You are here
Home > ପଲିଟିକ୍ସ > ସଂଗଠନକୁ ଭାଙ୍ଗୁଛନ୍ତି ହରିପ୍ରସାଦ:ଯୋଗେଶ

ସଂଗଠନକୁ ଭାଙ୍ଗୁଛନ୍ତି ହରିପ୍ରସାଦ:ଯୋଗେଶ

ଭୁବନେଶ୍ୱର: ୪ ବିଧାୟକ ଦିଲ୍ଲୀରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସ ରାଜନୀତି ଜୋର ଧରିଛି । ଏନେଇ ମୁହଁ ଖୋଲିଛନ୍ତି କଂଗ୍ରେର ଦୁଇ ବରିଷ୍ଟ ନେତା ତଥା ବିଧାୟକ ପ୍ରଫୁଲ ମାଝି ଓ ଯୋଗେଶ ସିଂ । ରାଜ୍ୟ  ପ୍ରଭାରୀ ବିକେ ହରିପ୍ରସାଦଙ୍କୁ ଯୋଗେଶ ସିଧାସଳଖ ସମଲୋଚନା କରିଥିବା ବେଳେ ପ୍ରଫୁଲ ତାଙ୍କ ହଁରେ ହଁ ମିଳାଇଛନ୍ତି  । ଦଳ ସହ ରାଜ୍ୟର କିଛି ନେତୃତ୍ୱଙ୍କୁ କଡା ଭାବେ ସମାଲୋଚନା କରିଛନ୍ତି ପ୍ରଫୁଲ । ଏସସି/ଏସଷ୍ଟି ଚର୍ଚ୍ଚରୁ ପାର୍ଟି ନିବୃତ୍ତରହିବା ଦରକାର । ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ଉଦ୍ୟମ ବନ୍ଦ ହେଉ  । ଏହା ପଛରେ କୌଣସି ବରିଷ୍ଟ ନେତାଙ୍କ ହାତ ରହିଛି । ଯେଉଁମାନେ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କୁ ଦଳରୁ ବହିସ୍କାର କରିବା ଦରକାର । ଏଭଳି ନୀତି ପଞ୍ଚାୟତ ନିର୍ବାଚନ ଉପରେ ପ୍ରବାଭ ପକାଇବ ବୋଲି ବିଧାୟକ ପ୍ରଫୁଲ କହିଛନ୍ତି । ଏହାପରେ ରାଜ୍ୟ କଂଗ୍ରେସରେ ଫାଟ ପାଇଁ ଓଡ଼ିଶା ପ୍ରଭାରୀ ବିକେ ହରିପ୍ରସାଦଙ୍କୁ ସିଧାସଳଖ ଦାୟୀ କରିଛନ୍ତି  ବିଧାୟକ ଯୋଗେଶ ସିଂ । ହରିପ୍ରସାଦଙ୍କୁ ହରିଆ ସମ୍ବୋଧନ କରି ଯୋଗେଶ କଟୁ ମନ୍ତବ୍ୟ ଦେଇଛନ୍ତି । ଆମଭିତରେ ଫାଟ ସୃଷ୍ଟି ପାଇଁ ହରିଆ ହିଁ ଦାୟୀ ବୋଲି ଯୋଗେଶ କହିଛନ୍ତି । ଏଥିସହ ହାଇକମାଣ୍ଡ ସଂଗଠନ ମଜଭୁତ କରିବା ପାଇଁ ହରିପ୍ରସାଦଙ୍କୁ ଓଡ଼ିଶା ଦାୟିତ୍ୱ ଦେଇଥିଲେ । ହେଲେ ସେ ସଂଗଠନକୁ ଭାଙ୍ଗୁଛନ୍ତି  । ଏପଟେ କଟକ ନଗର କଂଗ୍ରେସ ମୁଖ୍ୟ ମହମ୍ମଦ ମୋକିମ କହିଛନ୍ତି, ସମସ୍ତେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ସମସ୍ତେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କାମ କରିବା ଦରକାର ବୋଲି କହିଛନ୍ତି । ଗଣମାଧ୍ୟମରେ ବୟାନ ବାଜି ନ କରି ସମସ୍ତେ ଏକତ୍ରିତ ହୋଇ କାମ କରିବା ଉଚିତ ବୋଲି ମୋକିମ କହିଛନ୍ତି । ଗତ ୨୬ ତାରିଖ ଦିନ ରାଜ୍ୟ କଂଗ୍ରେସର ଚାରି ଜଣ ବିଧାୟକ ଦିଲ୍ଲୀ ଗସ୍ତ କରି କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ । ରାହୁଲଙ୍କର ୧୨ତୋଗଲକ ଲେନସ୍ଥ ବାସଭବନରେ ଦୀର୍ଘ ୪୫ ମିନିଟ ଧରି ଆଲୋଚାନ ହୋଇଥିଲା । ବିଧାୟକମାନେ ଶ୍ରୀ ଗାନ୍ଧୀଙ୍କୁ ସେମାନଙ୍କ ଅଞ୍ଚଳର ସମସ୍ୟା ଏବଂ କଂଗ୍ରେସର ସାଙ୍ଗଠନିକସ୍ଥିତି ସଂକ୍ରାନ୍ତରେ ସୂଚାଇବା ସାଙ୍ଗକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନଙ୍କର ନେତୃତ୍ୱ ପ୍ରତି ସେମାନଙ୍କର ଆନୁଗତ୍ୟ ଥିବା କହିଥିଲେ । କୌଣସି ପକ୍ଷଭୁକ୍ତ ନହୋଇ ସେମାନେ ଦଳର ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି କହିଥିଲେ । ଏହି ବିଧାୟକମାନେ ହେଲେ ଜାକବ ପ୍ରଧାନ, କୃଷ୍ଣ ସଗରିଆ, ଭୁଜବଳ ମାଝି ଏବଂ କୈଳାସ କୁଳସେକା । ପଞ୍ଚାୟତ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିରେ କଂଗ୍ରେସକୁ ସକ୍ରିୟ ଓ ସଶକ୍ତ ନେତୃତ୍ୱ ଦେବା, ବିଜେଡ଼ି ତଥା ବିଜେପିକୁ କଡ଼ା ମୁକାବିଲା ଦେବାପାଇଁ ଶ୍ରୀ ହରିଚନ୍ଦନ ହିଁ ସବୁଠୁ ଯୋଗ୍ୟ ବ୍ୟକ୍ତିତ୍ୱ ବୋଲି ବିଧାୟକମାନେ ରାହୁଲଙ୍କୁ ଜଣାଇଥିଲେ । ଏହାବ୍ୟତୀତ ପ୍ରସାଦଙ୍କର ନିର୍ମଳ ଭାବମୂର୍ତ୍ତି, ଯୁବଚେହେରା ଏବଂ ସାଧାରଣ ଜନତାଙ୍କ ନିକଟରେ ଗ୍ରହଣୀୟତା କଂଗ୍ରେସ ଦଳ ପାଇଁ ସବୁଠୁ ବଡ଼ ପୁଞ୍ଜି ବୋଲି ସେମାନେ ରାହୁଲଙ୍କୁ ଅବଗତ କରାଇଥିଲେ । ଉଲ୍ଲେଖଯୋଗ୍ୟ, ନିକଟରେ ଏମାନଙ୍କ ସହ କଂଗ୍ରେସର ସମସ୍ତ ବିଧାୟକ ଶ୍ରୀ ମିଶ୍ରଙ୍କର ନେତୃତ୍ୱରେ ରାହୁଲଙ୍କୁ ଭେଟି ପ୍ରସାଦଙ୍କ ହଟାଇବା ପାଇଁ ଦାବି କରିଥିଲେ । ପରେ ଦଳର ଜିଲା କଂଗ୍ରେସ କମିଟି ସଭାପତିମାନେ ଦିଲ୍ଲୀ ଆସି ପ୍ରସାଦଙ୍କୁ ନହଟାଇବାକୁ ନିବେଦନ କରିଥିଲେ । ରାହୁଲଙ୍କୁ ଭେଟିବା ଅବସରରେ ପିସିସିର କୋଷାଧ୍ୟକ୍ଷ ମହମ୍ମଦ ମୋକିମ ଓ ରାଜ୍ୟ ପ୍ରଭାରୀ ବି.କେ.ହରିପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ ।
ସେପଟେ ଦିଲ୍ଲୀରେ ଥାଇବି ପ୍ରସାଦ ହରିଚନ୍ଦନ ରାହୁଲଙ୍କୁ ଭେଟି ନଥିଲେ  । କିନ୍ତୁ ମୋକିମଙ୍କୁ ପ୍ରୋଜେକ୍ଟ କରି ପିସିସିକୁ କେମିତି  କଂଣ୍ଟ୍ରୋଲ କରିବାକୁ ହୁଏ ତାହା ପ୍ରସାଦଙ୍କୁ ବେସ ଜଣା । ଅର୍ଥାତ କଳେବଳେ କୌଶଳ କରି ପସିସିକୁ ହାତ ମୁଠାରେ ରଖିବା ପାଇଁ ପ୍ରସାଦ ଉଦ୍ୟମ ଜାରି ରଖିଛନ୍ତି ।

ONA

Leave a Reply

Top