You are here
Home > ଲାଟେଷ୍ଟ > ସାଂସଦଙ୍କ ବିରୋଧରେ ଅସନ୍ତୋଷ ଥିଲା: ପ୍ରତାପ

ସାଂସଦଙ୍କ ବିରୋଧରେ ଅସନ୍ତୋଷ ଥିଲା: ପ୍ରତାପ

ଭୁବନେଶ୍ୱର: ମାହାଙ୍ଗାରେ ସାଂସଦ ବୈଜୟନ୍ତଙ୍କୁ ବିରୋଧ କରିବା ଘଟଣାରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି  । ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡି ହିଂସା ସପକ୍ଷରେ ନୁହେଁ କିମ୍ବା ହିଂସାକୁ ପ୍ରଶ୍ରୟ ଦିଏ ନାହିଁ  । ଦଳୀୟ ଶୃଙ୍ଖଳାରେ ହିଂସାର କୌଣସି ସ୍ଥାନ ନାହିଁ  । ଏହା ଏକ ନିନ୍ଦନୀୟ ଘଟଣା  । ଘଟଣାର ଅନୁଧ୍ୟାନ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ କୁହାଯାଇଛି । ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା ମୁହଁ ଖୋଲିଛନ୍ତି । ପ୍ରତାପ ଜେନା କହିଛନ୍ତି ଘଟଣା ଦିନ ମୁଁ ଶିରିଡିରେ ଥିଲି  । ଘଟଣା ମୋ ଦୃଷ୍ଟିକୁ ଆସିଛି । ଏହା ନେଇ ମୁଁ ଦୁଃଖିତ  । ଏମିତି ଘଟଣା କାହିଁକି ଘଟିଲା ତାର ଅନୁଧ୍ୟାନ ହେବା ଦରକାର  । ଟିକେ ସତର୍କତା ଅବଲମ୍ବନ କରିଥିଲେ ଘଟଣାକୁ ଏଡାଇ ଦିଆଯାଇପାରିଥାନ୍ତା  । ବୋଧହୁଏ  ସାଂସଦଙ୍କ ଉପରେ ଜନ ଅସନ୍ତୋଷ ଥିଲା । ଯାହାକୁ ନେଇ ଏତେ ବଡ ଘଟିଗଲା । ସେ କହିଛନ୍ତି, ବୈଜୟନ୍ତ ଯେମିତି ମିଡିଆରେ ମନ୍ତବ୍ୟ ଦେଉଛନ୍ତି, ତାହା ଦଳକୁ କ୍ଷତି କରୁଛି । ସେଥିପାଇଁ ତାଙ୍କ ବିରୋଧରେ ଜନ ଅସନ୍ତୋଷ ଥିଲା । ପ୍ରକଳ୍ପ ଉଦଘାଟନରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରାଯାଇଥିଲା । ବାହାର ଅଞ୍ଚଳରୁ ୧୦ଟି ଗାଡିରେ ଲୋକେ ଆସିଥିବା ସେ ଶୁଣିଥିବା ପ୍ରତାପ ଜେନା କହିଛନ୍ତି  । ଘଟଣା ସ୍ଥଳରେ କୌଣସି ସ୍ଥାନୀୟ ଲୋକେ ନଥିଲେ  । ବାହାରୁ ଆସିଥିବା ଲୋକେ ଏଠି ଅଶାଳୀନ ବ୍ୟବହାର କରିଥିବା ଦେଖାଯାଇଥିଲା । ଉଦଘାଟନ ସମୟରେ ଏମିତି ଘଟଣା ଘଟିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା । ତାହାହିଁ ହୋଇଛି । ଏହି ଘଟଣାର ସମାଧାନ ହେବା ଉଚିତ  । ଘଟଣାର ପୁନରାବୃତ୍ତି ଯେମିତି ନହେବ ସେଥିପ୍ରତି  ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ONA

Leave a Reply

Top