You are here
Home > ଲାଟେଷ୍ଟ > ସିଆରପିଏଫ୍‌ ଗାଡ଼ିକୁ ଆତଙ୍କବାଦୀଙ୍କ ଆକ୍ରମଣ

ସିଆରପିଏଫ୍‌ ଗାଡ଼ିକୁ ଆତଙ୍କବାଦୀଙ୍କ ଆକ୍ରମଣ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସିଆରପିଏଫ ଯବାନଙ୍କ ଉପରକୁ ଏହି ଆତଙ୍କୀ ଆକ୍ରମଣ ହୋଇଛି। ଏଥିରେ ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଆକ୍ରମଣ ପାଇଁ ଲସ୍କର-ଏ-ତୋଏବା ନିଜକୁ ଦାୟୀ କରିଛି। ୯୬-ସିଆରପିଏଫ କ୍ୟାମ୍ପରୁ ଯବାନମାନେ ପହଲଗାମକୁ ଯାଉଥିବା ବେଳେ ସେମାନଙ୍କ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ସିଆରପିଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

ONA

Leave a Reply

Top