You are here
Home > ଗସିପ ଖବର > ଲୋକସଭା ନିର୍ବାଚନ,ସମୟ ପୂର୍ବରୁ ସମ୍ଭାବନା ନାହିଁ

ଲୋକସଭା ନିର୍ବାଚନ,ସମୟ ପୂର୍ବରୁ ସମ୍ଭାବନା ନାହିଁ

ନୂଆଦିଲ୍ଲୀ : ଦେଶର ରାଜନୀତିରେ ଏବେ ନୂତନ ବିତର୍କ ଚାଲିଛି। ଲୋକସଭା ଏବଂ ବିଧାନସଭା ନିର୍ବାଚନ  ଏକ ସଙ୍ଗେ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଦେଶ ଦେବା ମାତ୍ରେ ଏହାକୁ ବିରୋଧ କରିବା ଆରମ୍ଭ କରିଥିଲେ ବିରୋଧୀ ଦଳ। ଏକ ସଙ୍ଗେ ନିର୍ବାଚନ ସପକ୍ଷରେ ବିଜେପି ଆଗକୁ ଆସିବା ପରେ ବିରୋଧୀ ଦଳ ଛାନିଆ ହୋଇଥିଲା।  କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଆଶଙ୍କା କରିବାକୁ ଲାଗିଲେ ଯେ ସମୟ ପୂର୍ବରୁ ବିଜେପି ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ ଏକ ସଙ୍ଗେ କରିପାରେ। ମାତ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏକ ସଙ୍ଗେ ନିର୍ବାଚନ ଉପରେ ସେତେଟା ଗୁରୁତ୍ଵ ଦେଇ ନାହାନ୍ତି।

ଏକ ଟିଭି ଚ୍ୟାନେଲରେ ଆଲୋଚନା ବେଳେ ଅର୍ଥ ମନ୍ତ୍ରୀ ଜେଟଲୀ ସମୟ ପୂର୍ବରୁ ନିର୍ବାଚନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି।  ମୋଦୀ ସରକାରର କାର୍ୟ୍ୟକାଳ ୨୦୧୯ରେ ଶେଷ ହେଉଛି।  ଗତ ଦିନରେ ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକ ସଙ୍ଗେ କରିବା ଦେଶର ହିତ ପାଇଁ ଶ୍ରେୟସ୍କର  ବୋଲି କହିଥିଲେ। ମାତ୍ର ଅର୍ଥ ମନ୍ତ୍ରୀ ଏହି ସମ୍ଭାବନାକୁ ଖାରଜ କରି କହିଛନ୍ତି ଏକ ସଙ୍ଗେ ନିର୍ବାଚନର କୌଣସି ସମ୍ଭାବନା ନାହିଁ।

ଅନ୍ୟ ପଟେ ରାଜନୈତିକ ବିଶେଷଜ୍ଞ ମଧ୍ୟ ଏହାକୁ ନେଇ ଆଶଙ୍କା ପ୍ରକାଶ କରୁଥିଲେ ଯେ ରାଜନୀତିରେ ମାଷ୍ଟରଷ୍ଟ୍ରୋକ ଖେଳୁଥିବା ମୋଦୀ ହୋଇପାରେ ଏମିତି ପଦକ୍ଷେପ ଉଠାଇପାରନ୍ତି। କଂଗ୍ରେସ ମଧ୍ୟ କହିଥିଲା ଯେ ଆମେ ଆଗୁଆ ନିର୍ବାଚନ  ପାଇଁ ପ୍ରସ୍ତୁତ ଏବଂ ମୋଦୀଙ୍କ ମୁକାବିଲା ରାହୁଲ ଗାନ୍ଧୀଙ୍କ ସହ ହେବ। ଯେବେ ଜେଟଲୀଙ୍କୁ ଏହି ବିଷୟରେ ପ୍ରଶ୍ନ କରାଗଲା ସେ ଉତ୍ତରରେ କହିଲେ ଯେ ଆମେ ବି ପ୍ରସ୍ତୁତ ଅଛୁ, କିନ୍ତୁ ସମୟ ପୂର୍ବରୁ ନିର୍ବାଚନ ହେବାର ସମ୍ଭାବନା ନାହିଁ।

 

ONA

Leave a Reply

Top