You are here
Home > ଲାଟେଷ୍ଟ > ରେଳ ବଜେଟ : ଓଡ଼ିଶାର ଦାବି ଥିଲା ୬୫୦୦ କୋଟି, ମିଳିଲା ୫୨୫୨ କୋଟି ,ଯୋର ଧରିଲା ରାଜନୀତି

ରେଳ ବଜେଟ : ଓଡ଼ିଶାର ଦାବି ଥିଲା ୬୫୦୦ କୋଟି, ମିଳିଲା ୫୨୫୨ କୋଟି ,ଯୋର ଧରିଲା ରାଜନୀତି

ଭୁବନେଶ୍ବର : ଏଥର ବଜେଟରେ ରେଳବାଇ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୧ ଲକ୍ଷ ୪୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରଛନ୍ତି। ତେବେ ଆଜି ସଂସଦରେ ରେଳବାଇ ପାଇଁ ୨୦୧୮-୧୯ ବଜେଟ୍‌ରେ ପ୍ରସ୍ତାବିତ ଅର୍ଥ କିପରି ବିନିଯୋଗ ହେବ, ସେ ସମ୍ପର୍କରେ ରେଳମନ୍ତ୍ରୀ ରାଜେନ୍ ଗୋହିନ୍ ପ୍ରସ୍ତାବ ରଖିଛନ୍ତି। ଏଥର ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୫ ହଜାର ୨୫୨ କୋଟିର ପ୍ରକଳ୍ପ । ଓଡ଼ିଶା ୬ ହଜାର ୫ଶହ କୋଟି ଟଙ୍କାର ଦାବି କରିଥିବା ବେଳେ ୮୦ ପ୍ରତିଶତରୁ ଅଧିକ ଅନୁଦାନ ମିଳିଛି । ଗତ ବର୍ଷ ତୁଳନାରେ ଏବର୍ଷ ୧୫୦ କୋଟିଟଙ୍କା ଅଧିକ ମିଳିଛି । ବିଜେଡି ଏହାକୁ ନୈରାଶ୍ୟ ଜନକ କହିଥିବା ବେଳେ ବିଜେପି କହିଛି ସବୁ ଅର୍ଥ ଖର୍ଚ କରିବାରେ ସକ୍ଷମ ହୁଅନ୍ତୁ ରାଜ୍ୟ ସରକାର । କଂଗ୍ରେସ କହିଛି ରାଜନୀତି ନକରି ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି ଅଧାକାମ ପୂରା କରନ୍ତୁ । ଚଳିତ ରେଳ ବଜେଟରେ ଓଡିଶା ଭାଗରେ ପଡିଛି ୫ ହଜାର ୨୫୨ କୋଟି । ଆଜି ଏନେଇ ରେଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୨୦୧୮-୧୯ ବଜେଟରେ ରେଳବିକାଶ ପାଇଁ ରାଜ୍ୟ ଦାବି କରିଥିଲା ୬ ହଜାର ୫୦୦ କୋଟି । କିନ୍ତୁ ଏଥର ବଜେଟରେ ଗତ ବଜେଟ ଠାରୁ ପାଖାପାଖି ୧୫୦ କୋଟି ଟଙ୍କା ଅଧିକ ମିଳିଥିବା ଜଣା ପଡିଛି । ଏଥର ବଜେଟରେ ପୁଣି ଥରେ ପ୍ରାଥମିକତା ପାଇଛି ଖୋର୍ଦ୍ଧା ବଲାଙ୍ଗିର ରେଳ ପଥ। ସେହିପରି ଲାଞ୍ଜିଗଡ଼ ଜୁନାଗଡ଼ ରେଳପଥକୁ ମଧ୍ୟ ଅଧିକ ଅନୁଦାନ ଦିଆଯାଇଛି। ବଜେଟ ପରେ ରେଳମନ୍ତ୍ରଳାୟ ପକ୍ଷରୁ ଏହି ତଥ୍ୟ ଆଜି ପ୍ରକାଶ କରାଯାଇଛି । ଗତ ବଜେଟ ତୁଳନାରେ ଏଥର ୨.୯ ପ୍ରତିଶତ ଅନୁଦାନ ବୃଦ୍ଧି କରାଯାଇଛି । ତେବେ ଗତ ବଜେଟରେ ହୋଇଥିବା ୫ହଜାର ୧୦୦ କୋଟି ଅନୁମୋଦନରୁ ଖର୍ଚ ହୋଇପାରିଛି ମାତ୍ର ୩୦୦୦ କୋଟି ଟଙ୍କା । ଯାହାକି ଏକ ବିଡମ୍ବନା । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ରାଜ୍ୟ ସରକାର ଏଥରର ଅନୁଦାନକୁ ନୈରାଶ୍ୟଜନକ କହିଥିବା ବେଳେ  ବିଜେପି କହିଛି ରାଜ୍ୟ ସରକାର ଖର୍ଚ୍ଚ କରନ୍ତୁ ।ରେଳ ସଂଯୋଗୀକରଣରେ ରାଜ୍ୟର ଅନ୍ୟରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ବହୁ ପଛରେ। ତେବେ ଗତ ୪ ଟି ରେଳ ବଜେଟରେ ଓଡିଶା ଆଶାନୁରୂପ ଅନୁଦାନ ପାଉଛି । ସେଥିପାଇଁ ରେଳବଜେଟକୁ ନେଇ କେନ୍ଦ୍ର ଅବହେଳା ପ୍ରସଙ୍ଗ ପାଣିଚିଆ ହୋଇସାରିଛି । ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ଯେତିକି ମିଳୁଛି ତାହା ବର୍ଷ ଶେଷରେ ଖର୍ଚ୍ଚ ନହୋଇପାରିବା ପଛରେ କାହାକୁ ଦାୟୀ କରାଯିବ।

ONA

Leave a Reply

Top