You are here
Home > ଅଧିକ ଖବର > ଶାସକ ଦଳ ମୁହାଁ ବିରୋଧୀ

ଶାସକ ଦଳ ମୁହାଁ ବିରୋଧୀ

ଝାରସୁଗୁଡା ଜିଲ୍ଲା ରାଜନିତୀରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଦଳୀୟ ନିଷ୍ପତ୍ତିକୁ ପଛରେ ପକାଇ ଶାଶକ ଦଳ ସହ ହାତ ମିଳାଇଛନ୍ତି ଜିଲ୍ଲାର ବିଧାୟକ ମାନେ । ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ଏପରି ଦଳ ବିରୋଧୀ ସାଲିସ ରାଜନିତୀକୁ ନେଇ ଝାରସୁଗୁଡାରୁ ରାଜଧାନୀ ଯାଏ ଚାଲିଛି ଚର୍ଚ୍ଚା ।
ଝାରସୁଗୁଡା : ରାଜ୍ୟରେ ବିରୋଧୀ ଓ ଶାଶକ ଦଳ ଭିତରେ ଟକ୍କରା ଟକ୍କରି ଯୋର ଧରିଛି । କେହି କାହାକୁ ଛାଡିବା ଲାଗି ପ୍ରସ୍ତୁତ ନୁହଁନ୍ତି । ହେଲେ ଝାରସୁଗୁଡା ଜିଲ୍ଲା ରାଜନିତୀରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଦଳୀୟ ନିଷ୍ପତ୍ତିକୁ ପଛରେ ପକାଇ ଶାଶକ ଦଳ ସହ ହାତ ମିଳାଇଛନ୍ତି ଜିଲ୍ଲାର ବିଧାୟକ ମାନେ । ଉଭୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ ଏପରି ଦଳ ବିରୋଧୀ ସାଲିସ ରାଜନିତୀକୁ ନେଇ ଝାରସୁଗୁଡାରୁ ରାଜଧାନୀ ଯାଏ ଚାଲିଛି ଚର୍ଚ୍ଚା । ଆଉ ନିଜ ଦଳର ନେତାଙ୍କର ଏପରି ପଦକ୍ଷେପକୁ ଦେଖି ଦ୍ୱନ୍ଦ୍ୱରେ ପଡି୍ଛନ୍ତି ବିଜେପି ଓ କଂଗ୍ରସର କର୍ମୀ । ବିମୁଦ୍ରିକରଣକୁ ନେଇ ବିଜେପି ଓ କଂଗ୍ରେସର ଦଳ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଘୋଷଣା କରିଥିଲେ । କେନ୍ଦ୍ରୀୟ ନିଷ୍ପତ୍ତି ଅନୁସାରେ ବିଜେପି ଏହାକୁ ରାଜ୍ୟ ସାରା କଳାଧନ ନିରୋଧୀ ଦିବସ ଓ କଂଗ୍ରେସ ଏହାକୁ କଳା ଦିବସ ପାଳିବ ବୋଲି ଘୋଷଣା କରିଥିଲା । ହେଲେ ଝାରସୁଗୁଡାରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଜିଲାର କୌଣସି ସ୍ଥାନରେ କଳାଧନ ବିରୋଧୀ ଦିବସ ପାଳନ କରାଯାଇ ନ ଥିବା ସୂଚନା ମିଳିଛି ।
ସେହିପରି ବିମୁଦ୍ରୀକରଣ ଦ୍ୱାରା ସାଧାରଣ ଲୋକ ବହୁବିଧ ସମସ୍ୟାରେ ଘାଣ୍ଟି ହୋଇଥିଲେ । ବଡବଡିଆ ବିମୁଦ୍ରରକରଣରୁ ଖସିଯାଇଥିବା ବେଳେ ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗ ଏଥିରେ ଜର୍ଜରିତ ହୋଇଥିଲେ । ତେଣୁ ଏହାର ବର୍ଷପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପକ୍ଷରୁ ଏହିଦିନକୁ କଳା ଦିବସ ରୂପେ ପାଳନ କରିବାକୁ ଘୋଷଣା କରାଯାଇଥିଲା । ଭୁବନେଶ୍ୱର, ବ୍ରହ୍ମପୁର ସମେତ ଅନ୍ୟକେତେକ ସ୍ଥାନରେ ମୁହଁରେ କଳା କପଡା ଢାଙ୍କି କଂଗ୍ରେସ ପ୍ରତିବଦ କରିଥିଲା । ହେଲେ ଝାରସୁଗୁଡା ଜିଲାରେ କଳା ଦିବସ ପାଳନ ଦେଖିବାକୁ ମିଳି ନ ଥିଲା । ବିଜେପି ବି ବ୍ରଜରାଜନଗର କି ଝାରସୁଗୁଡାରେ ଦଳୀୟ ନିଷ୍ପତ୍ତିକୁ ମାନି କଳାଧନ ନିରୋଧୀ ଦିବସ ପାଳିନଥିଲା ବୋଲି ଜଣାପଡିଛି ।
ଘୋଷଣା ମୁତାବକ ଉଭୟ ଭାଜପା ଏବଂ କଂଗ୍ରେସରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନ ଥିବାରୁ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଭାଜପା ଏବଂ କଂଗ୍ରେସର ନୀରବତା ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । କୁହାଯାଉଛି ଜିଲ୍ଲାରେ ନିଜ ନିଜ ଦଳର ମଙ୍ଗ ଧରି ଥିବା ଦୁଇ ନେତାଙ୍କ ମନ କୁଆଡେ ନିଜ ଦଳରେ ନାହିଁ । ସେଥିଲାଗି ସେମାନେ ଦଳୀୟ କାର୍ଯ୍ୟକ୍ରମ ପାଳିବାକୁ ଇଛା ପ୍ରକାଶ କରୁ ନାହାନ୍ତି । ଏହି ଜିଲ୍ଲାରେ ବିଧାୟକ ନବ ଦାସ କଂଗ୍ରେସର ଜିଲ୍ଲା ସଭାପତି ଅଛନ୍ତି । ସେହିପରି ବିଜେପିର ଜିଲ୍ଲା ସଭାନେତ୍ରୀ ଅଛନ୍ତି ବିଧାୟିକା ରାଧାରାଣୀ ପଣ୍ଡା । କେବଳ ସେତିକି ନୁହେଁ ପରସ୍ପର ଦୁଇ ବିରୋଧୀ ଦଳର ଥିବା ଏହି ଦୁଇ ନେତାଙ୍କ ଭିତରେ ବହୁ ଘନିଷ୍ଠ ସଂପର୍କ ରହିଛି ବୋଲି ରାଜ୍ୟ ରାଜନିତୀରେ ଢେର ଦିନ ହେଲାଣି ଚର୍ଚ୍ଚା ହେଉଛି । ଉଭୟ ଏବେ କୁଆଡେ ଗୋଟିଏ ଦଳକୁ ଡିଆଁ ମାରିବାକୁ ଗୋଡ କାଢି ବସିଥିବାରୁ ନିଜ ଦଳ ପ୍ରତି ମନ ଦେଉ ନାହାନ୍ତି । ହେଲେ ନେତାଙ୍କର ଏପରି ଆଚରଣକୁ ନେଇ କର୍ମୀ କିନ୍ତୁ ଅସନ୍ତୋଷ ପ୍ରକାଶ କରୁଥିବା ସୂଚନା ମିଳୁଛି । ତେବେ ନେତାଏ ଭୁଲିଯାଉଛନ୍ତି ଯ,କର୍ମୀଙ୍କୁ ନମବୁଝାଇ ଦଳ କାମ ନକରି କେବଳ ନିଜ ଫାଇଦାରେ ମାତିଲେ କର୍ମୀ ହିଁ ଠିକଣା ସମୟରେ ଠିକଣା ଜବାବ ଦେବେ ।

ONA

Leave a Reply

Top