You are here
Home > ଲାଇଫ୍ ଷ୍ଟାଇଲ୍ > ସବୁ ଛାତି ଯନ୍ତ୍ରଣା ହୃତଘାତ ନୁହେଁ

ସବୁ ଛାତି ଯନ୍ତ୍ରଣା ହୃତଘାତ ନୁହେଁ

ଛାତିରେ ଯନ୍ତ୍ରଣା ମାରାତ୍ମକ ଲକ୍ଷଣ । ତେବେ ସବୁ ଯନ୍ତ୍ରଣା ହୃଦଘାତ ନୁହେଁ । ତେଣୁ ଏଥିପାଇଁ ଭୟଭୀତ ହେବା ଉଚିତ୍୍ ନୁହେଁ । ବିଭିନ୍ନ କାରଣରୁ ଆମ ଛାତିରେ ଯନ୍ତ୍ରଣା ହୋଇଥାଏ । ପାକସ୍ଥଳୀରେ ଅମ୍ଳ, ସେହି ଅମ୍ଲ ଛାତିରେ ଥିବା ଖାଇବାନଳୀ ମଧ୍ୟକୁ ପଶ୍ଚାତ ପ୍ରବାହ, ଫୁସଫୁସରେ ଜୀବାଣୁ ପଦାହ, ଫାଇଲେରିଆ, ହୁକ୍ ବାର୍ମ ଓ କେଞ୍ଚୁଆର ଶିଶୁ ପରଜୀବୀମାନଙ୍କର ହୃତପିଣ୍ଡ ଓ ଫୁସଫୁସ ମଧ୍ୟ ଦେଇ ଗତି ଏବଂ ତାହାର ପରିମାଣ ଏବଂ ଇସୁନଫିଲିଆ ଛାତି ଯନ୍ତ୍ରଣାର ନିଦାନ ।
୫୦ ବର୍ଷ ବୟସ ପରେ ହୃଦଘାତର ସମ୍ଭାବନା ଅଧିକ ଥାଏ । କିନ୍ତୁ ଯୌବନର ଅନ୍ୟ କାରଣ ଗୁଡିକ ବିଚାର ଯୋଗ୍ୟ । ଛାତିର ମାଂସପେଶୀ ଓ ପଞ୍ଜରା ହାଡରେ କ୍ଷତ କିମ୍ବା ପ୍ରଦାହ ହେଲେ ଯନ୍ତ୍ରଣା ହୁଏ । ଖାଦ୍ୟନଳୀରେ ଅମ୍ଳର ପଶ୍ଚାତ ପ୍ରବାହ ଦ୍ୱାରା ଛାତି ଯନ୍ତ୍ରଣାରେ ଆକ୍ରାନ୍ତ ୩୦ ପ୍ରତିଶତ ରୋଗୀ ଏହାର ଶିକାର ହୁଅନ୍ତି । ଅମ୍ଳ ନିବାରକ ଏମୋପ୍ରାଜଲ ବଟିକା ସେବନ କଲେ ୨୪ ଘଣ୍ଟା  ମଧ୍ୟରେ ଉପଶମ ମିଳେ ।
ଛାତି ଯନ୍ତ୍ରଣାର ଅନ୍ୟ କାରଣ ମଧ୍ୟ ରହିଛି । ଖାଇବାରେ କଷ୍ଟ ହେବା, ଆମ୍ବିଳି ହାକୁଟି ହେବା, ଆସ୍ପିରିନ୍୍ ଓ ମଦ୍ୟପାନ କଲେ ଯନ୍ତ୍ରଣା ବଢିବା, ତେଲ ମସଲା ଖାଦ୍ୟ ଖାଇଲେ ଓ ଉପକୁ ମୁହଁକରି ଶୋଇଲେ ଅମ୍ଳ ଯୋଗୁଁ ଛାତି ଯନ୍ତ୍ରଣା ହୁଏ । ମେରୁହାଡରୁ ବାହାରୁଥିବା ଭୁଷିବା ପରି ତୀକ୍ଷ୍ଣ ଯନ୍ତ୍ରଣା, ବେକ ଓ ପିଠି ବୁଲାଇବା ଫଳରେ ଅଧିକ ହେଲେ ସ୍ନାୟୁ ଉପରେ ଚାପ ପଡୁଥିବାରୁ ସନେ୍ଦହ ହୁଏ । ଡାହାଣ ପାଶ୍ୱର୍ ଛାତିର ତଳ ଭାଗରେ ଓ ପେଟର ଉପର ଅଂଶରେ ଦରଜ ହୋଇ ବିନ୍ଧା ହେଲେ ଚର୍ବି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଅଧିକ ହେଲେ ପିତ୍ତକୋଷରେ ପଥର କିମ୍ପା ପ୍ରଦାହ ହୋଇଥାଏ ।
ଛାତିରେ ୩୦ ମିନିଟରୁ ଅଧିକ ସମୟ ଯତୀକ୍ଷ୍ଣ ଯନ୍ତ୍ରଣା ହେଲେ, ବିଶ୍ରାମ ନେଲେ କିମ୍ବା ସର୍ବିଟ୍ରେଟ୍୍ ବଟିକା ଜିଭ ତଳେ ଥୋଇଲେ ସମ୍ପୂର୍ଣ୍ଣ ଉପଶମ ନ ମିଳିଲେ, ବାନ୍ତି ଦେଖାଇଲେ, ଝାଳ ବାହାରିଲେ, ଫେଣମିଶା କଫ ବାହାରିଲେ ହୃଦଘାତ ହୋଇଥାଏ । ଏକ ଚତୁର୍ଥାଂଶ ହୃଦଘାତର କୌଣସି ଲକ୍ଷଣ ନଥାଏ । ରୋଗୀ ଶେଥା ବା ମିଳନ ଦେଖାଯାଏ । ବେକରେ ଥିବା ଶିରା ଫୁଲିଯାଏ । ହୃଦଯନ୍ତ୍ର ମାଂସପେଶୀକୁ ରକ୍ତ ସଞ୍ଚାଳନ ବ୍ୟାହତ ହେଲେ ହାର୍ଟ ଆଟାକ୍୍ ହୁଏ । ଉପର ଲକ୍ଷଣ ସବୁ ପ୍ରକାଶ ପାଏ । କମ୍୍ ସମୟ ପାଇଁ ରକ୍ତ ପ୍ରବାହ ବାଧାପ୍ରାପ୍ତ ହେଲେ ଆଞ୍ଜାଇନା କୁହାଯାଏ । ମାଂସପେଶୀକୁ ଅମ୍ଳଜାନ ଆବଶ୍ୟକ ଓ ସରବରାହ ମଧ୍ୟରେ ସନ୍ତୁଳନ ନରହିଲେ ଏପରି ନିଦାନ ପ୍ରକାଶ ପାଏ । କ୍ଷଣକୋପ ଓ ମାନସିକ ଦୁଶ୍ଚିନ୍ତା ଏହାର ମୁଖ୍ୟ କାରଣ ।
ବିପଦର ଅନ୍ୟତମ କାରଣ ହେଉଛି-ଧୂମପାନ, ଡାଇବେଟିସ୍, ଉଚ୍ଚ ରକ୍ତଚାପ, ରକ୍ତରେ ଅଧିକ ପରିମାଣ କ୍ଷତିକାରକ ଓ କମ୍୍ ପରିମାଣ ଲାଭଦାୟକ କୋଲେଷ୍ଟେରଲ ଏବଂ ପରିବାରର ଅନ୍ୟ ସଦସ୍ୟାଙ୍କର ହୃଦଘାତରେ ମୃତୁ୍ୟ ଇତ୍ୟାଦି । ଇସିଜି, ଇକୋ ଓ ରକ୍ତ ପରୀକ୍ଷା କଲେ ସଠିକ୍୍ ରୋଗ ନିରୂପଣ ହେବ । ରକ୍ତରେ ସି.କେ.ଏମ୍୍.ବି.ଓ ଟ୍ରପୋନିନ୍୍ ପରୀକ୍ଷା ଦ୍ୱାରା ହାର୍ଟ ଆଟାକ୍୍ ନିର୍ଣ୍ଣୟ ହୁଏ ।
ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାଙ୍କର ତଥ୍ୟ ଅନୁଯାୟୀ ୨୦୧୦ ବର୍ଷ ସୁଦ୍ଧା ବିଶ୍ୱର ହୃଦରୋଗୀ ସଂଖ୍ୟାର ୬୦ ପ୍ରତିଶତ କେବଳ ଭାରତରେ ଦେଖିବାକୁ ମିଳିଛି । ଭାରତୀୟଙ୍କର ଜିନ୍୍ ଦୋଷ ଏଥିପାଇଁ ଦାୟୀ । ସେମାନଙ୍କର ରକ୍ତରେ ବହୁ ପରିମାଣରେ ମେଦାମ୍ଳ ରହୁଥିବାରୁ ସରୁ ଧମନୀ ମଧ୍ୟରେ ରକ୍ତପ୍ରବାହ ମନ୍ଥର ହୋଇଯାଏ । ପରିଣାମରେ ବିନା ଚେତାବନୀରେ ମୃତୁ୍ୟ ହୁଏ ।
ହୃଦଯନ୍ତ୍ରରେ ରକ୍ତ ପ୍ରବାହର ଅବରୋଧ ହେଲେ ମୃତୁ୍ୟ ଅବଶ୍ୟମ୍ଭାବୀ ହୋଇପଡେ । ଏହାର ପ୍ରତିରୋଧ ପାଇଁ ପ୍ରତିକାର ଆବଶ୍ୟକ । ଅବରୋଧ ପାଇଁ ଦାୟୀ କୋଲେଷ୍ଟେରଲ ପରିମାଣ ସୀମତ ରହିବା ଉଚିତ । ନଡିଆ ଓ ପାମ୍୍ ତେଲରେ ଅଧିକ ପରିତୃପ୍ତି ମେଦାମ୍ଳ ଥିବାରୁ ଧମନୀରେ ଅବରୋଧ ସୃଷ୍ଟି କରେ । ଛେଳି ମାଂସ, ଅଣ୍ଡା, ଲହୁଣୀ, ଛଣା ଖାଦ୍ୟ (ବନସ୍ପତିରେ ତିଆରି) କ୍ଷତିକାରକ । ଶରୀରରେ ମେଦ ବିପାକ ପ୍ରକ୍ରିୟାକୁ ଧୂମପାନ, ମଦ୍ୟପାନ, ବେଶି ଲୁଣ ଓ ମିଠା , ଅତ୍ୟଧିକ ଓଜନ ଓ ଚଳନ ରହିତ ଅବଶ୍ୟ ପ୍ରଭାବିତ କରେ । ଏଥିରୁ ମୁକ୍ତି ପାଇବାକୁ ହେଲେ ସବୁଜ ଓ ସତେଜ ପରିବା, ଫଳ, ରିକ୍ତାଣୁ ନାଶକ ଭିଟାମିନ୍-ସି ଓ ଇ ଏବଂ ନିୟମିତ ବ୍ୟାୟାମ ଅନିବାର୍ଯ୍ୟ । ଶାକାନ୍ନ ଭୋଜନ ରକ୍ତକୁ ପତଳା ରଖେ । ତନ୍ତୁଜାତୀୟ ଖାଦ୍ୟ କ୍ଷୁଦ୍ରାନ୍ତ୍ରରୁ ରକ୍ତକୁ କୋଲେଷ୍ଟେରଲ ଯିବାକୁ ଦିଏ ନାହିଁ । ହୃଦରୋଗୀମାନଙ୍କର ପାଇଁ ନିରାମିଶ ଓ ତନ୍ତୁଯୁକ୍ତ ଖାଦ୍ୟ, ସୀମିତ ଲୁଣ ଓ ଚିନି, ଅପରିତୃପ୍ତ ମେଦାମ୍ଳ ଥିବା ତେଲ ଓ ଆମିଷ (ଇଲିସି ମାଛ), ନିୟମିତ ବ୍ୟାୟାମ ଓ ଦୁଶ୍ଚିନ୍ତାହୀନ ଜୀବନ ନିରାମୟ ଜୀବନଯାପନ ପାଇଁ ଅପରିହାର୍ଯ୍ୟ ।

ONA

Leave a Reply

Top