You are here
Home > ଲାଟେଷ୍ଟ > ଶେଷ ହେଲା ହ୍ୱାଏ ଆଇ ଷ୍ଟାଣ୍ଡ ଫର୍: ଶନିବାର ନିର୍ବାଚନ

ଶେଷ ହେଲା ହ୍ୱାଏ ଆଇ ଷ୍ଟାଣ୍ଡ ଫର୍: ଶନିବାର ନିର୍ବାଚନ

ଭୁବନେଶ୍ୱର: ରାତି ପାହିଲେ ହେବ ଛାତ୍ର ସଂସଦ ନିର୍ବାଚନ । ଶେେ ହୋଇଛି ଶ୍ରେଣୀଗୃହ ଓ କ୍ୟାମ୍ପସ ପ୍ରଚାର । ହ୍ୱାଏ ଆଇ ଷ୍ଟାଣ୍ଡ ଫର’ ମିଟିଂରେ ଛାତ୍ରଛାତ୍ରୀଙ୍କ ମନ ଜିଣିବାକୁ ଶେଷ ସୁଯୋଗ ପାଇଥିଲେ ପ୍ରାର୍ଥୀ । ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିବା ସହ କଲେଜରେ ଉନ୍ନତି ଆଣିବା ପାଇଁ ପ୍ରାର୍ଥୀମାନେ କ୍ୟାମ୍ପେନିଂ ଜରିଆରେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂର ପ୍ରାର୍ଥୀମାନେ ନିଜର ଆଭିମୁଖ୍ୟ ରଖିଛନ୍ତି । ଏହାସହ ଭୋଟ ହାତେଇବା ପାଇଁ ୌ ନିଜର ବାକ୍ ଚତୁରୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଆସ୍ଥାଭାଜନ ହେବାକୁ ଶେଷ ପ୍ରୟାସ କରିଛନ୍ତି । ଶନିବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ  ୨ଟାରେ ଶେଷ ହେବ  । ଏହା ପରେ ସେହିଦିନ ହିଁ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ । ଉତ୍ତେଜନା ପରିସ୍ଥିତିକୁ ଦେଖି ରାଜ୍ୟର ସମସ୍ତ କଲେଜରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତବର୍ଷ ୪୧୬ଟି କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଥିଲେ । ପ୍ରାକ୍ ନିର୍ବାଚନ ହିଂସା ଯୋଗୁଁ ବାଣୀ ବିହାର,  ବିଜେବି, ମଧୁସୂଦନ ଲ କଲେଜ ଓ ଢ଼େଙ୍କାନାଳ କାମାକ୍ଷାନଗର କଲେଜ ଭଳି  ୧୨ଟି କଲେଜରେ ନିର୍ବାଚନ ବାତିଲ କରାଯାଇଛି । ସେହିପରି କେତେକ କଲେଜରେ ପ୍ରାର୍ଥୀମାନେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ONA

Leave a Reply

Top