You are here
Home > ଇଣ୍ଡିଆ > ଶନିବାର ଓ ରବିବାର ଖୋଲା ରହିବ ବ୍ୟାଙ୍କ,ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ଜମା କଲେ ରହିବ ନଜର

ଶନିବାର ଓ ରବିବାର ଖୋଲା ରହିବ ବ୍ୟାଙ୍କ,ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ଜମା କଲେ ରହିବ ନଜର

ମୁମ୍ବାଇ : ଅଚଳ ହୋଇଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ବଦଳାଇବ ପାଇଁ ବ୍ୟାଙ୍କଗୁଡ଼ିକ ଚଳିତ ସପ୍ତାହର ଶନିବାର ଏବଂ ରବିବାର ଖୋଲା ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କହିଛନ୍ତି। ଏହି ଦୁଇ ଦିନ ଦେଶରେ ଥିବା ସବୁ ସରକାରୀ, ଘରୋଇ, ବିଦେଶୀ, ସମବାୟ ଏବଂ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକ ଖୋଲା ରହିବ।

-ଶୁକ୍ରବାରଠାରୁ ଏଟିଏମ୍‌ରୁ ନୂଆ ନୋଟ୍‌ ବାହାରିବ

 -ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ବାତିଲ

-ବ୍ୟାଙ୍କର କର୍ମଚାରୀମାନେ ଅଧିକ ଦୁଇ ଘଣ୍ଟା କାମ କରିବେ

-ଟଙ୍କା ଜମା କରିବା ଉପରେ ଲାଗୁ ଥିବା ଚାର୍ଜ ନଭେମ୍ବର ୧୦ରୁ ୩୦ ପର୍ୟ୍ୟନ୍ତ ଛାଡ଼

-ଡିସେମ୍ବର ୩୧ ପର୍ୟ୍ୟନ୍ତ ଏଟିଏମ୍‌ରୁ ଟଙ୍କା ଉଠାଣକୁ ଶୁଳ୍‌କ ମୁକ୍ତ

– ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଜମା ଜମାକାରୀଙ୍କ ଉପରେ  ଆୟକର ବିଭାଗର  ନଜର ରହିବ।

ଶନିବାର ଓ ରବିବାର ବ୍ୟାଙ୍କ ଖୋଲା ରହିବା ବିଷୟରେ ଜୋରଦାର ପ୍ରଚାର କରିବାକୁ ଆର୍‌ବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏହି ଦୁଇ ଦିନର ଛୁଟିକୁ ବାତିଲ କରାଯାଇଛି। ସାଧାରଣ ଲୋକମାନେ ଯେଭଳି ସୁବିଧାରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବଦଳାଇ ପାରିବେ ସେଥିପାଇଁ ବ୍ୟାଙ୍କର କର୍ମଚାରୀମାନେ ଅଧିକ ଦୁଇ ଘଣ୍ଟା କାମ କରିବେ। ଦରକାର ହେଉଥିବା ଶାଖାଗୁଡ଼ିକରେ ଅଧିକ କାଉଣ୍ଟର୍‌ ମଧ୍ୟ ଖୋଲାଯିବ। କେତେକ ବ୍ୟାଙ୍କ ଟଙ୍କା ଜମା କରିବା ଉପରେ ଲାଗୁ ଥିବା ଚାର୍ଜ ନଭେମ୍ବର ୧୦ରୁ ୩୦ ପର୍ୟ୍ୟନ୍ତ ଛାଡ଼ କରିଛନ୍ତି। ଡିସେମ୍ବର ୩୧ ପର୍ୟ୍ୟନ୍ତ ଏଟିଏମ୍‌ରୁ ଟଙ୍କା ଉଠାଣକୁ ଶୁଳ୍‌କ ମୁକ୍ତ କରାଯାଇଛି। ବୁଧବାର ବ୍ୟାଙ୍କ ଓ ଏଟିଏମ୍‌ କାଉଣ୍ଟର୍‌ଗୁଡ଼ିକ ବନ୍ଦ ରହିବା ଯୋଗୁଁ ଦେଶବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗୁରୁବାର ବ୍ୟାଙ୍କଗୁଡ଼ିକ ଖୋଲିବ। ଆଜି ବିଭିନ୍ନ ଏଟିଏମ୍‌ରେ ନୂଆ ନୋଟ୍‌ ସବୁ ଭର୍ତି କରାଯାଉଛି। ତେଣୁ ଶୁକ୍ରବାରଠାରୁ ଲୋକମାନଙ୍କୁ ଏଟିଏମ୍‌ ଜରିଆରେ ନୂଆ ନୋଟ୍‌ ପାଇବେ ବୋଲି ଅର୍ଥ ସଚିବ ଅଶୋକ ଲାଭାସା କହିଛନ୍ତି। ସରକାର ଆଜି ସ୍ପଷ୍ଟ କରିଦେଇଛନ୍ତି ଯେ ଚାଷୀ, ଗୃହିଣୀ ଯେଉଁମାନଙ୍କ ଆୟ ଟିକସ ପରିସର ବାହାରେ ରହିଛି ସେମାନଙ୍କୁ ଟଙ୍କା ଜମା କରିବା ବେଳେ କୌଣସି ସମସ୍ୟା ହେବ ନାହିଁ। କିନ୍ତୁ ଯେଉଁମାନେ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଜମା କରିବେ ସେମାନଙ୍କ ଉପରେ ଆୟକର ବିଭାଗର ନଜର ରହିବ।

ONA

Leave a Reply

Top