You are here
Home > ଏକ୍ସକ୍ଲୁସିଭ୍ > ଶଙ୍ଖ ଫୁଙ୍କିବେ ନବ ପ୍ରଫୁଲ୍ଲ,ଯଗେଶ ,ଗଣେଶ୍ବର,ସୂରିୟା,ପ୍ରକାଶ !

ଶଙ୍ଖ ଫୁଙ୍କିବେ ନବ ପ୍ରଫୁଲ୍ଲ,ଯଗେଶ ,ଗଣେଶ୍ବର,ସୂରିୟା,ପ୍ରକାଶ !

ଭୁବନେଶ୍ବର : ଦେଶ ପରି ଓଡିଶାରୁ ବି କଂଗ୍ରେସ ଲୋପ ହେବାରେ ଲାଗୁଛି। ତା’ଠାରୁ ଅଧିକ ଉଦବେଗଜନକ ହେଉଛି େଯ ଅନେକ କଂଗ୍ରେସ ନେତା ଏବେ ଦଳ ପରିବତ୍ର୍ତନ କରିବାକୁ ଚାହୁଁଛନ୍ତି। ଯାହାର କାରଣ ହେଉଛି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଚଚ୍ର୍ଚିତ ଦୁର୍ବଳ ନେତୃତ୍ବ। ଦୁଦ୍ର୍ଧିନରେ ଦଳର ମୁଖିଆ କର୍ମୀ-ନେତାଙ୍କ ପାଖରେ ଠିଆ ହୋଇଥିବାରୁ ଲିଡରର ଆଖ୍ୟା ପାଇଥାଏ। ହେଲେ ପ୍ରସାଦଙ୍କ କ୍ଷେତ୍ରରେ ଏହା ହେଉ ନଥିବା ପରିଲକ୍ଷିତ ହେଉଛି। ଯାହାକୁ ନେଇ ଦଳରେ ଅସନ୍ତୋଷ ବଢିବାରେ ଲାଗୁଛି। କଂଗ୍ରେସର ଏପରି ଆଚରଣ େଯାଗୁ ଗଣମାଧ୍ୟମ ପ୍ରତିନିଧି ହରଡଘଣାରେ ପଡୁଛନ୍ତି। କାରଣ ରାଜନୈତିକ ସ୍ତରରେ ଗୋଟାଏ ଦଳର ଆକ୍ଷେପ ବିରୋଧରେ ଅନ୍ୟ ଦଳର ପ୍ରତିକ୍ରିୟା ନେଇଥାନ୍ତି ଗଣମାଧ୍ୟମ। ହେଲେ କଂଗ୍ରେସ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କଂଗ୍ରେସ ନେତାଙ୍କ ବିରୋଧରେ କଂଗ୍ରେସ ନେତା ପ୍ରତିକ୍ରିୟା ଦେବାରୁ ରାଜନୈତିକ ସ୍ତର ଗୋଳିଆ .
ଯାଗେଶ : ଦୁଇ ଦୁଇ ଥର ସୁନ୍ଦରଗଡ ସଦର ଆସନରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିବା େଯାଗେଶ ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା େଯାଗୁ ସଭ୍ୟ ପଦ ହରାଇଥିଲେ। ହେଲେ ପର ମୁହୂତ୍ର୍ତରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିବାରୁ ସଭ୍ୟ ପଦ କାଏମ ରହିଲା। ତେବେ ଅଡୁଆରେ ପଡିଥିବା େଯାଗେଶଙ୍କ ସହ ଠିଆ ହେବା ପରିବତ୍ର୍ତେ, ଏହା ଦଳୀୟ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ବ୍ୟାପାର କହିବାରୁ ପ୍ରସାଦଙ୍କ ଉପରେ େଯାଗେଶ ଖପ୍ପା। ଏପରି ସ୍ଥିତିରେ େଯାଗେଶ ବିଜେଡି ସହ େଯାଗାେଯାଗ କରିଥିବା ସୂଚନା ମିଳିଛି। ସ୍ବାଭିମାନ ବଞ୍ଚାଇବାକୁ ଯାଇ ସେ ବିନା ସତ୍ର୍ତରେ ବିଜେଡିରେ ମିଶି ପାରନ୍ତି। କାଳେ ତାଙ୍କ ଜାତିଗତ ଦ୍ବନ୍ଦ୍ବ ପୁଣି ୨୦୧୯ ନିର୍ବାଚନରେ ଉପୁଜିପାରେ, ସେଥିପାଇଁ ସେ ଭାଗ୍ୟ ଉପରେ ନିଜ ରାଜନୈତିକ ଭବିଷ୍ୟତ ଛାଡିଛନ୍ତି। ଗତ ବିଧାନସା ନିର୍ବାଚନରେ ବିଜେଡି ପ୍ରାର୍ଥୀ କୁସୁମ ଟେଟେଙ୍କୁ ସେ ପରାସ୍ତ କରିଥିଲେ। ବତ୍ର୍ତମାନ କୁସୁମ ସୁନ୍ଦରଗଡ ସ୍ବତନ୍ର ବିକାଶ ପରିଷଦ ଉପାଧ୍ୟକ୍ଷା ଅଛନ୍ତି। େଯାଗେଶଙ୍କ ଆଶା, କସୁମ ତ ସ୍ବତନ୍ର ବିକାଶ ପରିଷଦରେ ଥଇଥାନ ହୋଇଛନ୍ତି। ବିଜେଡିରେ େଯାଗ ଦେଲେ, ହୁଏତ ତାଙ୍କୁ ଟିକେଟ ମିଳିପାରେ ା
ପ୍ରଫୁଲ୍ଲ ମାଝୀ : ସୁନ୍ଦରଗଡ ଜିଲ୍ଲା ତଳସରାରୁ ତିନି ତିନ ଥର କଂଗ୍ରେସ ଟିକେଟରେ ବିଧାୟକ ହୋଇଛନ୍ତି ଡାକ୍ତର ପ୍ରଫୁଲ୍ଲ ମାଝୀ ା ପ୍ରସାଦଙ୍କୁ ନେଇ ସେ ବି ଖପ୍ପ। ଥିବା ଶୁଣିବାକୁ ମିଳିଛି, ପୁଫୁଲ୍ଲ ବି ବିଜେଡିରେ ମିଶିବେ ବୋଲି ଡିଲିଂ କରିଛନ୍ତି। ବାରମ୍ବାର ବିଜେଡିର ବିନୟ ଟପ୍ପୋ ପରାସ୍ତ ହୋଇଥିବାରୁ, ପ୍ରଫୁଲ୍ଲଙ୍କୁ ଟିକେଟ ଦେବାକୁ ବିଜେଡି ଅଙ୍କ କଷୁଥିବା ଖବର ମିଳିଛି। ତେବେ କିଛି ଦିନ ତଳେ ତଳସରା ବିଜେପି ପ୍ରାର୍ଥୀ ସନ୍ତୋଷ ଅମାତ ବିଜେଡିରେ େଯାଗ ଦେଇଛନ୍ତି। ସେ ସମୟରେ ଚଚ୍ର୍ଚା ହେଉଥିଲେ, ସନ୍ତୋଷ ୨୦୧୯ ନିର୍ବାଚନରେ ତଳସରାରୁ ବିଜେଡି ପ୍ରାର୍ଥୀ ହେବେ। ହେଲେ ତାଙ୍କୁ ସ୍ବତନ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଛି। ଏବେ ଚଚ୍ର୍ଚା ହେଉଛି, ପ୍ରଫୁଲ୍ଲ ମାଝୀଙ୍କୁ ବିଜେଡି ମିଶାଇବା ଆଗରୁ ସବୁ କ
ଗଣେଶ୍ବର ବେହେରା : କେନ୍ଦ୍ରାପଡ଼ାର ପୂର୍ବତନ କଂଗ୍ରେସ ବିଧାୟକ ଗଣେଶ୍ବର ବେହେରା ବିଜେଡିରେ ମିଶିବା ନେଇ ଦଳୀୟ ହେଭିେଓ୍ବଟଙ୍କ ସହ ଫଇନାଲ କରିଥିବା ସୂଚନା ମିଳିଛି। ହେଲେ ତାଙ୍କୁ ରୋକିବା ପାଇଁ କୁଆଡେ ବିଜେଡି ବିଧାୟକ କିଶୋର ତରାଇଙ୍କ ସମର୍ଥକ ଦସ୍ତଖତ ଅଭିଯାନ ଚଳାଇଛନ୍ତି। ଗଣେଶ୍ବର ବିଜେଡିରେ େଯାଗ ଦେଲେ, ୨୦୧୯ ନିର୍ବାଚନ ସଂରକ୍ଷିତ ଆସନ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରେ ଲଢିବା ନିଶ୍ଚିତ ହୋଇଥିବା ଖବର ରହିଛି। ଏପରି ସ୍ଥିତିରେ କିଶୋର ବିଜେପିରେ େଯାଗ ଦେବେ ବୋଲି ଚେତାବନୀ ଦେଇଥିବା କେନ୍ଦ୍ରାପଡ଼ା ବିଜେଡି କହୁଛି। ଅବଶ୍ୟ କିଶୋରଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କୁ ପଟ୍ଟାମୁଣ୍ଡାଇ ସମିତି ସଭ୍ୟା କରିବା ଜାଲିଆତି ଏବେ ବି ସତେଜ ଅଛି। କିଶୋର ଦଳ ଛାଡିଲେ କିଛି ଫରକ ପଡିବିନ ବୋଲି ବିଜେଡି ନେତାଙ୍କ ମତ।
ନବ କିଶୋର ଦାସ : ଝାରସୁଗୁଡାରୁ କଂଗ୍ରେସ ଟିକେଟରେ ଦୁଇ ଦୁଇ ଥର ବିଧାୟକ ହୋଇଛନ୍ତି ନବ ଦାସ। କିନ୍ତୁ େଯତେ ଚେଷ୍ଟା କଲେ ବି ବିରୋଧୀ ଦଳ ମୁଖ୍ୟ-ସଚେତକ ହୋଇ ପାରିଲେ ନାହó ନବ ବାବୁ। ପୁଣି ବିଜେପୁର ଉପ-ନିର୍ବାଚନରେ ପୂର୍ବତନ ମନ୍ରୀ ରିପୁନାଥ ସେଠଙ୍କୁ ପ୍ରାର୍ଥୀ କରିବାର ନବଙ୍କ େଯାଜନା ବି ଫେଲ ମାଇଲା। ନବ ବିଜେଡିରେ ମିଶିବେ ବୋଲି ଏକପ୍ରକାର ନିଶ୍ଚିତ ବୋଲି ଖବର ମିଳିଛି। ଏମିତି ବି ନବ ଓ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ବିଜିନେସ୍ ପାର୍ଟନର ବୋଲି ପଲଟିକାଲ୍ ସର୍କଲରେ ଆଲୋଚନା ହେଉଛି। ସେହି ଡିଲିଂରେ ନବ ବିଜେଡିରେ ମିଶି ଝାରସୁଗଡା ପାଇଁ ବିଜେଡି ଟିକେଟ ପାଇ ପାରନ୍ତି। େଯଉଁଥି ପାଇଁ ବିଜେଡିର କିଶୋର ମହାନ୍ତି ବ୍ରଜରାଜନଗରରୁ ପ୍ରାର୍ଥୀ ହେବେ ବୋଲି ଚାଲିଛି ଅଙ୍କକଷା। କିନ୍ତୁ ଗୁଇନ୍ଦା ବିଭାଗର ରିପୋର୍ଟ ଯାଉଛି ନବଙ୍କ ବିରୋଧରେ ା ପଶ୍ଚିମ ଓଡ଼ିଶାରେ କଂଗ୍ରେସର ନିଜକୁ ବଡ ଲିଡର ଭାବେ ପ୍ରୋଜେକ୍ଝ କରୁଥିବା ନବ ବାବୁ ବିଜେଡି ପାଇଁ ବୋଝ ହେବେ ବୋଲି ଗୁଇନ୍ଦା ରିପୋର୍ଟ ଆସିଛି ବୋଲି ଶୁଣିବାକୁ ମିଳିଛି ା ତେବେ ଝାରସୁଗୁଡା ଜିଲ୍ଲାରେ ବିଜେଡିକୁ ବ୍ୟାକଫୁଟକୁ ପଠାଇ ଦେଇଥିବା ନବ, କିଛି ଆଇଏଏସ ଅଫିସରଙ୍କୁ ଧରି ଶାସକ ଦଳରେ ମିଶିବାକୁ ଉଦ୍ୟମ କରୁଛନ୍ତି ା ତେବେ ନବ ଦାସ କେବେ ବିଜେପିରେ ମିଶିବାକୁ ଉଦ୍ୟମ କରୁଛନ୍ତି ତ କେବେ ବିଜେଡି ପ୍ରତି ମୋହ ଦେଖାଉଛନ୍ତି, ସେଥିପାଇଁ ବିଜେଡି ସୁପ୍ରିମୋ ନବଙ୍କୁ ନେଇ ଦ୍ବନ୍ଦ୍ବରେ ା
ଶଙ୍ଖ ଫୁଙ୍କିବେ ସୂରିୟା : ରାଜ୍ୟ କଂଗ୍ରସରେ ଦିନକୁ ଦିନ ଅସନ୍ତୋଷ ବଢୁଛି ା ରାଜ୍ୟରେ ସଂଗଠନ ଉଧେଇ ପାରୁନଥିବା ବେଳେ ପିସିସି ମୁଖିଆ ପ୍ରସାଦ ହରିଚନ୍ଦନଙ୍କ ବିରୋଧରେ କିଛି ବିଧାୟକ ଓ ତୁଙ୍ଗ ନେତା ପୁଣି ମୁହଁ ଖୋଲିଲେଣି ା ପ୍ରସାଦଙ୍କ ନେତୃତ୍ବରେ ସଂଗଠନ ବଢି ପାରିବ ନାହó ା ତେଣୁ ତାଙ୍କୁ ତୁରନ୍ତ ନ ବଦଳାଇଲେ ଦଳ ଛାଡିବେ ବୋଲି କିଛି କଂଗ୍ରେସ ବିଧାୟକ ଚେତାବନୀ ଦେଇଛନ୍ତି ା ନେତୃତ୍ବ କନ୍ଦଳ େଯାଗୁଁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ୫ ଜଣ କଂଗ୍ରେସ ବିଧାୟକ ବିଜେଡିରେ େଯାଗ ଦେବା ସମ୍ଭାବନା ରହିଥିବା କୁହାଯାଉଛି ା ଏ ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ବିଧାୟକ କେ.ସୂରିୟା ରାଓଙ୍କ ଭୂମିକା ନେଇ ଚଚ୍ର୍ଚା ଆରମ୍ଭ ହୋଇଛି ା ତେବେ ପାରଳା ବିଧାୟକ ନିଜର ରାଜନୈତିକ ଭବିଷ୍ୟତ ବିଷୟରେ ସ୍ପଷ୍ଟ ବାତ୍ର୍ତା ଦେବା ପାଇଁ ଇଚ୍ଛା ନ କରିବା ଏହି ସନ୍ଦେହକୁ ଘନୀଭୂତ କରିଛି ା ବର୍ଷେ ହେଲା ସେ କଂଗ୍ରେସର ବିଭିନ୍ନ ସାଂଗଠନିକ ଦାୟିତ୍ବ ଓ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖି ଆସୁଥିବା ଦେଖôବାକୁ ମିଳୁଛି ା ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ରୀ କିମ୍ବା ଶାସକ ଦଳକୁ ବିରୋଧ କରିବା ତାଙ୍କ କ୍ଷେତ୍ରରେ ଦେଖା ଯାଇନାହଁି। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବ ଉପରେ ତାଙ୍କର ଭରସା ନାହଁି ଏବଂ ପ୍ରସାଦଙ୍କ ନେତୃତ୍ବରେ ସେ ନିର୍ବଚନ ଲଢିବେ ନାହଁି ବୋଲି କହିବା ଦ୍ବାରା ସେ ଦଳ ଛାଡି ପାରନ୍ତି ବୋଲି ପ୍ରଶ୍ନ ଉଠିଛି ା ୨୦୧୪ ନିର୍ବାଚନରେ ଓଡିଶାରେ କଂଗ୍ରେସ ୧୭ଟି ଆସନରେ ଜିତିଥିବା ବେଳେ ପାରଳା ବିଧାନସଭା ଆସନରେ ସଂଘର୍ଷପୂର୍ଣ୍ଣ ମୁକାବିଲାରେ କେ.ସୂରିୟା ରାଓ ବିଜେଡି ପ୍ରାର୍ଥୀଙ୍କୁ ମାତ୍ର ୧୪୭୦ ଭୋଟ ବ୍ୟବଧାନରେ ହରାଇ ଥିଲେ ା ଏବେ ରାଜ୍ୟରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହେବାରେ ଲାଗିଛି ା ତେବେ ପାରଳାରେ କଂଗ୍ରେସର ଭୋଟ ବ୍ୟାଙ୍କ କେବଳ ସୂରିୟାଙ୍କ ନିଜସ୍ବ ସଂଗଠନ ଲାଗି ମଜଭୁତ ରହିଛି, ଯାହାର ସଦ୍ୟ ପ୍ରମାଣ ମିଳିଥିଲା ଗତ ପଞ୍ଚାୟତ ନିର୍ବାଚନରେ ା କିନ୍ତୁ ସଂଗଠନର ନେତୃତ୍ବ ନେବା ପାଇଁ ସୂରିୟା ପଛାଉଛନ୍ତି ଏହାର ଦୁଇଟି କାରଣ ରହିଛି ା ୨୦୧୫ ଓ ୨୦୧୭ରେ ସେ ଦୁଇଥର ସ୍ବାସ୍ଥ୍ୟଗତ କାରଣରୁ ଡାକ୍ତରଖାନାରେ ଭତ୍ର୍ତି ହେଲେ ା ଏହା ପରେ ଡାକ୍ତର ତାଙ୍କୁ ଆରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ପୁଣି ଆଗାମୀ ନିର୍ବାଚନରେ ବିଜେଡି ଏବଂ ବିଜେପିର ମୁକାବିଲା କରିବା ପାଇଁ ଆବଶ୍ୟକ ପାଣ୍ଠି ଦଳୀୟ ସୂତ୍ରରୁ ମିଳିବା ସମ୍ଭାବନା କମ୍ ା ଏହା େଯାଗାଡ କରିବା ସପକ୍ଷରେ ବିଧାୟକଙ୍କ ଆଗ୍ରହ ନାହଁି ା ଏପଟେ ରାଷ୍ଟ୍ରୀୟ ସ୍ତରରେ ବତ୍ର୍ତମାନ ବିଜେପି ସହ ମୁକାବିଲା କରିବା ପାଇଁ କଂଗ୍ରେସ ବିଭିନ୍ନ ଅଞ୍ଚଳିକ ଦଳ ସହ ହାତ ମିଳାଇବା ଲାଗି ରଣନୀତି ପ୍ରସ୍ତୁତ କରୁଛି ା ସେହିଭଳି ଓଡିଶାରେ ବିଜେଡି ସହ କଂଗ୍ରେସର ମେଣ୍ଟ ହେଲେ ନିଶ୍ଚିତ ଭାବେ ପାରଳା ଆସନରେ ମେଣ୍ଟ ପ୍ରାର୍ଥୀଙ୍କ ବିଜୟ ସହଜ ହେବ ା ଏଣୁ ଏହାକୁ ନଜରରେ ରଖô ପାରଳା ବିଧାୟକ ସୂରିୟା ରାଓ ନିଜର ଚାଳନା କରୁଥିବା ରାଜନୀତି ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରିଛନ୍ତି ା
ପ୍ରକାଶ ବେହେରା : ଦୁଇ ଦୁଇ ଥର କଂଗ୍ରେସ ଟିକେଟରେ ହାରିବା ପରେ ତୃତୀୟ ଥର ସାଲେପୁରର ବିଧାନସଭା ଆସନରୁ ବିଜୟୀ ହେଲେ ପ୍ରକାଶ। ସେ ବି ବିଜେଡିରେ ମିଶିବା ଖବର ରହିଛି। ହେଲେ ଡିଲିଂ ଛିଡୁନି। ବିଜେଡିରେ ପ୍ରକାଶ ମିଶିଲେ, ୨୦୧୯ ନିର୍ବାଚନରେ ସେ ସଂରକ୍ଷିତ କଟକ ସଦରରୁ ଟିକେଟ ପାଇବେ ବୋଲି ଅଫର୍ ରହିଛି। ଯାହାକୁ ପ୍ରକାଶ ଅଗ୍ରାହ୍ୟ କରି ଦେଇଥିବା ଶୁଣିବାକୁ ମିଳିଛି ା ହେଲେ ସାଧାରଣ ବର୍ଗଙ୍କ ଲାଗି ଉଦ୍ଧିଷ୍ଟ ସାଲେପୁରରୁ କଂଗ୍ରେସ ବିଧାୟକ ପ୍ରକାଶଙ୍କୁ ଲଢାଇବାକୁ ଚାହୁଁନି ବିଜୁ ଜନତା ଦଳ ା କିନ୍ତୁ ପ୍ରକାଶ ବାରଗେନ୍ କରୁଛନ୍ତି ସାଲେପୁର ଟିକେଟ ସୁନିଶ୍ଚିତ ହେଲେ, ସେ ବିଜେଡିରେ ମିଶିବା କଥା ସ୍ପଷ୍ଟ କରିବେ ବୋଲି ତାଙ୍କ ସମର୍ଥକ କହୁଛନ୍ତି।

ONA

Leave a Reply

Top