You are here
Home > ଲାଟେଷ୍ଟ > ଶୁକ୍ରବାର ୭ ଘଣ୍ଟିଆ ସୁନ୍ଦରଗଡ ବନ୍ଦ

ଶୁକ୍ରବାର ୭ ଘଣ୍ଟିଆ ସୁନ୍ଦରଗଡ ବନ୍ଦ

ସୁନ୍ଦରଗଡ: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗସ୍ତ ବେଳେ ଅଣ୍ଡାମାଡ ଘଟଣାର ପ୍ରତିବାଦ କରିଛି ବିଜେପି । ଏହାର ପ୍ରତିବାଦରେ ଶୁକ୍ରବାର ସୁନ୍ଦରଗଡ ଜିଲ୍ଲା ବିଜେପି ପକ୍ଷରୁ ୭ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦିଆଯାଇଛି । ଆସନ୍ତା କାଲି ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ସୁନ୍ଦରଗଡ ବନ୍ଦ କରାଯିବ ।
ଜୁଏଲ ଓରାମ କେନ୍ଦ୍ରାପଡା ଗସ୍ତ ବେଳେ କଂଗ୍ରେସ ପକ୍ଷରୁ କଳାପତାକା ଦେଖାଯାଇଥିଲା ଏବଂ ବିଜେଡି କର୍ମୀ ତାଙ୍କ ଉପରକୁ ଅଣ୍ଡାମାଡ କରିଥିଲେ । ଅଣ୍ଡାମାଡ ଘଟଣାରେ ଆଟ୍ରୋସିଟି ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ବୋଲି ଜିଲ୍ଲା ବିଜେପି ଦାବି କରି ବନ୍ଦ ଘୋଷଣା କରିଛି । ଗତକାଲି ଅଣ୍ଡାମାଡ ଘଟଣା ପରେ ବିଜେପି ପକ୍ଷରୁ ଆଳି ଥାନାରେ ଭୀଷ୍ମ ମହାନ୍ତିଙ୍କ ସମେତ ୨୦ଜଣ ବିଜେଡି ନେତାଙ୍କ ବିରୋଧରେ ଏତଲା ଦିଆଯାଇଥିଲା । ବିଜେପିର କାର୍ଯ୍ୟକାରୀ ସଦସ୍ୟ ସତ୍ୟସୁନ୍ଦର ଭୂୟାଁ ବୁଧବାର ସନ୍ଧ୍ୟାରେ ଏତଲା ଦେଇଥିଲେ ।

ONA

Leave a Reply

Top