You are here
Home > ବଡ଼ଖବର > ଶାହଙ୍କ ୧୨୦ ପ୍ଲସକୁ ବିଜେଡିର ଡର

ଶାହଙ୍କ ୧୨୦ ପ୍ଲସକୁ ବିଜେଡିର ଡର

ଭୁବନେଶ୍ୱର: ଓଡ଼ିଶାରେ ବିଜେପିର ପ୍ରଦର୍ଶନ ଆଗାମୀ ସାଧାରଣ ନିର୍ବାଚନରେ ତ୍ରିୁରା ତୁଳନାରେ ବି ଭଲ ହେବ । ଦଳ ୧୨୦ ନୁହେଁ ତା’ଠୁ ବି ବେଶୀ ଆସନରେ ଜିତିବ । ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହ ବଲାଙ୍ଗିର ଯୁବ ସମାବେଶରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି । କେବଳ ସେତିକି ନୁହେଁ ପଶ୍ଚିମବଙ୍ଗ ଓ ଓଡିଶାରେ ବିଜୟ ହିଁ ବିଜେପି ଲାଗି ସୁବର୍ଣ୍ଣ ଯୁଗ ଆଣିବ ବୋଲି ଘୋଷଣା କରିଛନ୍ତିା ଅବଶ୍ୟ ଶାହଙ୍କ ଏଭଳି ବୟାନର କିଛି ଆଧାର ନାହିଁ ଓ ଶାହ ଅତିରଞ୍ଜିତ କରୁଛନ୍ତି ବୋଲି ବିଜେଡି ସୁି୍ରମୋ ନବୀନ ପଟ୍ଟନାୟକ କହି ବିଜେପିରଓଡ଼ିଶା ଦଖଲ ଦମ୍ଭୋକ୍ତିକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି ସତରେ କ’ଣ ଶାହଙ୍କ କଥାରେ ଦମ୍ ନାହିଁ ? ବିଜେପିର ଚାଣକ୍ୟ ତଥା ଦଳକୁ କ୍ଷମତାସୀନ କରାଇବା ରଣନୀତି ପ୍ରସ୍ତୁତିରେ ମାହିର୍ ଅମିତ୍ ଶାହଙ୍କ କଥାକୁ ସତରେ କ’ଣ ବିଜେଡି ଏତେ ହାଲୁକା ଭାବେ ନେଉଛି । ମହାରାଷ୍ଟ୍ର, ଗୋଆ, କାଶ୍ମୀର, ୟୁି, ଆସାମ ଓ ପୂର୍ବାଂଚଳ ରାଜ୍ୟଗୁଡ଼ିକରେ ବିଜେପିକୁ କ୍ଷମତାସୀନ କରାଇ ନିଜର ରାଜନୈତିକ ଗୋଟି ଚାଳନାର ପ୍ରମାଣ ଦେଇସାରିଥିବା ଶାହଙ୍କ ରଣନୀତି କ’ଣ ଓଡ଼ିଶାରେ ସଫଳ ହେବେନି? ବିଜେପୁର ଉପନିର୍ବାଚନ ଓ ଦୁଇଟି ଏନ୍ଏସି ନିର୍ବାଚନରେ ବିଜେଡିର ବିଜୟ ସତ୍ତେ୍ୱ ଓଡ଼ିଶାରେ ୨୦୧୯ରେ ବିଜେପି ସରକାର ଗଠନ କରିବ ବୋଲି ବିଜେପି ଜାତୀୟ ଅଧ୍ୟକ୍ଷ ଶାହ କହିବାର ପ୍ରାସଙ୍ଗିକତା ଓ ଗ୍ରହଣୀୟତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ତଥାପି ଶାହଙ୍କ ପୂର୍ବ ରାଜନୈତିକ ଅଭିଜ୍ଞତା ଓ ସଫଳ ନିର୍ବାଚନ ପରିଚାଳନାକୁ ଦେଖିଲେ ତାଙ୍କର କଥାରେ କିଛିନା କିଛି ଦମ୍ ରହିଥିବା ମଧ୍ୟ ରାଜନୀତି ବିଶାରଦମାନେ ମତ ଦେବାକୁ ବାଧ୍ୟ ହେଉଛନ୍ତି । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଓ ରାଜନୀତି ବିଶାରଦଙ୍କ ମତରେ, ଓଡ଼ିଶାରେ ବିଜେପି ଏକ ଲମ୍ବା ରେସ୍ର ଖେଳାଳି ଭାବେ ଉଭା ହୋଇସାରିଲାଣି । ବିଜେଡି ସରକାରର ଦୀର୍ଘ ୧୭ବର୍ଷର ଶାସନକୁ ନେଇ ସୃଷ୍ଟି ହୋଇଥିବା କ୍ଷମତାବିରୋଧୀ ହାୱା ଓ ବିକଳ୍ପ ନେତୃତ୍ୱ ଦେବାର ସାମର୍ଥ୍ୟକୁ ପୁଞ୍ଜି କରି ବିଜେପି ନେତୃତ୍ୱ ଓଡ଼ିଶାରେ କ୍ଷମତା ଦଖଲ କରିବାର ରଣନୀତି ପ୍ରସ୍ତୁତ କରିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ନୂତନ କୋଶଳୀ ରାଜ୍ୟ ଗଠନ ଓ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗକୁ ନିଜର ଟ୍ରମ୍ପ୍କା ର୍ଡ ଭାବେ ବିଜେପି ଶେଷ ମୁହୂର୍ତ୍ତରେ ଉପଯୋଗ କରିବାର ସମ୍ଭାବନା ରହିଛି । ତା’ସହିତ ବିଜେପି ଏବେଠୁ ବୁଥ୍ସ୍ତରରେ ନିଜର ସଂଗଠନକୁ ସୁଦୃଢ଼ କରି ରାଜ୍ୟରେ ‘ସୋଶିଆଲ ଇଞ୍ଜିନିୟରିଂ’ କାର୍ଡ ଖେଳିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ରାଜ୍ୟରେ ଆଦିବାସୀ ଓ ଦଳିତ ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପିର ଆକ୍ସନ୍ ପ୍ଲାନ୍ ବି ଆଗାମୀ ନିର୍ବାଚନରେ ଦଳ ପାଇଁ ସହାୟକ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଯଦିଓ ରାଜ୍ୟରେ ବିଜେପି ନିଜର ସଂଗଠନ ଓ ରାଜ୍ୟସ୍ତରୀୟ ନେତାଙ୍କ ବର୍ତ୍ତମାନର ସ୍ଥିତିକୁ ନେଇ କ୍ଷମତା ଦଖଲର ସମ୍ଭାବନା କ୍ଷୀଣ ବୋଲି ଅନୁଭବ କରୁଛି ତଥାପି ତ୍ରିୁରା ଶୈଳୀରେ ନିର୍ବାଚନ ପରିଚାଳନା କରି ବିଜେପି ଶେଷ ମୁହୂର୍ତ୍ତରେ ବିଜେଡିକୁ ହତଚକିତ କରିଦେବାର ସମ୍ଭାବନା ରହିଛି । ବିଶେଷକରି ବିଜେଡିର ଦଳୀୟ ନେତାଙ୍କ ମଧ୍ୟରେ ଥିବା ଅସନ୍ତୋଷରୁ ଫାଇଦା ଉଠାଇବା ପାଇଁ ଆଗାମୀ ଜୁଲାଇ ମାସରୁ ବିଜେପି ମିଶ୍ରଣ ପର୍ବକୁ ଜୋରଦାର କରିବ । ବିଜେଡି ଏବେ କଂଗ୍ରେସ ଭୋଟ୍ହା ତେଇବା ପାଇଁ କଂଗ୍ରେସ ନେତାଙ୍କ ମିଶ୍ରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଜେପି କିନ୍ତୁ ବିଜେଡିର ଗୋଟିଏ ବୃହତ୍ ଗୋଷ୍ଠୀକୁ ନିଜ ସପକ୍ଷକୁ ନେବା ପାଇଁ ଏବେଠୁ ଗୋଟିଚାଳନା ଆରମ୍ଭ କରିଛି । ବିଶେଷକରି ବିଜେଡିର ୧୨ରୁ
ଊଦ୍ଧ୍ୱର୍ ସାଂସଦ ଏବେ ବିଜେପି ସହ ଯୋଗସୂତ୍ରରେ ରହିଥିବାବେଳେ ୩ ଡଜନରୁ ଅଧିକ ବିଧାୟକଙ୍କ ଉପରେ ମଧ୍ୟ ବିଜେପି ନଜର ରଖିଛି । ତା’ଛଡ଼ା ସଂଗଠନକୁ ସୁଦୃଢ଼ କରିବା ପାଇଁ ଆରଏସ୍ଏସ୍ପ୍ରା ନ୍ତୀୟ ସଂଗଠକମାନେ ବି ସେମାନଙ୍କର କାର୍ଯ୍ୟ ଆରମ୍ଭ କରିସାରିଲେଣି । ସୁନୀଲ ଦେଓଧର ଓ ରାମ ମାଧବ, ସୌଦାନ ସିଂଙ୍କ ଭଳି ସଂଗଠକଙ୍କୁ ଯେକୌଣସି ମୁହୂର୍ତ୍ତରେ ଦଳ ଓଡ଼ିଶାର ସଂଗଠନ କାର୍ଯ୍ୟରେ ଲଗାଇପାରେ । ଏହାଛଡ଼ା ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଓଡ଼ିଶାର କିଛି ଆରଏସ୍ଏସ୍ ସଂଗଠକଙ୍କୁ ଆସନ୍ତା ମାସେ- ଦୁଇମାସ ମଧ୍ୟରେ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । କିଛି ବ୍ୟବସାୟିକ ଓ ସାମାଜିକ ସଂଗଠନ ବ୍ୟତୀତ ଅନେକ ଏନ୍ଜିଓ ମଧ୍ୟ ଓଡ଼ିଶାରେ ବିଜେପି ସପକ୍ଷରେ ମାହୋଲ୍ ପ୍ରସ୍ତୁତ କରିବେ ବୋଲି ଜଣାପଡ଼ିଛି । ବିଜେପିର ରଣନୀତି ଅନୁସାରେ ଦଳ ୧୨୦+ କଥା କହି ସରକାର ଗଢିବା ଲାଗି ଆବଶ୍ୟକ ଆସନ ଉପରେ ସର୍ବାଧିକ ଫୋକ୍ସ ଦେବ । ଆଉ ଏଭଳି ସଫଳ ଗୋଟି ଚାଳନାର ଅଭିଜ୍ଞତା ମଧ୍ୟ ଅମିତ୍ ଶାହଙ୍କ ରହିଥିବାରୁ ବିଜେଡି ଜାଣିଶୁଣି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁନଥିବା ଜଣାପଡ଼ିଛି ।

ONA

Leave a Reply

Top