You are here
Home > ଲାଟେଷ୍ଟ > ଶୁକ୍ରବାର ଦେବାସ୍ନାନ ପୂର୍ଣ୍ଣିମା: ଶ୍ରୀଜିଉଙ୍କୁ ଛୁଇଁବା ମନା, ସନ୍ଧ୍ୟା ୭ଟାରୁ ଦର୍ଶନ

ଶୁକ୍ରବାର ଦେବାସ୍ନାନ ପୂର୍ଣ୍ଣିମା: ଶ୍ରୀଜିଉଙ୍କୁ ଛୁଇଁବା ମନା, ସନ୍ଧ୍ୟା ୭ଟାରୁ ଦର୍ଶନ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ପୂର୍ଣ୍ଣିମାକୁ ବ୍ୟବସ୍ତିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ହୋଇଛି ।  ସମସ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇ ନୀତିକାନ୍ତି ସଠିକ୍ ସମୟରେ କରାଯିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି । ପହଣ୍ଡି ସମୟରେ କୌଣସି ଭକ୍ତ ଯେପରି ଶ୍ରୀଜିଉଙ୍କୁ ସ୍ପର୍ଶ କରିବେ ନାହିଁ ସେଥିଲାଗି ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯିବ  । ସ୍ନାନ ପୂର୍ଣ୍ଣିମାରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ଲାଗି  ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇଜି ଓ ଜିଲ୍ଲାପାଳ ଟିକିନିଖି ଅନୁଧ୍ୟାନ କରିଛନ୍ତି  । ଗତବର୍ଷ ସ୍ନାନ ବେଦୀରେ କିଛି ଭକ୍ତ ଶ୍ରୀଜିଉଙ୍କୁ ସ୍ପର୍ଶ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।
  ଚଳିତ ବର୍ଷ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିରକୁ ସିସିଟିଭି ସରଭିଲାନ୍ସରେ ରଖାଯାଇଛି । ରତ୍ନବେଦୀ ପହଣ୍ଡିଠାରୁ ଅଣସର ପିଣ୍ଡି ପର୍ଯ୍ୟନ୍ତ ଯିବା ଆସିବା ସମୟରେ କୌଣିସ ଭକ୍ତ ସ୍ପର୍ଶ କରିପାରିବେ ନାହିଁ  । ଏଥିପାଇଁ ସୂଚନା ଦେବାକୁ ୪ଟି ଭାଷାରେ ପୋଷ୍ଟର ଲଗାଯାଇଛି । ସ୍ନାନ ପୂର୍ଣ୍ଣିମାରେ ସର୍ବସାଧାରଣ ଦର୍ଶନ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ୯ଟା ୩୦ ମିନିଟ୍ ଭିତରେ  ଶେଷ ହେବ । ପରେ ୧୦ଟା ୩୦ରୁ ୧ଟା ୩୦ ମଧ୍ୟରେ ବାହୁଡା ପହଣ୍ଡି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ONA

Leave a Reply

Top