରକାରର ସନ୍ଦେହ ନାହିଁ। ଜଜ ଲୋୟାଙ୍କ ମୃତ୍ୟୁ ହୃଦଘାତ କାରଣରୁ ସଂପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି। ସାଲଭେ କହିଛନ୍ତି ଯେ ମିଡିଆ ରିପୋର୍ଟ୍ସ ପରେ ୪ ନ୍ୟାୟିକ ଅଧିକାରୀ ଜଜ ଲୋୟାଙ୍କ ମୃତ୍ୟୁର ଯାଞ୍ଚ କରିଥିଲେ।

ONA

Leave a Reply

Top