You are here
Home > ଲାଟେଷ୍ଟ > ଶିକ୍ଷୟତ୍ରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଶିକ୍ଷୟତ୍ରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ବଡପୋଖରୀଆ ଶିକ୍ଷୟତ୍ରୀ ହତ୍ୟା ମାମଲାରେ ଖୋର୍ଦ୍ଧା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବଡପୋଖରୀଆର କୁନୁ ଜେନାକୁ ପୋଲିସ ଗିରଫ କରିଛି । ଗୁଜୁରାଟରୁ କୁନୁ ଜେନାକୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି । ତାକୁ କୋର୍ଟ ଚାଲାଣ କରାଯିବ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ହରିପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଞ୍ଜଳୀ ଦେହୁରୀ କୁନୁଙ୍କୁ ଏକ ନାବାଳିକା ସହିତ ଅନୈତିକ କାର୍ଯ୍ୟ କରୁଥିବା ଦେଖି ନେଇଥିଲେ । ଏ ନେଇ ଶିକ୍ଷୟତ୍ରୀ ଜଣକ କୁନୁକୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଞ୍ଜଳୀ ଏ ଘଟଣାକୁ ବାହାରେ ପ୍ରଘଟ କରିଦେବା ଆଶଙ୍କାରେ କୁନୁ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲା । ଏକ ବାଂଉଶରେ ଅଞ୍ଜଳୀଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରିଥିଲା । ହତ୍ୟା କରିବା ପରେ କୁନୁ ଗୁଜୁରାଟ ଚାଲି ଯାଇଥିଲା ।  ଏହି ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ପୋଲିସ କୁନୁକୁ ଜେରା କରୁଛି ।  ଉଲ୍ଲେଖ ଯୋଗ୍ୟ, ଗତ ୪ ତାରିଖରେ ଅଞ୍ଜଳୀ ଦେହୁରୀ ଅପରାହ୍ନରେ ସ୍କୁଲରୁ ଫେରୁଥିବାବେଳେ କେହି ଦୁର୍ବୃତ୍ତ ଇନ୍ଦ୍ରଜିଲି ବନ୍ଧନାଳ ନିକଟରେ ଅତି ବିଭତ୍ସ ଭାବରେ ତାଙ୍କୁ ହତ୍ୟା କରିଥିଲା । ସେ ହରିପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଅଞ୍ଜଳୀ ଘର ବେଗୁନିଆ ଥାନା ଅନ୍ତର୍ଗତ ନୂଆସାହିର ପ୍ରଫୁଲ୍ଲ ଦେହୁରୀଙ୍କ ଝିଅ । ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେ ବଡପୋଖରୀ ଅଞ୍ଚଳରେ ଭଡ଼ାରେ ରହୁଥିଲେ । ପ୍ରଥମେ ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବାବେଳେ ପୋଲିସର ତଦନ୍ତ ଜାରି ରଖି ଦୁଇ ଜଣଙ୍କୁ ଅଟକ ରଖିଥିଲା । 

ONA

Leave a Reply

Top