You are here
Home > ଲାଇଫ୍ ଷ୍ଟାଇଲ୍ > ରୋଷେଇ କଳା

ରୋଷେଇ କଳା

ସବୁ ଘରର କେନ୍ଦ୍ରବିନ୍ଦୁ ହେଉଛି ରୋଷେଇ ଘର । ଯେଉଁଠି କି ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଖାଦ୍ୟ ପ୍ରସ୍ତୁତି ବା ରୋଷେଇ ହେଉଛି ଏକ କଳା । ଏହି କଳାକୁ ଯିଏ ଭଲ ଭାବେ ଜାଣିଛି ସେ ପରିବାରର ସମସ୍ତଙ୍କୁ ଖୁସି କରିବାର କ୍ଷମତା ରଖେ । କାରଣ କଥାରେ ଅଛି କାହାକୁ ଖୁସି କରିବାକୁ ହେଲେ ତାର ପେଟକୁ ଖୁସି କରନ୍ତୁ । ଅର୍ଥାତ ତାଙ୍କୁ ଭଲ ଓ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଆଜି ଆସନ୍ତୁ ଜାଣିବା ପନିର, ଛତୁ ଏବଂ ସୋୟାକୁ କିଭଳି ଅଧିକ ସ୍ୱାଦିଷ୍ଟ କରିହେବ ।
ପନିର: ପନିର ଖାଇବାକୁ ପ୍ରାୟ ଅନେକ ଭଲ ପାଆନ୍ତି । ପନିରର ଯେ କୌଣସି ରେସିପି ତିଆରି କଲାବେଳେ ପନିରକୁ ଚକୁଟି କିଛି ସମୟ ପାଇଁ ହଳଦି ମିଶା ଗରମ ପାଣିରେ ଭିଜାଇ ରଖନ୍ତୁ । ଏହାଦ୍ୱାରା ପନିର ନରମ ହେବ ଏବଂ ରେସିପିର ରଙ୍ଗ ମଧ୍ୟ ଭଲ ଦିଶିବ ।
♦    ପନିର ମସାଲା ତିଆରି ସମୟରେ, ମସଲାରେ ଅଳ୍ପ ପନିର ଚକୁଟି ପକାନ୍ତୁ, ଫଳରେ ରେସିପି ଆହୁରି ସ୍ୱାଦିଷ୍ଟ ହେବ ।
♦   ପନିର ତରକାରିର ସ୍ୱାଦ ବଢାଇବା ପାଇଁ ଚାହୁଁଥିଲେ ତା ଉପରେ କୋରା ଯାଇଥିବା କିଛି ଛେନା ପକାଇ ମାଇକ୍ରୋୱେଭରେ ୨ମିନିଟ ଗ୍ରୀଲ କରି ଦିଅନ୍ତୁ ।
♦   ପାଳଙ୍ଗ ପନିର ପ୍ରସ୍ତୁତି ସମୟରେ ପାଳଙ୍ଗକୁ ସିଝେଇବା ବେଳେ ସେଥିରେ ଏକ ଛୋଟ ଚାମଚ ଚିନି ମିଶାନ୍ତୁ । ପାଳଙ୍ଗ ସିଝି ଯିବା ପରେ ସେଥିରେ ଏକ ଛୋଟ ଚାମଚ ଲେମ୍ବୁରସ ପକାନ୍ତୁ । ଏହାଦ୍ୱାରା ପନିର ଓ ପାଳଙ୍ଗ ଉଭୟର ରଙ୍ଗ ସଠିକ ରହିବ ।
♦    ଘରେ ପନିର ତିଆରି କରିବା ସମୟରେ ତାର କିଛି ପାଣିକୁ ଫ୍ରିଜରେ ରଖି ଦିଅନ୍ତୁ । ପୁଣି ଥରେ ପନିର ପ୍ରସ୍ତୁତ କରିବାକୁ ଥିଲେ, ଫୁଟୁଥିବା କ୍ଷୀରରେ ଏହି ପାଣିକୁ ମିଶାଇ ଦିଅନ୍ତୁ । ପନିର ଭଲ ହେବ ।
♦   ଝୋଳ ଜାତୀୟ ତରକାରି ରୋଷେଇ ବେଳେ ତରକାରିରେ ଆବଶ୍ୟକ ଠାରୁ ଅଧିକ ପାଣି ପଡିଗଲେ ସେଥିର କିଛି କୋରା ପନିର ପକାଇ ଦିଅନ୍ତୁ । ଏହାଦ୍ୱାରା ଝୋଳ ବହଳିଆ ହେବ ।
♦ ପନିରକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିବାକୁ ଚାହୁଁଥିଲେ ତାକୁ ଛାଣି, କିଛି ସେକେଣ୍ଡ ପାଇଁ ପାଣିରେ ପକାଇ ଦିଅନ୍ତୁ । ଏହାଦ୍ୱାରା ପନିର ଶୀଘ୍ର ଖରାପ ହେବ ନାହିଁ ।
ଛତୁ: ବ୍ରୋକାଲି ସୁପ୍୍ରେ ଭଲଭାବେ କଟା ହୋଇଥିବା ତଥା ଦରସିଝା ଛତୁ ପକାନ୍ତୁ । ସୁପର ସ୍ୱାଦ ବଢିଯିବ ।
♦    ଅଟାରେ ଅଳ୍ପ ସିଝା ଛତୁ ମିଶାଇ ରୁଟି ତିଆରି କରନ୍ତୁ । ରୁଟି ସ୍ୱାଦିଷ୍ଟ ହେବ ।
ସୋୟା: ଚୁନାଚୁନା ସୋୟାକୁ ଲୁଣ ମିଶା ଗରମ ପାଣିରେ ନରମ ହେବା ପର୍ଯ୍ୟନ୍ତ ଭିଜାନ୍ତୁ । ତା’ପରେ ତାକୁ ଛାଣନ୍ତୁ ଏବଂ ବାକି ରହିଥିବା ପାଣିକୁ ସୁପରେ ମିଶାଇ ଦିଅନ୍ତୁ । ଏହାଦ୍ୱାରା ସୁପର ସ୍ୱାଦ ବଢିଯିବ ।
♦ ସୋୟାକୁ ସିଝାଇ ଚକଟି ଡାଲ୍୍ କବାବ୍୍ ମିଶ୍ରଣରେ ମିଶାନ୍ତୁ । ଏହାଦ୍ୱାରା ଡାଲ୍୍ କବାବର ସ୍ୱାଦ ବଢିଯିବ ।
♦ ପନିର ଭୁଜିଆ ପ୍ରସ୍ତୁତ କଲାବେଳେ ସେଥିରେ କିଛି ସିଝା ସୋୟା ଚକଟି ପକାଇ ଦିଅନ୍ତୁ । ଏହାଦ୍ୱାରା ଭୁଜିଆର ପରିମାଣ ତଥା ସ୍ୱାଦ ବଢିଯିବ ।
♦   ପୁରଦିଆ ଖାଦ୍ୟ ପ୍ରସ୍ତୁତ ବେଳେ ପୁର ସାମଗ୍ରୀରେ ସୋୟା ଗୁଣ୍ଡ ମିଶାନ୍ତୁ । ଏହାଦ୍ୱାରା ପୁରର ପରିମାଣ ବଢିଯିବ ।
♦  ଦହିବରା ପ୍ରସ୍ତୁତି ବେଳେ ବିରି ଆଣରେ ପାଣିରେ ବତୁରିଥିବା ସୋୟାଗୁଣ୍ଡ ମିଶାଇ ବରା ତିଆରି କଲେ, ତାହା ସ୍ୱାଦିଷ୍ଟ ହୋଇଥାଏ ।
♦   ୫ କେଜି ଗହମରେ ୧ କେଜି ସୋୟା ମିଶାଇ ପେଷନ୍ତୁ । ଏଥିରେ ତିଆରି ରୁଟିରୁ ଭରପୂର ପ୍ରୋଟିନ ମିଳିଥାଏ ।                       

ONA

Leave a Reply

Top