You are here
Home > ଏକ୍ସକ୍ଲୁସିଭ୍ > ଲାଲ୍ କିଲ୍ଲାର ନିର୍ମାତା ହିନ୍ଦୁରାଜା

ଲାଲ୍ କିଲ୍ଲାର ନିର୍ମାତା ହିନ୍ଦୁରାଜା

ଲାଲ କିଲ୍ଲା କାହାର? କିଏ ନିର୍ମାଣ କରିଥିଲେ ଲାଲ କିଲ୍ଲା? ମୋଗଲ ଶାସକ ନା ହିନ୍ଦୁ ରାଜା? ମୋଗଲ ସମ୍ରାଟ ଶାହାଜାହନ ନୁହେଁ ବରଂ ହିନ୍ଦୁ ରାଜା ଅନଙ୍ଗପାଳ ଦିଲ୍ଲୀରେ ରେଡ୍ ସାଣ୍ଡଷ୍ଟୋନରେ ଅପୂର୍ବ କଳାକୃତି ଖଚିତ ଏହି ଦୁର୍ଗ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ସମ୍ରାଟ ଶାହଜାହନ ଲାଲ କିଲ୍ଲା ଅକ୍ତିଆର କରିବା ପରେ ଏଥିରେ କିଛି ନବୀକରଣ କାର୍ଯ୍ୟ କରିଥିଲେ । ଏ ସଂପର୍କିତ ବହୁ ବଳିଷ୍ଠ ପ୍ରାମାଣିକ ତଥ୍ୟ ଆଜି ବି ଲାଲକିଲ୍ଲାରେ ରହିଛି । ଏନେଇ କିଛି ଫଟୋ ଜାରି ହୋଇଛି । ଏହା ପ୍ରମାଣ କରିଛି ହିନ୍ଦୁଙ୍କର ଏକ ସ୍ମାରକୀକୁ ଜାଣିଶୁଣି କିଛି ଐତିହାସିକ ମୋଗଲ
ଶାସକଙ୍କ ନାଁରେ କରିଦେଇଛନ୍ତି ।  

          କଡ ଲେଉଟାଉଛି ଇତିହାସ । ଦିଲ୍ଲୀ ଲାଲ କିଲ୍ଲା ସଂପର୍କରେ କିଛି ଚମକପ୍ରଦ ତଥ୍ୟ ଆସିଛି ସାମ୍ନାକୁ । ଲାଲ କିଲ୍ଲାକୁ ହିନ୍ଦୁ ରାଜା ଅନଙ୍ଗପାଳ ହିଁ ନିର୍ମାଣ କରିଥିଲେ । ତାଙ୍କ ଶାସନ ସମୟର କିଛି ପ୍ରତୀକ କାନ୍ଥରେ ଖୋଦିତ ହୋଇଥିବା ଚିତ୍ର ପ୍ରକାଶ ପାଇଛି । ସେହିପରି ଲାଲ କିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ହିନ୍ଦୁଙ୍କ ଧର୍ମୀୟ ଭାବନା ସଂପର୍କିତ କଳାକୃତି । ଏହାଛଡା ଲାଲ କିଲ୍ଲାରେ ବିଭିନ୍ନ ମହଲର ନାମକରଣ ବି ହିନ୍ଦୁଙ୍କ ସହ ଯୋଡି ହୋଇଛି । ଯାହାକି ଏହି ଦୁର୍ଗ ହିନ୍ଦୁ ବଂଶୀୟ ଶାସକଙ୍କ ଦ୍ୱାରା ନିର୍ମିତ ହୋଇଥିବାର ଦାବିକୁ ବଳିଷ୍ଠ କରିଛି । ପ୍ରାୟ ୨୦୦ ବର୍ଷ ଧରି ଲାଲ କିଲ୍ଲା ଥିଲା ମୋଗଲ୍ ଶାସକଙ୍କ ଅଧୀନରେ । ମୋଗଲ ଶାସକମାନେ ଏଠାରେ ରହି ଶାସନ କରୁଥିଲେ । ୧୯୫୭ ମସିହା ସିପାହୀ ବିଦ୍ରୋହ ପରେ ଶେଷ ମୋଗଲ ସମ୍ରାଟ ଦ୍ୱିତୀୟ ବାହାଦୁର ଶାହା ଜାଫରଙ୍କ ହାତରୁ ଲାଲ କିଲ୍ଲାର ମାଲିକାନା ଚାଲି ଯାଇଥିଲା ଇଂରେଜଙ୍କ ହାତକୁ । ଯେହେତୁ ଦୁଇ ଶତାବ୍ଦୀ ଧରି ଲାଲ କିଲ୍ଲା ମୋଗଲଙ୍କ ମାଲିକାନାରେ ରହିଥିଲା ସେଥିପାଇଁ ବୋଧେ ଏହି ଦୁର୍ଗର ନିର୍ମାଣରେ ଶ୍ରେୟ ରହିଛି ମୋଗଲ ସମ୍ରାଟଙ୍କ ନାଁରେ । ଇତିହାସରେ ଲେଖାଯାଇଛି ମୋଗଲ ସମ୍ରାଟ ଶାହାଜାହନ୍ କୁଆଡେ ନିର୍ମାଣ କରିଥିଲେ ଲାଲ କିଲ୍ଲା । ଏହି ଦୁର୍ଗର ନିର୍ମାଣ କାମ ୧୬୩୯ରୁ ଆରମ୍ଭ ୧୬୪୮ ଖ୍ରୀଷ୍ଟାଦ୍ଦ ଯାଏଁ ଚାଲିଥିଲା । ନିର୍ମାଣ କାମ ସରିବାକୁ ପ୍ରାୟ ୯ ବର୍ଷ ସମୟ ଲାଗିଥିଲା । ଆଉ ଏହି ଦୁର୍ଗର ମୁଖ୍ୟ ସ୍ଥପତି ଥିଲେ ଅଷ୍ଟାଡ୍ ଅହମ୍ମଦ ଲାହାଉରି । ତେବେ ଏବେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଫଟୋ ସାମନାକୁ ଆସିଛି । ଶାହାଜାହନଙ୍କ ଶାସନର ବହୁ ପୂର୍ବରୁ ଲାଲ କିଲ୍ଲା ନିର୍ମାଣ କରାଯାଇଥିବା  ଏହା ପ୍ରମାଣ କରୁଛି । କୁହାଯାଉଛି, ଶାହାଜାହନ ଗାଦିରେ ଅଭିଷିକ୍ତ ହେବାର ବହୁ ପୂର୍ବରୁ ଅର୍ଥାତ ୧୦୬୦ ଖ୍ରୀଷ୍ଟାବ୍ଦରେ ଲାଲକିଲ୍ଲାକୁ ନିର୍ମାଣ କରାଇଥିଲେ ଦିଲ୍ଲୀର ସୂର୍ଯ୍ୟବଂଶୀୟ ରାଜା ଅନଙ୍ଗପାଳ । ଲାଲ କିଲ୍ଲାରେ ଥିବା ଏ ସମ୍ପର୍କିତ କିଛି ଖୋଦିତ କାରୁକାର୍ଯ୍ୟ ଓ ତଥ୍ୟ ଏବେ ସାମନାକୁ ଆସିଛି । ଏହି କାରୁକାର୍ଯ୍ୟର ଗୋଟିଏ ଫଟୋରେ ରହିଛି, ୧୬୨୮ ଖ୍ରୀଷ୍ଟାବ୍ଦରେ ଶାହାଜାହନ୍ ଲାଲ କିଲ୍ଲା ଭିତରକୁ ପାର୍ସିଆନ୍ ଆମ୍ବାସଡରଙ୍କୁ ଆମନ୍ତ୍ରଣ କରୁଛନ୍ତି । ଯେଉଁବର୍ଷ କି ଶାହାଜାହନ ସିଂହାସନ ଆରୋହଣ କରିଥିଲେ । ଏଥିପାଇଁ ଏକଥା ସ୍ପଷ୍ଟ ଯେ, ଶାହାଜାହାନ ରାଜ ସିଂହାସନରେ ବସିବାର ବହୁ ପୂର୍ବରୁ ଲାଲ କିଲ୍ଲା ତିଆରି ହୋଇଥିଲା । ତେବେ ଏହି ଦୁର୍ଗରେ ନିଜ ପସନ୍ଦ ମୁତାବକ ସେ କିଛି ନିର୍ମାଣ କାର୍ଯ୍ୟ କରାଇଥାଇପାରନ୍ତି । କେବଳ ଏହି ଗୋଟିଏ ଫଟୋ ନୁହେଁ ମୋଗଲ ଶାସକଙ୍କ ମୁଖ୍ୟ ଦରବାର, ଖାସ୍ ମହଲରେ ହିନ୍ଦୁ ସୂର୍ଯ୍ୟବଂଶୀ ରାଜା ଅନଙ୍ଗପାଳଙ୍କର ରାଜକୀୟ ପ୍ରତିକୃତି ଏବେବି ଝଲସୁଛି  । ଏଠାରେ ଏକ କାନ୍ଥରେ ଦୁଇଟି ଖଣ୍ଡା ଦୁଇ ପଟକୁ ବାଙ୍କି ରହିବା ସହ ଖଡ୍ଗର ମୂଳରେ ଦୁଇଟି ଶଙ୍ଖ ଖୋଦିତ ହୋଇଛି । ଏହି ଶଙ୍ଖ ହେଉଛି ହିନ୍ଦୁଙ୍କର ଶୁଭ ପ୍ରତୀକ । ସେହିପରି ହିନ୍ଦୁମାନଙ୍କ ଆସ୍ଥା ଓ ବିଶ୍ୱାସର ଶୁଭ କଳସ, ପଦ୍ମ ଫୁଲ ମଧ୍ୟ ଖୋଦେଇ ହୋଇ ଥିବା ବେଳେ ଧର୍ମ ଓ ନ୍ୟାୟର ପ୍ରତୀକ ନିକିତି ସହ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର କିରଣ ଚିହ୍ନ ବି ରହିଛି । ଯାହାକି ଦୁର୍ଗକୁ ହିନ୍ଦୁ ରାଜା ନିର୍ମାଣ କରିଥିବାର ଏକ ବଳିଷ୍ଠ ପ୍ରମାଣ । ସେହିପରି ଦୁର୍ଗର ଏକ ଗମ୍ବୁଜରେ ଖୋଦିତ ହୋଇଛି ସୂର୍ଯ୍ୟଙ୍କ ଚିହ୍ନ ଓ ଏହାର ଉଭୟ ପାଶ୍ୱର୍ରେ ରହିଛି ଓମ୍ ପ୍ରତିକୃତି । ଏହାବ୍ୟତୀତ ଲାଲ କିଲ୍ଲାର ଦିଲ୍ଲୀ ଗେଟ୍ (ଦିଲ୍ଲୀ ଦରୱାଜା)ରେ ରହିଛି ଦୁଇଟି ବିଶାଳକାୟ ହାତୀର ପ୍ରତିମୂର୍ତ୍ତି । ହିନ୍ଦୁ ପରମ୍ପରା ଅନୁସାରେ ଗଜରାଜ ହେଉଛନ୍ତି ଶକ୍ତି, ଐଶ୍ୱର୍ଯ୍ୟ ଓ ଧନସଂପତ୍ତିର ପ୍ରତୀକ । ଆଉ ଉଦୟପୁର, ଗୋୱାଲିୟର ଓ କୋଟାରେ ବିଭିନ୍ନ ରାଜପ୍ରାସାଦରେ ଥିବା ହାତୀଙ୍କ ପ୍ରତିକୃତି ନିର୍ମାଣଶୈଳୀ ସହ ଏହି ହାତୀଙ୍କ ପ୍ରତିମୂର୍ତ୍ତିର ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ଯାହାକି ମୋଗଲ ଶାସକ ଶାହାଜାହାନ ନୁହେଁ ୧୦୬୦ ଖ୍ରୀଷ୍ଟାବ୍ଦରେ ହିନ୍ଦୁ ରାଜା ରାଜା ଅନଙ୍ଗପାଳ ନିର୍ମାଣ କରିଥିବାର ପ୍ରମାଣ ଦେଉଛି । ସେହିପରି ଖାସ୍ ମହଲର ଥିବା କୋଠରୀ ଫାଟକଗୁଡିକରେ ରହିଛି ହାତୀ ପିଠିରେ ମାହୁନ୍ତ ବସିଥିବାର ଚିତ୍ର । ଏହା ଦର୍ଶାଉଛି ପାରମ୍ପରିକ ହିନ୍ଦୁତ୍ୱ ନିର୍ମାଣଶୈଳୀ । ଦୁର୍ଗର ଗମ୍ବୁଜରେ ହିନ୍ଦୁଙ୍କର ପବିତ୍ର ଫଳ କଦଳୀ ପେନ୍ଥା ଖୋଦିତ ହୋଇଛି । ଏହା ବ୍ୟତୀତ ରଙ୍ଗମହଲର ନିର୍ମାଣଶୈଳୀ ଏକ ମନ୍ଦିର ଭଳି ହୋଇଛି । ସେହିପରି ଏହି ନାମକରଣରେ ହିନ୍ଦୁତ୍ୱର ଛାପ  ରହିଥିବାରୁ ଲାଲ କିଲ୍ଲାକୁ ମୋଗଲ ନୁହେଁ, ବରଂ ଜଣେ ହିନ୍ଦୁ ରାଜା ନିର୍ମାଣ କରିଥିବା ସବୁଠୁ ଏକ ବଡ ପ୍ରମାଣ । ଲାଲ କିଲ୍ଲାର ବିଭିନ୍ନ ପାଶ୍ୱର୍ରେ ଦେଖିବାକୁ ମିଳିଛି ଭାରତର ପ୍ରାଚୀନ କଳା ଓ ଐତିହ୍ୟର ଝଲକ । ଏସବୁ ତଥ୍ୟ ଓ ନିର୍ମାଣ ଶୈଳୀ ପ୍ରମାଣିତ କରୁଛି,  ଶାହାଜାହନ କଦାପି ଲାଲ କିଲ୍ଲା ନିର୍ମାଣ କରି ନଥିଲେ ।
ତେବେ ରେଡ ଫର୍ଟ ବା ଲାଲ କିଲ୍ଲା ପରି ଏକ ସ୍ମାରକୀକୁ ନିଜର କରିବା ପାଇଁ ମୁସଲମାନ ଶାସକମାନେ ଉଦ୍ୟମ କରିଥିବା ବେଳେ କିଛି ଐତିହାସିକ ଓ ପ୍ରତ୍ନତତ୍ତ୍ୱବିତ୍ ଭୁଲ ବାଟରେ ଯାଇ ସେଥିରେ ମୋହର ମାରିଦେଇଛନ୍ତି । ଏଥିପାଇଁ  କଳା, ଭାସ୍କର୍ଯ୍ୟର ଅନନ୍ୟ ଏହି ଦୁର୍ଗ ମୁସଲମାନ ଶାସକଙ୍କର ଅବଦାନ ବୋଲି ଇତିହାସରେ ଚିତ୍ରଣ କରାଯାଇଛି । ଏହାଦ୍ୱାରା ପ୍ରକୃତ ତଥ୍ୟ ରଖା ନ ଯାଇ ଇତିହାସକୁ ବିକୃତ କରାଯାଉଥିବାରୁ ଏବେ ପ୍ରକାଶିତ ଲାଲ କିଲ୍ଲା ସଂପର୍କିତ ବିଭିନ୍ନ ଫଟୋ ଓ ଦସ୍ତାବିଜ ଆଧାରରେ ଏହାର ନିର୍ମାତା ଯେ ହିନ୍ଦୁ ଶାସକ ଏଥିରେ ଦ୍ୱିମତ ହେବାର କିଛି ନାହିଁ ।

ONA

Leave a Reply

Top