You are here
Home > ଇଣ୍ଡିଆ > ଲାଲୁଙ୍କ ପାଇଁ ବଢ଼ିଲା ସମସ୍ୟା: ୨୨ଟି ସ୍ଥାନରେ ଆୟକର ବିଭାଗର ଚଢ଼ଉ

ଲାଲୁଙ୍କ ପାଇଁ ବଢ଼ିଲା ସମସ୍ୟା: ୨୨ଟି ସ୍ଥାନରେ ଆୟକର ବିଭାଗର ଚଢ଼ଉ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପାଇଁ ସମସ୍ୟା ଘନେଇଛି । ବେନାମି ସମ୍ପତ୍ତି ଠୁଳ ମାମଲାରେ ଆୟକର ବିଭାଗ ତାଙ୍କର ଦିଲ୍ଲୀ ଏନସିଆରର ୨୨ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି । ଏଥିସହ ତାଙ୍କର କିଛି ନିକଟତର ବ୍ୟବସାୟୀ ଏବଂ ପାର୍ଟିର ନେତାମାନଙ୍କର ଘରେ ମଧ୍ୟ ରେଡ କରାଯାଇଛି । ତେବେ ଲାଲୁଙ୍କ ପାଖରେ ୧ ହଜାର କୋଟି ଟଙ୍କାର ବେନାମୀ ସମ୍ପତ୍ତି ରଖିଥିବା ବିଭାଗ ସନେ୍ଦହ କରୁଛି । ଏପରିକି ବିଜେପି  ମଧ୍ୟ ଲାଲୁଙ୍କ ପରିବାର ଜାଲ କମ୍ପାନୀ କରି ଜମିଗୁଡିକୁ ହଡପ କରିଥିବା ଅଭିଯୋଗ କରୁଛି ।
  ସୂଚନାମୁତାବକ, ମଙ୍ଗଳବାର ସକାଳୁ ଦିଲ୍ଲୀ, ଗୁରଗାଓଁ ଏବଂ ରେୱାଡିରେ  ଥିବା ଲାଲୁଙ୍କ ନିକଟତମ ବ୍ୟବସାୟୀ ଏବଂ ରିଅଲ ଇଷ୍ଟେଟ୍ କାରୋବାର ସହ ଜଡିତ ସ୍ଥାନ ଗୁଡିକ ଉପରେ ଚଢ଼ଉ କରାଯାଇଛି । ଏହି ନାମ ମଧରେ ଆରଜେଡିର ସାଂସଦ ଥିବା ଚନ୍ଦ୍ର ଗୁପ୍ତା ମଧ୍ୟ ସାମିଲ ଥିବା ଜଣାପଡିଛି । ଲାଲୁଙ୍କର ଲୈଡ ଡିଲ ସହ ଜଡିିତ ଲୋକମାନଙ୍କର ଘର ଗୁଡିକର ଯାଞ୍ଚ କରାଯାଉଥିବା ବେଳେ ଆୟକର ବିଭାଗ ଏହାର ମୋଟ୍ ମୂଲ୍ୟ ୧ ହଜାର କୋଟିରୁ ଅଧିକ ହେବାର ଆଶା କରୁଛି । ତେବେ ଏହି ରେଡରେ ଶହେ ଅଫିସର ଏବଂ ପୋଲିସ ଅଫିସର ପ୍ରମୁଖ ସାମିଲ ରହିଛନ୍ତି । ଗତସପ୍ତାହରେ ବିଜେପି ଲାଲୁ ଯାଦବ, ତାଙ୍କ ଝିଅ ମିସା ଭାରତୀ, ପୁଅ ତେଜସ୍ୱି ଏବଂ ତେଜ ପ୍ରତାପ ପ୍ରମୁଖ ବେନାମି ସମ୍ପତ୍ତି ରଖିଥିବା ଅଭିଯୋଗ କରିଥିଲା  । ଏହାର ଯାଞ୍ଚ କେନ୍ଦ୍ର ସରକାର କରନ୍ତୁ ବୋଲି ଅଭିଯୋଗ ହୋଇଥିଲା । ରେଳମନ୍ତ୍ରୀ ଥିବା ସମୟରେ ଲାଲୁ ଏହି ସମ୍ପତ୍ତି ନିଜ କବ୍ଚାକୁ ନେଇଥିବା ଦର୍ଶାଯାଇଛି ।

ONA

Leave a Reply

Top