You are here
Home > ଲାଟେଷ୍ଟ > ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣରେ ଡ୍ରାଇଭର ମୃତ

ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣରେ ଡ୍ରାଇଭର ମୃତ

ମାଲକାନଗିରି: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଆନ୍ନାବରମ ଥାନା ଠାରୁ  ୪ କିଲୋମିଟର ଦୂର ରାମରାଓପୋଲାମ ଓ କଟ୍ଟାଗୁନ୍ନାଇ ମଧ୍ୟରେ ଆଜି ମାଓବାଦୀ ଲାଇନମାନ୍ସ ବିସ୍ଫୋରଣ ଘଟାଇଛନ୍ତି । ଏଥିରେ ଜିପ୍ ଡ୍ରାଇଭରର ମୃତୁ୍ୟ ହୋଇଛି  । ପୋଲିସ ଜିପ୍ ଭାବି ମାଓବାଦୀମାନେ ଏହି ବିସ୍ଫୋରଣ କରିଥିଲେ  । ମାତ୍ର ତାହା ଏକ ସାଧାରଣ ଜିପ୍ ଥିଲା । ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ଜିପ୍ଟି ବିସ୍ଫୋରଣ ସ୍ଥଳରୁ ୫୦ ଫୁଟ ଦୁରରେ ଛିଟିକି ପଡିଥିଲା  । ଜିପ୍ ଡ୍ରାଇଭରଙ୍କ କ୍ଷତାକ୍ତ ଶରୀର ମଧ୍ୟ ଖେର କିଛି ଦୂରରେ ପଡିଥିବା ଦେଖିବାକୁ ମିଳିଛି । ଘର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ସର୍ଚ୍ଚ ଅପରେସନ୍କୁ ଜୋରଦାର କରିଛି । ଗତ ଏପ୍ରିଲ ୨୪  ତାରିଖ ଦିନ ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୨୬ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ  ।

ONA

Leave a Reply

Top