You are here
Home > ଲାଟେଷ୍ଟ > ସିବିଏସଇ ପରୀକ୍ଷା ଫଳ ବିଭ୍ରାଟ ଘଟଣା: ଆନେ୍ଦାଳନରୁ ଓହରିଲା ଅଭିଭାବକ ସଂଘ

ସିବିଏସଇ ପରୀକ୍ଷା ଫଳ ବିଭ୍ରାଟ ଘଟଣା: ଆନେ୍ଦାଳନରୁ ଓହରିଲା ଅଭିଭାବକ ସଂଘ

ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବିଭ୍ରାଟକୁ ନେଇ ଆମରଣ ଅନଶନ ଚଳାଇଥିବା ଅଭିଭାବକ ସଂଘ ଆଜି ଆନେ୍ଦାଳନ ପ୍ରତ୍ୟାହାର କରିନେଇଛି । ତେବେ ସଂଘ ଏହି ବିରୋଧ ପ୍ରଦର୍ଶନ ଜାରି ରଖିବ । ଏହି ଆନେ୍ଦାଳନରେ ଛତିଶଗଡ ଓ ପଶ୍ଚିମବଙ୍ଗରୁ ଅଭିଭାବକଙ୍କ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ସିବିଏସଇ ଭୁବନେଶ୍ୱର ରିଜିଅନ କାର୍ଯ୍ୟାଳୟ ପରିସରରେ ଏହି ଆନେ୍ଦାଳନ ଚାଲିଛି । ୬ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ସଂଘ କହିଛି । ଏପଟେ ଖାତା ପୁନଃ ମୂଲ୍ୟାୟନ ନେଇ ଅଭିଭାବକଙ୍କ ପକ୍ଷରୁ ହାଇକୋର୍ଟରେ ସମୂହ ପିଟିସନ୍ ଦାଖଲ କରାଯିବ ।
  ଗତକାଲି ହାଇକୋର୍ଟ ୧୮ଜଣ ଛାତ୍ରଛାତ୍ରୀଙ୍କ ଖାତାର ପୁନଃମୂଲ୍ୟାୟନ ସହିତ ଜୁନ ୧୦ ତାରିଖ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରିବା ପାଇଁ ବୋର୍ଡକୁ ନିର୍ଦେଶ ଦେଇଥିଲେ । ତେବେ ଆଜି ବିଳମ୍ବରେ ପୁନଃ ମୂଲ୍ୟାୟନ ନିମନ୍ତେ ବୋର୍ଡ ପକ୍ଷରୁ ଆବେଦନ ଗ୍ରହଣ କରାଯାଇଛି । ରିଚେକିଂ ନିମନ୍ତେ ପ୍ରତିଟି ବେଦନ ପାଇଁ ୧୦୦୦ ଟଙ୍କା ଲେଖାଏଁ ବୋର୍ଡ କର୍ତ୍ତୃପକ୍ଷ ନେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ପ୍ରତିଟି ବିଷୟ ପ୍ରତି ବୋର୍ଡ ଦାବି କରୁଥିବା ଟଙ୍କାକୁ  ଛାଡ କରାଯାଉ ବୋଲି ଦାବି ହୋଇଥିଲା । କିନ୍ତୁ ଏହାକୁ ସିବିଏସଇ ବୋର୍ଡ କର୍ତ୍ତୃପକ୍ଷ ଗ୍ରହଣ କରି ନାହାନ୍ତି ।

ONA

Leave a Reply

Top