You are here
Home > ଲାଟେଷ୍ଟ > ଶିଶୁପାଳଗଡ ସେତୁ ଲୋକାର୍ପିତ

ଶିଶୁପାଳଗଡ ସେତୁ ଲୋକାର୍ପିତ

ଭୁବନେଶ୍ୱର: ଶନିବାର ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀର ଶିଶୁପାଳଗଡ ସେତୁ ଏବଂ ଧଉଳି ଠାରେ ପାର୍ବତୀ ସାଗର ପର୍ଯ୍ୟଟନ ମାର୍କେଟ କମ୍ପ୍ଲେକ୍ସର ଲୋକାର୍ପଣ କରିଛନ୍ତି । ଶିଶୁପାଳଗଡ ସେତୁ ପୂର୍ତ୍ତ ବିଭାଗର ଆର୍ଥିକ ଅନୁଦାଦ ଏବଂ ପାର୍ବତୀ ସାଗର ପର୍ଯ୍ୟଟନ ମାର୍କେଟ କମ୍ପ୍ଲେକ୍ସ ପର୍ଯ୍ୟଟନ ବିଭାଗର ଆର୍ଥିକ ଅନୁଦାନରେ ନିର୍ମାଣ ହୋଇଛି । ଶିଶୁପାଳଗଡ ପାଇଁ ୪ କୋଟି ୪୬ ଲକ୍ଷ ଟଙ୍କା ଏବଂ ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି  । ଶିଶୁପାଳଗଡ ସେତୁ ଅଞ୍ଚଳ ବାସୀଙ୍କ ଗମନାଗମନରେ ସହାୟକ ହେବ ଏବଂ ମାର୍କେଟ୍ କମ୍ପ୍ଲେକ୍ସ ପର୍ଯ୍ୟଟକ ଓ ସ୍ଥାନୀୟ ଉତ୍ପାଦକ ଏବଂ ବିକ୍ରେତାଙ୍କ ପାଇଁ ସହାୟକ  ହେବ । ସେହିଭଳି ସନ୍ଧ୍ୟା ୭ଟାରେ ମନ୍ତ୍ରୀ ଅଶୋକ ପଣ୍ଡା ଧଉଳି ଛକ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଷ୍ଟ୍ରୀଟ୍ ଲାଇଟ୍ର ଉଦଘାଟନ କରିଛନ୍ତି । ପର୍ଯ୍ୟଟନ ବିଭାଗ ପର୍ଯ୍ୟନ୍ତ ଏଥିନିମନ୍ତେ ଅର୍ଥ ବିନିଯୋଗ କରାଯାଇଛି ।
  ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିମୟୀ ସୁନ୍ଦରାୟ, ଶିଶୁପାଳଗଡ ସରପଞ୍ଚ ଇତିଶ୍ରୀ ଚମ୍ପତି, ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ, ସମିତି ସଭ୍ୟ ଭଗବାନ ସାହୁ, ପର୍ଯ୍ୟଟନ ବିଭାଗ ସଚିବ ମୋନା ଶର୍ମା, କର୍ପୋରେଟର ବିରଞ୍ଚି ମହାସୁପକାର, ପୁଷ୍ପା ଦାସ, ସୁଜିତ କୁମାର ସ୍ୱାଇଁ, ଅନିତା ରାଣୀ ମହାନ୍ତି, ପୂର୍ବତନ କର୍ପୋରେଟର ପ୍ରମୋଦ  ମହାପାତ୍ର, ରାଜେନ୍ଦ୍ର ସମର୍ଥା, ସମାଜସେବୀ ସୁବାସ ସୁନ୍ଦରାୟ,  ଆଲୋକ ସ୍ୱାଇଁ, ପୂର୍ବତନ ସରପଞ୍ଚ କୁଞ୍ଜବିହାରୀ ସ୍ୱାଇଁ, ହେମନ୍ତ  ପ୍ରଧାନ, ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ଚମ୍ପତି ବିଷ୍ଣୁ କାଳିୟା, ଗୋଲାପ ନାୟକ, ଗଜେନ୍ଦ୍ର ବେହେରା, ଭୁବନେଶ୍ୱର ପଞ୍ଚାୟତ   ସମିତି ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା, ଭୁବନେଶ୍ୱର ପଞ୍ଚାୟତ ସମିତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀ ରଞ୍ଜନ ସାହୁ ତଥା ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କ ସହ ବହୁ ସାଧାରଣ  ବାସିନ୍ଦା ଉପସ୍ଥିଥିଲେ  ।

ONA

Leave a Reply

Top