You are here
Home > ଏଣ୍ଟରଟେନମେଣ୍ଟ > ସିଦ୍ଧାନ୍ତ-ଜ୍ୟାକଲିନ ଯୋଡି

ସିଦ୍ଧାନ୍ତ-ଜ୍ୟାକଲିନ ଯୋଡି

ଶ୍ରୀଲଙ୍କାନ୍ ବିୟୁଟି ଜ୍ୟାକଲିନ୍୍ ଫର୍ଣ୍ଣାଣ୍ଡିଜ୍ । ବିୟୁଟିଫୁଲ ଚେହେରା ସାଙ୍ଗକୁ ତାଙ୍କର  ହଟ୍୍ ଅନ୍ଦାଜ ଦର୍ଶକଙ୍କୁ କିମିୟା କରିଛି । ତାଙ୍କ ଅଭୀନିତ ଫିଲ୍ମ କିକ୍୍, ରେସ୍୍-୨, ହାଉସଫୁଲ-୨, ହାଉସଫୁଲ-୩, ମର୍ଡର-୨ ଆଦି ହିଟ୍୍ ସାବ୍ୟସ୍ତ ହୋଇଛି । ତେବେ କିଛିଦିନର ବ୍ୟବଧାନ ପରେ ପୁଣି ଥରେ ବଡ ପରଦାକୁ ଆସିବାକୁ ତୟାରି ଆରମ୍ଭ କରିଦେଲେଣି ଏହି ଅଭିନେତ୍ରୀ । ହଁ ଫିଲ୍ମ ମେକର୍୍ ରାଜ ନମ୍ବୁଦାରୀ ଏବଂ କ୍ରିଣ୍ଣା ଡିଙ୍କ ନୂଆ ଫିଲ୍ମ ରିଲୋଡେଡରେ ଜ୍ୟାକଲିନଙ୍କୁ ଲିଡ୍୍ ରୋଲରେ ଦେଖିବାକୁ ମିଳିବ । ଆଉ ଏଥିରେ ତାଙ୍କର ଯୋଡିଦାର ସାଜିଛନ୍ତି ସାଇଲେଣ୍ଟ ବୟ ସିଦ୍ଧାନ୍ତ ମଲହୋତ୍ରା । ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଦୁହେଁ ସ୍କ୍ରିନ୍୍ ସେୟାର କରିବେ । ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଆରମ୍ଭ ହୋଇଯାଇଛି । ଫିଲ୍ମର ସୁଟିଂ ମୁମ୍ବାଇ, ବ୍ୟାଙ୍କକ୍୍ ଏବଂ ମିୟାମିରେ କରାଯାଇଛି । ଏମାନଙ୍କ ବ୍ୟତୀତ ଫିଲ୍ମରେ ସୁନୀଲ ସେଟ୍ଟୀ ଓ ଦର୍ଶନ କୁମାରଙ୍କୁ ଗୁରୁତ୍ୱପୂର୍ଣ୍ଣ୍ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ସଙ୍ଗୀତ ସଜାଇଛନ୍ତି ସୁପରହିଟ୍୍ ଯୋଡି ସଚିନ-ଜିଗର । ଫିଲ୍ମଟି ଅଗଷ୍ଟ ୨୫ରେ ପରଦାକୁ ଆସିବ ।

ONA

Leave a Reply

Top