You are here
Home > ଲାଟେଷ୍ଟ > ଶନିବାର ବିଜେପିରେ ମିଶିବେ ଲୁଲୁଙ୍କ ପରିବାର

ଶନିବାର ବିଜେପିରେ ମିଶିବେ ଲୁଲୁଙ୍କ ପରିବାର

ଭୁବନେଶ୍ୱର: ଶନିବାର ବିଜେପିରେ ମିଶିବେ ସ୍ୱର୍ଗତ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରିବାର । ଲୁଲୁଙ୍କ ଝିଅ ଉପାସନା ଓ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ସେନାର ବହୁ କର୍ମୀ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେପିରେ ମିଶିବାର କାର୍ଯ୍ୟକ୍ରମ ରହିଛି ।
  ତେବେ ପଦ୍ମ ଆଡକୁ କାହିଁକି ଲୁଲୁଙ୍କ ପରିବାର ଢ଼ଳୁଛନ୍ତି, ସେ ସମ୍ପର୍କରେ ଜାଣିବା । ସ୍ୱର୍ଗତ ଲୁଲୁ ମହାପାତ୍ର ତାଙ୍କ ରାଜନୀତି କ୍ୟାରିୟରରେ ବିଜେପିକୁ ଯିବାକୁ ଚାହିଁ ନଥିଲେ । ହେଲେ ଘଟଣାକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲୁଲୁଙ୍କ ଘନିଷ୍ଠତା  ବଢ଼ିଥିଲା । ଏହାକୁ ଆଧାର କରି ଏବେ ଲୁଲୁ ପରିବାର ବିଜେପି ଯିବାକୁ ମନ ବଳାଇଛନ୍ତି । କୁହାଯାଉଛି କଟକ ନଗର ଯୁବ ସଗଠନ ପକ୍ଷରୁ ଆୟୋଜିତ ଏକ ସାମାଜିକ କାର୍ଯ୍ୟକ୍ରମରେ ଲୁଲୁ-ଧର୍ମେନ୍ଦ୍ର  ଏକାଠି ହୋଇଥିଲେ । ଲୁଲୁ ମଞ୍ଚତଳେ ବସିଥିବା ବେଳେ ଧର୍ମେନ୍ଦ୍ର ମଞ୍ଚ ଉପରେ ଲୁଲୁଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ଧର୍ମେନ୍ଦ୍ରଙ୍କ ମୁହଁରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଲୁଲୁଙ୍କ ପ୍ରଶଂସାକୁ ସେତେବେଳେ ଭିନ୍ନ ଦୃଷ୍ଟିରେ ଦେଖାଯାଇଥିଲା  ।
  ସେହିଭଳି ୨୦୧୬ ନଭେମ୍ବର ୬ ତାରିଖରେ ଲୁଲୁ ତାଙ୍କର ଅଗଣିତ ଶୁଭେଚ୍ଛୁ, ପ୍ରଶଂସକ ଏବଂ ସମାଲୋଚକଙ୍କୁ ପଛରେ ଛାଡି  ଆର ପାରିକୁ ଚାଲିଯାଇଥିଲେ  । ନୂଆଦିଲ୍ଲୀରୁ ଲୁଲୁଙ୍କ ମର ଶରୀର  ଭୁବନେଶ୍ୱରରେ ପହଞ୍ଚିଥିବା  ବେଳକୁ ରାଜଧାନୀ ଜନସମୁଦ୍ର ପାଲଟି ଯାଇଥିଲା । ଏହି ଅବସରରେ ଲୁଲୁଙ୍କ ପରିବାରକୁ ସମବେଦନା ଜଣାଇବାଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏହିଠାରୁ ହିଁ  ବିଜେପି ପ୍ରତି ଲୁଲୁ ପରିବାର ଢ଼ଳିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଲୁଲୁ କଂଗ୍ରେସ୍ର ଜଣେ ତୁଙ୍ଗ ନେତା ଥିଲେ  । ହେଲେ  ତାଙ୍କ ଦେହାନ୍ତ ପରେ କଂଗ୍ରେସର କୌଣସି ଜାତୀୟ ସ୍ତରର ନେତା ଆସିନଥିଲେ । ଫଳରେ ଏହାର ଫାଇଦା ବିଜେପି ନେଇଥିବା ଆଲେଚନା ହେଉଛି । ସେହିଭଳି ୨୦୧୭ ଏପି୍ରଲ ୧୬ ତାରିଖ ।  ପାଇବ ବିଦ୍ରୋହରେ ନିଜ ଜୀବନକୁ ବାଜି ଲଗାଇଥିବା ୧୬ ଟି ପାଇକ ପରିବାରକୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଆସିଥିଲେ  । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଲୁଲୁଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର ଓ ଝିଅ ଉପାସନାଙ୍କୁ ଦେଖିବାକୁ ମିଳିଥିଲା । ପାଇକ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୋଦି ଉପାସନାଙ୍କ ମୁଣ୍ଡରେ ହାତ ରଖିଥିଲେ । ଏହାକୁ ନେଇ ରାଜନୈତିକ କରିଡରେ ଏହାକୁ ନେଇ ଢ଼େର ଚର୍ଚ୍ଚା ହୋଇଥିଲା । ଫଳରେ ଆଗାମୀ ଦିନରେ ଲୁଲୁଙ୍କ ପରିବାର ଓ ତାଙ୍କ ସେନା ବିଜେପିରେ ମିଶିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା ।

ONA

Leave a Reply

Top