You are here
Home > ଲାଇଫ୍ ଷ୍ଟାଇଲ୍ > ଷ୍ଟାଡିଲରେ ସାଣ୍ଡାଲ

ଷ୍ଟାଡିଲରେ ସାଣ୍ଡାଲ

ଫ୍ୟାଶନେବଲ ଲୁକ ପାଇଁ ସମସ୍ତଙ୍କ ଇଚ୍ଛା । ନିଜ ଷ୍ଟାଇଲ ଅନୁସାରେ ସମସ୍ତଙ୍କଠାରୁ ଟିକେ ଭିନ୍ନ ଓ  ଆକର୍ଷଣୀୟ ଲୁକ ପାଇଁ କିଏ ବା ନଚାହେଁ । ଆଉ ସେଥିପାଇଁ ନିଜ ବେଶଭୂଷା ଉପରେ ବେଶ ଧ୍ୟାନ ଦେଇଥାନ୍ତି ଯୁବପୀଢି । ତେବେ ଏଥିପାଇଁ କେବଳ ଚେହେରାରେ ମେକଅପ୍୍ କିମ୍ବା ଭଲ ଡ୍ରେସ ପିନ୍ଧିଲେ ଚଳିବ ନାହିଁ । ନିଜ ପାଦ ଓ ସାଣ୍ଡାଲର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି । ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ସାଣ୍ଡାଲ ଉପଲବ୍ଧ । ନିଜ ଡ୍ରେସ ଓ ପସନ୍ଦର ସାଣ୍ଡାଲ ପିନ୍ଧି ନିଜକୁ ଅନ୍ୟମାନଙ୍କଠାରୁ ଦିଅନ୍ତୁ ଭିନ୍ନ ଲୁକ୍ସ ।
ଆଜିକାଲି ଫ୍ଲାଟ ଜୋତାର ବିଶେଷ ଚାହିଦା ରହିଛି । ସେ ସାଲୱାର ହେଉ ବା ଜିନ୍ସ କିମ୍ବା ଶାଢୀ ସବୁଥିରେ ଫ୍ଲାଟ ଜୋତା ପିନ୍ଧିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହା ପିନ୍ଧିବାକୁ ଯେତିକି କର୍ମ୍ପଟେବଲ,  ଦେଖିବାକୁ ମଧ୍ୟ ସେତିକି ଆଟ୍ରାକ୍ଟିଭ ।
   ସେହିପରି ଆଉ ଏକ ଫ୍ୟାଶନେବଲ ଜୋତା ହେଉଛି ସ୍ନିକର୍ସ । ଏହା ଆପଣଙ୍କ ପାଦକୁ ଷ୍ଟାଇଲିସ ଲୁକ ଦେବା ସହ ପାଦକୁ ନରମ ଓ ଖରାରୁ ରକ୍ଷା କରିଥାଏ । ଏହାକୁ ମଧ୍ୟ ଆପଣ ଡ୍ରେସ ସହ ପିନ୍ଧିପାରିବେ । ତେବେ ଜିନ୍ସରେ ସ୍ନିକର୍ସ ଅଧିକ ମାନିଥାଏ ।
   ହାଇହିଲ ହେଉଛି ଅଧିକାଂଶ ମହିଳାଙ୍କ ପ୍ରଥମ ପସନ୍ଦ । ତେବେ କେତେକ ମହିଳା ଅଛନ୍ତି ଯେଉଁମାନେ କି ହାଇହିଲକୁ ଭଲ ଭାବେ ସମ୍ଭାଳି ପାରନ୍ତି ନାହିଁ । ତେଣୁ ଇଚ୍ଛା ଥାଇ ମଧ୍ୟ ସେମାନେ ହାଇହିଲ ପିନ୍ଧି ପାରନ୍ତି ନାହିଁ ।
   ହାଇହିଲ ମଧ୍ୟରେ ପେନସିଲ ହିଲ ହେଉଛି ଅନ୍ୟତମ । ଆଜିକାଲିର ଯୁବପୀଢିଙ୍କ ମଧ୍ୟରେ ଏହା ଆଦୃତ ଲାଭ କରିଛି । ପାର୍ଟି କିମ୍ବା ଫଙ୍କସନରେ ପେନସିଲ ପିନ୍ଧିବାକୁ ପସନ୍ଦ କରୁଛନ୍ତି ଯୁବତୀ ଓ ମହିଳା ।  
  ସେହିପରି ଆଉ ଏକ ଫ୍ୟାଶନେବଲ ସୁ ହେଉଛି ଆଙ୍କେଲ ବୁଟ୍୍ ବା ଗମ୍ ବୁଟ୍ । ପୂର୍ବରୁ ସୈନ୍ୟମାନେ ଯେମିତି ଜୋତା ପିନ୍ଧୁଥିଲେ ଏହା ଠିକ ସେହିପରି । ତେବେ ଏବେ ଏହା ଭିନ୍ନ ଡିଜାଇନରେ ବଜାରକୁ ଆସିଛି । ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥିରେ ଚେନ୍୍, ଷ୍ଟୋନ, ଚୁମକି, ମାଳି ବି ଲଗାଯାଉଛି । ଏହା ବାରପ୍ରୁଫ, ଭେଲଭେଟ ଓ ଲେଦର କପଡାରେ ଆସିଥାଏ । ଜିନ୍ସ ଏବଂ ମିନିସ୍କର୍ଟ ସହ ଏହି ବୁଟ ଅଧିକ ଭଲ ଲାଗେ ।
ଏସବୁ  ବ୍ୟତୀତ ଆହୁରି ଏକ ମନ ପସନ୍ଦର ଫ୍ୟାଶନ ହେଉଛି ବକ୍ସ ହିଲ । ଏହି ଚପଲର ହିଲଟି ବକ୍ସ ସଦୃଶ୍ୟ । ଏହାର ହିଲ୍୍ ଯେତେ ଉଚ୍ଚା ରହିଲେ ବି ଏହାକୁ ପିନ୍ଧିବା ପରେ ପଡିବାର କୌଣସି ସମ୍ଭାବନା ନଥାଏ । ଏହି ହିଲର ସୋଲ୍୍ କାଠରେ ତିଆରି ହୋଇଥାଏ । କମ ବୟସରେ ଝିଅମାନେ ଏହି ବକ୍ସ ହିଲକୁ ବେଶୀ ପସନ୍ଦ କରୁଛନ୍ତି । ଗେଡା ମହିଳାମାନେ ଏହାକୁ ପିନ୍ଧିଲେ ଡେଙ୍ଗା ଦେଖା ଯିବା ସହ ଏହା ସେମାନଙ୍କୁ ଏକ ଭିନ୍ନ ଲୁକ୍ସ ଦେଇଥାଏ ।
   ସେହିପରି ଆଉ ଏକ ଜୋତା ହେଉଛି ହାଲ୍ଫ ସୁ । ଏହା ଆପଣଙ୍କ ଗୋଡକୁ ସୁରକ୍ଷା ଦେବା ସହ ଖରା ଓ ବର୍ଷାରୁ ରକ୍ଷା କରିଥାଏ ।

ONA

Leave a Reply

Top