You are here
Home > ଲାଟେଷ୍ଟ > ସୁଙ୍କି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣା: ତଦନ୍ତ କରିବ ଗୁଇନ୍ଦା

ସୁଙ୍କି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣା: ତଦନ୍ତ କରିବ ଗୁଇନ୍ଦା

ଭୁବନେଶ୍ୱର: କୋରାପୁଟ ଜିଲ୍ଳା ସୁଙ୍କି ଘାଟି ନିକଟରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଯବାନ ସହିଦ ଘଟଣାରେ ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଲଳିତ ଦାସ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗୁଇନ୍ଦା ନିର୍ଦେଶକ ଓ ଆଇଜି ଅପରେସନ୍ ଘଟଣାର ତଦନ୍ତ କରିବେ । ତଦନ୍ତ ପାଇଁ ଉଭୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏସ୍ଓପିପାଳନ ହୋଇଛି ନା ନାହିଁ ତାହା ତଦନ୍ତ ରିପୋର୍ଟ ଆସିବା ପରେ ଜଣାପଡିବ । ତେବେ ଘଟଣା ନେଇ କେହି ନିଜକୁ ଦାୟୀ କରି ନାହାନ୍ତି । ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ସୁରକ୍ଷା ପାଇଁ ସମ୍ପୃକ୍ତ ଅଂଚଳରେ ପୂର୍ବରୁ ନିର୍ଦେଶ ଦିଆଯାଇଛି ବୋଲି ଶ୍ରୀ ପ୍ରସାଦ କହିଛନ୍ତି । ଅନ୍ୟପକ୍ଷରେ ଡିଆଇଜି ଏସ୍ ସାଇନୀ କହିଛନ୍ତି ଯେ ଯାହା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଘଟଣା । ଗାଡିରେ ଯାଉଥିବା ପୋଲିସ ସଶସ୍ତ୍ର ନଥିଲେ । ଏପରି କାଣ୍ଡ ଘଟାଇଥିବା ମାଓବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ମିଳିତ ଅପରେସନ୍କୁ ଗୁରୁତ୍ୱ ଦିଆଯିବ । ସେହିପରି ପୋଲିସ ଗାଡିରେ ଯିବା ସମ୍ପର୍କରେ ମତ ରଖି ଡିଆଇଜି କହିଛନ୍ତି ଯେ ଆମେ ବହୁ ସମୟରେ ପୋଲିସ ଗାଡିରେ ଗସ୍ତ କରିଥାଉ । ଏହି ଘଟଣାରେ ମାନବାଧିକାର ସଂଗଠନମାନେ କଣ ପାଇଁ ଚୁପ ଅଛନ୍ତି । ପୋଲିସ ଗୁଳିରେ ମୃତୁ ୍ୟ ବେଳେ ସେମାନେ ସମାଲୋଚନା କରନ୍ତି । ମାତ୍ର ଏତେ ସଂଖ୍ୟାରେ ପୋଲିସ ମୃତୁ ୍ୟବରଣ କରିବା ଘଟଣାରେ ସେମାନେ ଆଗକୁ ଆସୁନାହାନ୍ତି କାହିଁକି । ବୋଲି ସେ ପ୍ରଶ୍ନ କରିଛନ୍ତି ।

ONA

Leave a Reply

Top