You are here
Home > ଅଧିକ ଖବର > ଶିଳ୍ପାୟନକୁ ଧକ୍କା: ବିକ୍ରି ହେବ ଇଣ୍ଡ୍-ବାରାଥ୍

ଶିଳ୍ପାୟନକୁ ଧକ୍କା: ବିକ୍ରି ହେବ ଇଣ୍ଡ୍-ବାରାଥ୍

ଝାରସୁଗୁଡା : ତାପଜ ବିଦୁ୍ୟତ କେନ୍ଦ୍ର ଇଣ୍ଡ-ବାରାଥ୍ର ମାଲିକାନାରେ ହେବ ପରିବର୍ତ୍ତନ । ମାଲିକାନା ପରିବର୍ତ୍ତନ ନେଇ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନଥିଲେ ମଧ୍ୟ ବିକ୍ରି ପଦକ୍ଷେପ ଭୁଲ ନୁହେଁ ବୋଲି କମ୍ପାନୀର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଦଶକ (ଆର୍ଥିକ)ଭି. କ୍ରିଷ୍ନା ସୂଚନା ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ଉତ୍ପାଦନକ୍ଷମ ହେବା ପାଇଁ ଆହୁରି ୫୦କୋଟି ଟଙ୍କା ଆବଶ୍ୟକ । ହେଲେ କମ୍ପାନୀ ନିକଟରେ ଅର୍ଥ ନଥିବା ଏବଂ ବ୍ୟାଙ୍କଋଣ ମିଳୁ ନଥିବାରୁ ବିଦୁ୍ୟତ ଉତ୍ପାଦନ ଆରମ୍ଭ ହୋଇ ପାରୁନାହିଁ । ୨୦୦୯ରେ ଲଖନପୁର ବ୍ଲକ୍ ସହାଜବାହାଲ ଠାରେ ସ୍ଥାପିତ ହୋଇଥିଲା ଇଣ୍ଡ-ବାରାଥ୍ର ଉକ୍ରଳ ଏନର୍ଜି ଲିମିଟେଡ(ଆଇବିୟୁଇଏଲ୍) । ଏହି ତାପଜ ବିଦୁ୍ୟତ କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ୭୦୦ମେଗାଔଟ୍ ଉତ୍ପାଦନ ହେବ । ଚୁକ୍ତିନାମା ଅନୁସାରେ ୨୦୧୨ ସୁଦ୍ଧା କମ୍ପାନୀ ଉତ୍ପାଦନକ୍ଷମ ହେବା କଥା । ହେଲେ ଇତି ମଧ୍ୟରେ ଉତ୍ପାଦନ ୫ବର୍ଷ ବିଳମ୍ବ ହୋଇସାରିଛି । କମ୍ପାନୀର ୯୫% କାମ ସରିଥିବା ନେଇ କର୍ତ୍ତୃପକ୍ଷ କହୁଥିବା ବେଳେ କିନ୍ତୁ ବିଦୁ୍ୟତ ଉତ୍ପାଦନ ଆରମ୍ଭ ହୋଇପାରୁନି । ଏପରିସ୍ଥଳେ କମ୍ପାନୀ ଉପରେ ନିର୍ଭର କରୁଥିବା ଲୋକମାନେ ବାରମ୍ବାର ଧର୍ମଘଟ କରୁଛନ୍ତି ।
ଅନ୍ୟପକ୍ଷରେ କମ୍ପାନୀରେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଯେ, ସେପ୍ଟେମ୍ବର ମାସରୁ ଗୋଟିଏ ୟୁନିଟ୍ ଏବଂ ଡିସେମ୍ବର ମାସରୁ ଆଉ ଏକ ୟୁନିଟ୍ ଉତ୍ପାଦନକ୍ଷମ ହେବ ।ଏହା ପୂର୍ବରୁ କର୍ମଚାରୀ, ଠିକାଦାର, ପେଟି-କଣ୍ଟ୍ରାକ୍ଟର, କ୍ଷତିଗ୍ରସ୍ତଙ୍କ ସମସ୍ତ ବକେୟା ପ୍ରଦାନ କରାଯିବ । ସେପଟେ ଇଣ୍ଡ-ବାରାଥ୍ରେ ସବ୍-କଣ୍ଟ୍ରାକ୍ଟର ଭାବେ କାମ କରୁଥିବା କେତେକ ଠିକାଦାର ଝାରସୁଗୁଡା ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ସେମାନେ ସରକାର-କମ୍ପାନୀ ମଧ୍ୟରେ ହୋଇଥିବା ବୁଝାମଣା ବାତିଲ କରିବାକୁ ଦାବି କରିଛନ୍ତି ।ଚୁକ୍ତି ଅନୁସାରେ କମ୍ପାନୀ ଦ୍ୱାରା ନିଯୁକ୍ତି, ଥଇଥାନ, କ୍ଷତିପୂରଣ ଓ ବିଦୁ୍ୟତ ଉତ୍ପାଦନ ହେଉନଥିବାରୁ ଚୁକ୍ତି ବାତିଲ କରିବାକୁ ଦାବି କରୁଛନ୍ତି । ସୂଚନାଯୋଗ୍ୟ, ଇଣ୍ଡ-ବାରାଥ୍ ଉକ୍ରଳ ଏନର୍ଜି ଲିମିଟେଡ(ଆଇବିୟୁଇଏଲ୍) ବିଦୁ୍ୟତ ଉତ୍ପାଦନ ପାଇଁ ୨୦୦୯ ମସିହାରେ ରାଜ୍ୟ ସରକାର ସହ ଚୁକ୍ତିକରି କାମ ଆରମ୍ଭ କରିଥିଲା । ତେବେ ଇଣ୍ଡ-ବାରାଥ୍ର ବିଶେଷତ୍ତ୍ୱ ହେଉଛି ମାଲିକାନାରେ ପରିବର୍ତ୍ତନ ହେଲେ ମଧ୍ୟ ତାପଜ ବିଦୁ୍ୟତ ଉତ୍ପାଦନ ପ୍ରଭାବିତ ହେବ ନାହିଁ ।

ONA

Leave a Reply

Top