You are here
Home > ଲାଟେଷ୍ଟ > ସୁନ୍ଦରଗଡ ସଭାରେ ମହିଳା ଓ ଯୁବତୀଙ୍କଠାରୁ କଳା ଓଢ଼ଣି ବାହାର କରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ

ସୁନ୍ଦରଗଡ ସଭାରେ ମହିଳା ଓ ଯୁବତୀଙ୍କଠାରୁ କଳା ଓଢ଼ଣି ବାହାର କରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦେଶ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ସଭାରେ ପୋଲିସ ମହିଳା ଓ ଯୁବତୀଙ୍କଠାରୁ କଳା ଓଢ଼ଣି ବାହାର କରି ଦେବା ଘଟଣାରେ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି  । ଗୃହ ବିଭାଗ ସଚିବ ଅସିତ ତ୍ରୀପାଠୀ ଏହି ସୂଚନା ଦେଇଛନ୍ତି  । ମୁଖ୍ୟମନ୍ତ୍ରୀ ଅସନ୍ତୋସ ପ୍ରକାଶ କରିବା ସହ ଘଟଣା ଲାଗି ଦୁଖ ପ୍ରକାଶ କରିଛନ୍ତି  । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ଡାକି ତାଗିଦ କରିବା ସହ ଏଭଳି ଘଟଣାର ଯେମିତି ପୁଣି ନଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ଡିଜିଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି  ।

ONA

Leave a Reply

Top