You are here
Home > ଲାଟେଷ୍ଟ > ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ: ଜଗମୋହନ ପ୍ରସଙ୍ଗରେ ଆଲୋଚନା

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ: ଜଗମୋହନ ପ୍ରସଙ୍ଗରେ ଆଲୋଚନା

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଛତିଶା ନିଯୋଗ ସଭାପତିଙ୍କ ସମେତ ଅନେକ ସେବାୟତ ଅଂଶଗ୍ରହଣ କରୁଛନ୍ତି । ତେବେ ଜଗମୋହନ ଖୋଲିବା ନେଇ ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ବୋଲି ଜଣାପଡ଼ିଛି ।

ଆଗକୁ ଶ୍ରୀମନ୍ଦିରରେ ପାଳିତ ହେବ ଶ୍ରୀଜୀଉଙ୍କ ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ଉତ୍ସବ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସହିତ ଆଲୋଚନା କରିବେ । ତେବେ ଚନ୍ଦନଯାତ୍ରା କିପରି ଶାନ୍ତି ଓ ଶୃଙ୍ଖଳାର ସହିତ ସମାପନ ହେବା ସହିତ ନୀତି ନିର୍ଘଣ୍ଟ ସମ୍ପର୍କରେ ବିଶଦ ଆଲୋଚନା ହେବାକୁ ସ୍ଥିର ହୋଇଛି ।

ତେବେ ଜଗମୋହନ ଖୋଲିବା ନେଇ ନୋଟିସ ଜାରିକରିଛନ୍ତି ହାଇକୋର୍ଟ । ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯିବ । ଏସବୁ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୀରେ ଅନୁଷ୍ଠିତ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ରିପୋର୍ଟ ଦେବେ ।

ONA

Leave a Reply

Top