You are here
Home > ଏଣ୍ଟରଟେନମେଣ୍ଟ > ଶ୍ରୁତିକ୍ଷା ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା

ଶ୍ରୁତିକ୍ଷା ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା

ଭୁବନେଶ୍ୱର : ଭୁବନେଶ୍ୱର ଝିଅ ଶ୍ରୁତିକ୍ଷା ନାୟକ ଫେମିନା ମିସ୍ ଇଣ୍ଡିଆରେ ଓଡିଶାରେ ପ୍ରଥମ ହୋଇଛନ୍ତି । କୋଲକତାରେ ଅନୁଷ୍ଠିତ ଏଫବିବି ଫେମିନା ଇଷ୍ଟ ୨୦୧୮ରେ ଶ୍ରୁତିକ୍ଷା ମୁକୁଟ ପିନ୍ଧିଛନ୍ତି ।
୨୦ ବର୍ଷ ବୟସର ଶ୍ରୁତିକ୍ଷା ଜଣେ ଫିଟନେସ୍ ମଡେଲ ଭାବେ କାର୍ଯ୍ୟ କରନ୍ତି । ନୃତ୍ୟ ପ୍ରତି ମଧ୍ୟ ତାଙ୍କର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି । ସେ କିଟ୍ ବିଶ୍ୱବିଦ୍ୟାଳୟରୁ ମାସ୍ ମିଡିଆରେ ଡିଗ୍ରୀ ହାସଲ କରିଛନ୍ତି । ମେ ଶେଷ ସପ୍ତାହରେ ମୁମ୍ବାଇରେ ଏକ ମାସର ଗ୍ରୁମିଂ କ୍ଲାସ୍ ପରେ ସେ ଫାଇନାଲ ଅଡିସନରେ ଯୋଗ ଦେବେ । ଏଥିପାଇଁ ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ସେ ନିଜକୁ ଫିଟ୍ ରଖିବା ସହିତ ତ୍ୱଚା ଓ ବ୍ୟକ୍ତିତ୍ୱ ବିକାଶ ଦିଗରେ କାର୍ଯ୍ୟ କରିବେ ।
ମାର୍ଚ୍ଚ ୨୨ରେ କୋଲକାତାଠାରେ ଅନୁଷ୍ଠିତ ‘ଏଫବିବି ଫେମିନା ଇଷ୍ଟ ୨୦୧୮’ ରେ ସାରା ଦେଶରୁ ୧୩ଟି ରାଜ୍ୟର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୧୩ଟି ରାଜ୍ୟରୁ ୩୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରତିଯୋଗୀଙ୍କୁ ମିସ୍ ଟ୍ୟାଲେଣ୍ଟ୍‌, ଏଫିବିବି ମିସ୍ ଫ୍ୟାସନ୍ ଆଇକନ୍ ଏବଂ ବାଟା ମିସ୍ ରାମ୍ପୱାକ୍‌ର ଟାଇଟେଲ ପ୍ରଦାନ କରାଯାଇଥିଲା । ସୂଚନା ଅନୁଯାୟୀ, ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ୱରରେ ୩ ଜଣ ପ୍ରତିଯୋଗୀ ଶ୍ରୁତିକ୍ଷା ସହିତ ଐଶ୍ୱର୍ଯ୍ୟା ଜେନା ଓ ପ୍ରିୟା କଂସାଗର ଏହି ପ୍ରତିଯୋଗିତାର ପ୍ରତିଦ୍ୱନ୍ଦ୍ୱିତାରେ କୋଲକତାରେ ଯୋଗ ଦେଇଥିଲେ ।

ONA

Leave a Reply

Top