You are here
Home > Breaking News > ଲିଟର ପିଛା ପେଟ୍ରୋଲରେ ୨୯.୨୮ ଟଙ୍କା ଏବଂ ଡ଼ିଜେଲରେ ୨୫.୬୪ ଟଙ୍କା ନେଉଛି ରାଜ୍ୟ ସରକାର । ଲୋକଙ୍କ ସ୍ୱାର୍ଥନୁହେଁ ବରଂ ଧର୍ମେନ୍ଦ୍ରଙ୍କୁ ରାଜନୈତିକ ବିରୋଧ ପାଇଁ ବିଜେଡ଼ି କରୁଛି ଆନ୍ଦୋଳନର ଡ଼୍ରାମା – ବିଜେପି

ଲିଟର ପିଛା ପେଟ୍ରୋଲରେ ୨୯.୨୮ ଟଙ୍କା ଏବଂ ଡ଼ିଜେଲରେ ୨୫.୬୪ ଟଙ୍କା ନେଉଛି ରାଜ୍ୟ ସରକାର । ଲୋକଙ୍କ ସ୍ୱାର୍ଥନୁହେଁ ବରଂ ଧର୍ମେନ୍ଦ୍ରଙ୍କୁ ରାଜନୈତିକ ବିରୋଧ ପାଇଁ ବିଜେଡ଼ି କରୁଛି ଆନ୍ଦୋଳନର ଡ଼୍ରାମା – ବିଜେପି

ଭୁବନେଶ୍ୱର: ପେଟ୍ରୋଲ ଓ ଡ଼ିଜେଲରେ ଟିକସ ନେଇ ବିଜେଡ଼ିର ଆନ୍ଦେଳନ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି, “ଲୋକଙ୍କ ସ୍ୱାର୍ଥନୁହେଁ ଧର୍ମେନ୍ଦ୍ରଙ୍କୁ ରାଜନୈତିକ ବିରୋଧ ପାଇଁ ବିଜେଡ଼ି କରୁଛି ଆନ୍ଦୋଳନର ଡ଼୍ରାମା” ।

ଟିକସ ବାବଦକୁ ଲିଟର ପିଛା ପେଟ୍ରୋଲରେ ଓଡ଼ିଶା ତହବିଲକୁ ୨୯.୨୫ଟଙ୍କା ଆସୁଥିବା ବେଳେ ଓ କେନ୍ଦ୍ରକୁ ୪.୫୨ ଟଙ୍କା ଯାଉଛି । ସେହିପରି ଟିକସ ବାବଦକୁ ଲିଟର ପିଛା ଡ଼ିଜେଲରେ ଓଡ଼ିଶା ତହବିଲକୁ ୨୫.୬୪ଟଙ୍କା ଓ କେନ୍ଦ୍ରକୁ ଯାଉଛି ୩.୫୬ ଟଙ୍କା । ତେଣୁ ଲୋକଙ୍କ ସ୍ୱାର୍ଥ ନୁହେଁ ଧର୍ମେନ୍ଦ୍ରଙ୍କୁ ମିଛଟାରେ ଟାର୍ଗେଟ କରୁଛି ବିଜେଡ଼ି ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର ।
ଦେଶରେ ତୈଳଦର କମାଇବା ପାଇଁ ପେଟ୍ରୋଲ ଜାତ ଦ୍ରବ୍ୟକୁ ଜିଏସଟିରେ ସାମିଲ କରାଯିବା ଜରୁରୀ । ମୁଖ୍ୟମନ୍ତ୍ରୀ ଜିଏସଟି କାଉନସିଲ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ କରି ପେଟ୍ରୋଲଜାତ ଦ୍ରବ୍ୟ ମୂଲ୍ୟ କମ କରିବା ପାଇଁ କାହିଁକି ନେତୃତ୍ୱ ନେଉ ନାହାନ୍ତି? ଆଜି ଦିନରେ ପେଟ୍ରୋଲ ପ୍ରତି ଲିଟରରେ ରାଜ୍ୟ ସରକାରଙ୍କ ନିଜସ୍ୱ ଟିକସ ୧୪ଟଙ୍କା ୩୨ ପଇସା ଓ ଡ଼ିଜେଲରେ ୧୫ଟଙ୍କା ୩୩ ପଇସା । ପେଟ୍ରୋଲଜାତ ଦ୍ରବ୍ୟରେ ୨୦୧୪-୧୫ ମସିହାରେ ରାଜ୍ୟ ସରକାର ୩୦୪୬ କୋଟି ରାଜସ୍ୱ ପାଇଥିବା ବେଳେ ୨୦୧୬-୧୭ ମସିହାରେ ୪୫୨୧ କୋଟି ପାଇଛନ୍ତି । କେନ୍ଦ୍ରସରକାର ୨ଟଙ୍କା ଟିକସ କମାଇଲା ବେଳେ ୧ଟଙ୍କା ୩୬ପଇସା ଟିକସ ହରାଉଥିବା ରାଜ୍ୟ ଅର୍ଥମନ୍ତ୍ରୀ ଅଭିଯୋଗ କରିଥିଲେ । ୟୁପିଏ ସରକାରରେ ଟିକସ ଅର୍ଥ ବିକାଶ କାମରେ ଲୋକଙ୍କ ପାଖରେ ପହଞ୍ଚୁନଥିଲା । ଲୋକଙ୍କ ସ୍ୱାର୍ଥ ନୁହେଁ ବରଂ ଧର୍ମେନ୍ଦ୍ରଙ୍କୁ ରାଜନୈତିକ ବିରୋଧ ପାଇଁ ବିଜେଡ଼ି କରୁଛି ଆନ୍ଦୋଳନର ଡ଼୍ରାମା ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକ ଏବଂ ମହିଳା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

More from my site

ONA

Leave a Reply

Top