You are here
Home > ଫ୍ୟୁଚର ପ୍ଲସ୍ > ଶୁଷ୍କ ତ୍ୱଚା ପାଇଁ ବ୍ଲାକହେଡ ସମସ୍ୟା

ଶୁଷ୍କ ତ୍ୱଚା ପାଇଁ ବ୍ଲାକହେଡ ସମସ୍ୟା

ଆମ ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମ ଚେହେରା । ଚେହେରା ଆକର୍ଷଣୀୟ ଓ ସୁନ୍ଦର ରହିଲେ ଆପଣ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବେ । ତେବେ ଆମମାନଙ୍କ ମଧ୍ୟରୁ କେତକଙ୍କର ଚର୍ମ ସମସ୍ୟା ଦେଖାଯାଇଥାଏ । ଯାହାଫଳରେ କି ଚେହେରା ଅସୁନ୍ଦର ଦେଖାଯାଇଥାଏ । ତେବେ ଚେହେରାକୁ ଅସୁନ୍ଦର କରିବାର ଆଉ ଏକ ପ୍ରମୁଖ କରାଣ ହେଉଛି ବ୍ଲାକହେଡ ସମସ୍ୟା । ବିଶେଷ କରି ଶୁଷ୍କ ତ୍ୱଚାରେ ଏହି ସମସ୍ୟା ଦେଖାଦେଇଥାଏ । ବ୍ଲାକହେଡ ଯୋଗୁଁ ଚେହେରାର କେତେକ ସ୍ଥାନ କଳା ପଡିବା ଭଳି ଦେଖାଯାଇଥାଏ । ଚେହେରାକୁ ପ୍ରତିଦିନ ଭଲ ଭାବରେ ସଫା ନକଲେ ଏଥିରେ ମଳି ବସିଯାଇ ବ୍ଲାକହେଡ  ସୃଷ୍ଟି ହୋଇଥାଏ । ଏହା ଛୋଟ ଛୋଟ ଦାନା ଆକାରରେ ଚେହେରାର ନାକ ମୁଣ୍ଡ ଓ ଓଠରେ ଅଧିକ ହୋଇଥାଏ । ତୈଳୀୟ ତ୍ୱାଚାରେ ଏହି ସମସ୍ୟା ବେଶୀ ଦେଖାଯାଏ । ତେବେ ବ୍ଲାକହେଡ କେତେକ ଘରୋଇ ଉପଚାର ଦ୍ୱାରା ଆମେ ବ୍ଲାକହେଡ ସମସ୍ୟାରୁ ନିଜକୁ ଦୂରେଇ ରଖିପାରିବା । ଆସନ୍ତୁ ସେସମ୍ପର୍କରେ ଜାଣିନେବା…

⇐    ତ୍ୱାଚାକୁ ନିୟମିତ ସଫା ରଖନ୍ତୁ । ବାହାରୁ ଆସିବା ମାତ୍ରେ ଥଣ୍ଡା ପାଣିରେ ଭଲ ଭାବରେ ମୁହଁକୁ ଧୁଅନ୍ତୁ । ସାବୁନ ବ୍ୟତୀତ ଫେସୱାସ ବ୍ୟବହାର ତ୍ୱଚା ପାଇଁ ଭଲ । ତ୍ୱଚାରେ ମଇଳା ଜମିବା ଦ୍ୱାରା ହିଁ ବ୍ଲାକହେଡ ଓ ହ୍ୱାଇଟହେଡ ଭଳି ସମସ୍ୟା ଦେଖାଦେଇଥାଏ ।
⇐   ଓଟେମିଲ କିମ୍ବା ଆଲମଣ୍ଡ ମାସ୍କ ଦ୍ୱାରା ମୁହଁକୁ ସଫା କରନ୍ତୁ । ଓଟ୍୍ କିମ୍ବା ଆଲମଣ୍ଡ ଗୁଣ୍ଡରେ ଗୋଲାପ ଜଳ ମିଶାଇ ଏକ ନରମ ପେଷ୍ଟ ବନାନ୍ତୁ । ଆଙ୍ଗୁଠି ଟିପ ଅଗରେ ପେଷ୍ଟକୁ ବ୍ଲାକହେଡ ଉପରେ ଘଷନ୍ତୁା ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ । ପରେ ଥଣ୍ଡା ପାଣି ଦ୍ୱାରା ଭଲ ଭାବରେ ଧୋଇ ଦିଅନ୍ତୁ । ଦେଖିବେ ଖୁବ କମ ଦିନରେ ବ୍ଲକହେଡ ସବୁ ଦୂରେଇ ଯିବ ।
⇐   ବ୍ଲାକହେଡ ଉପରେ ଦିନକୁ ୨-୩ ଥର ଲେମ୍ବୁରସ ଘଷନ୍ତୁ । ଏହାଦ୍ୱାରା ବ୍ଲାକହେଡ ଦୂର ହୋଇଥାଏ ।
⇐   ଦେଢ କପ ଉଷୁମ ପାଣିରେ ଅଧଚାମଚ ବୋରିକ ପାଉଡର ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଗୋଟିଏ ରୁମାଲକୁ ଏହି ଉଷୁମ ମିଶ୍ରଣରେ ଭିଜାଇ ମୁହଁ ଉପରେ ବାରମ୍ବାର ଥାପନ୍ତୁ । କିଛି ସମୟ ପରେ ବ୍ଲାକହେଡ ରିମୁଭର ଦ୍ୱାରା ଖିଲଗୁଡିକୁ କାଢନ୍ତୁା ଏହାପରେ ସେହି ସ୍ଥାନରେ ଆ ଷ୍ଟ୍ରିଂଜେଣ୍ଟ ଲଗାନ୍ତୁ ।
⇐ ଟିକିଏ ମହୁକୁ ଉଷୁମ କରି ବ୍ଲାକହେଡ ଉପରେ ଲଗାନ୍ତୁ । ୧୦-୧୫ ମିନିଟ ପରେ ଧୋଇ ଦିଅନ୍ତୁ । ପରେ ଧିରେ ଧିରେ ଆଙ୍ଗୁଠି ସାହାଯ୍ୟରେ ଘଷନ୍ତୁ । ଦେଖିବେ ସବୁ ବ୍ଲାକହେଡ ଧିରେ ଧିରେ ସଫା ⇐    ବ୍ଲାକହେଡର ଉପଚାର ପାଇଁ ଆପଣ ବିୟୁଟିସିଆନଙ୍କ ପରାମର୍ଶ ମଧ୍ୟ ନେଇପାରିବେ ।

ONA

Leave a Reply

Top