You are here
Home > ଲାଟେଷ୍ଟ > ଶ୍ରୀଜିଉଙ୍କ ଘୋଷଯାତ୍ରା: ପୁରୀକୁ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍

ଶ୍ରୀଜିଉଙ୍କ ଘୋଷଯାତ୍ରା: ପୁରୀକୁ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍

ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍ ।  ଟ୍ରେନ୍ ଟିକେଟ୍ ପାଇଁ ଅତିରିକ୍ତ ୩୬ଟି କାଉଣ୍ଟର ମଧ୍ୟ ଖୋଲାଯିବ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୬୦ଟି  ସିସିଟିଭି ସହ ୨ଟି ଡ୍ରୋନ୍ ଦ୍ୱାରା ପୁରୀ ଷ୍ଟେସନ୍ ଉପରେ ନଜର ରଖାଯିବ । ରଥଯାତ୍ରାରେ ସୁରକ୍ଷା ଦୃଷ୍ଟିରୁ ୧୨୦୦ ପୋଲିସ ଫୋର୍ସ ମୁତୟନ କରାଯିବ । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତଟ ରେଳବାଇ ଜିଏମ ସୂଚନା ଦେଇଛନ୍ତି । ରଥଯାତ୍ରାକୁ ସୁରୁଖୁରୁରେ ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ବହୁ ସତର୍କତା ଅବଲମ୍ବନ କରାଯାଉଛି ।

ONA

Leave a Reply

Top