You are here
Home > ଲାଟେଷ୍ଟ > ସବୁଠି ଜାଡ଼

ସବୁଠି ଜାଡ଼

ଭୁବନେଶ୍ୱର: ଚାରିଆଡ଼େ ଶୀତର ରାଜୁତି  । ବାଲେଶ୍ୱରରୁ ନବରଙ୍ଗପୁର ଆଉ ମୟୂରଭଞ୍ଜରୁ ମାଲକାନାଗିରି ଯାଏ, ଉପାନ୍ତରୁ ଉପକୂଳ କାହାକୁ ବି ବାଦ ଦେଇନି ଚଳିତ ବର୍ଷର ଶୀତ । ମାଘ ମାସରେ ବାଘ ପରି ଶୀତ ଆପ୍ତ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛି ଚଳିତ ବର୍ଷର ଶୀତ । ଦାରିଙ୍ଗିବାଡ଼ି, ଫୁଲବାଣୀ, ଶିମିଳିପାଳର ମେଘାସନୀ ରେ ୩ ଡ଼ିଗ୍ରୀ ତଳକୁ ଖସିଆସିଛି ତାପମାତ୍ରା । ଶୀତକୁ ନେଇ ଆସିଛି ନୂଆବର୍ଷ । ବର୍ଷ ଆରମ୍ଭରୁ ଧିରେ ଧିରେ ପାରଦ ଖସିବାକୁ ଆରମ୍ଭ କରିଥିଲା । ଜାନୁଆରୀ ପହିଲାରେ ରାଜ୍ୟର ୩ଟି ସହରର ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ଥିବାବେଳେ ୪ ତାରିଖରେ ୬ଟି ସହର ଏବଂ ଲଗାତର ୪,୫ ଓ ୬ ତାରିଖରେ ୧୩ଟି ସହରର ତାପମାତ୍ରା ୧୦ ଡ଼ିଗ୍ରୀ ତଳକୁ ଖସିଆସିଥିଲା । ଜାନୁଆରୀ ୧୦ ତାରିଖରେ ୧୪ଟି ସହରର ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ଥିବା ଜଣାଯାଇଛି । ଘନ କୁହୁଡ଼ି ସାଙ୍ଗକୁ  ଆକାଶରୁ କାକର ବର୍ଷା ହେଉଛି । ଅନେକ ସ୍ଥାନରେ ଗଛଲତାରୁ ଶିଶିର ବିନ୍ଦୁ ବର୍ଷା ଭଳି ଝରୁଛି । ସକାଳୁ ସକାଳୁ ରାସ୍ତାଘାଟ ଶୂନଶାନ ଦେଖିବାକୁ ମିଳୁଥିବା ବେଳେ ସଂନ୍ଧ୍ୟା ପରେ ଲୋକେ ଆଉ ରାସ୍ତାକୁ ବାହାରୁ ନାହାନ୍ତି । ଚା ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି । ଫୁଲବାଣୀ, ଦାରିଙ୍ଗିବାଡ଼ି, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ମୟୂରଭଞ୍ଜରେ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରୁ ନାହାନ୍ତି । ଏଭଳି ସ୍ଥିତି ଆହୁରି ୧୦ ଦିନ ରହିବ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ସଂସ୍ଥାର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ । ତେଣେ ଓୟୁଏଟିର କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ଆଜି ଠାରୁ ସ୍ଥିତିରେ ସାମାନ୍ୟ ପରିବ ର୍ନ ଆସିବ ବୋଲି ସୂଚନା ଦେଇଛନ୍ତି ।

ONA

Leave a Reply

Top