You are here
Home > କୃଷି > ରେଙ୍ଗାଲି  ତାଲବ ଗାଁ ନିକଟରେ ଶାସନ କେନାଳରେ ୨୦ଫୁଟର ଘାଇ , ୭ଶହ ହେକ୍ଟର ଜମିରେ ପାଣି ମାଡିଗଲା

ରେଙ୍ଗାଲି  ତାଲବ ଗାଁ ନିକଟରେ ଶାସନ କେନାଳରେ ୨୦ଫୁଟର ଘାଇ , ୭ଶହ ହେକ୍ଟର ଜମିରେ ପାଣି ମାଡିଗଲା

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲି  ତାଲବ ଗାଁ ନିକଟରେ ଶାସନ କେନାଳରେ ୨୦ଫୁଟର ଘାଇ । ଏଥି ଯୋଗୁଁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ, ୭ଶହ ହେକ୍ଟର ଜମିରେ ପାଣି ମାଡିଯାଇଛି। ଫଳରେ ଚାଷୀଙ୍କ ତଳି,ବିହନ ସବୁ ନଷ୍ଟ ହୋଇଯାଇଛି। ଜଳସେଚନ ବିଭାଗର ଅବହେଳା, ଶାସନ କେନାଳ ମରାମତିରେ ବ୍ୟାପକ ଦୁର୍ନୀତି ଓ ନିମ୍ନ ମାନର କାମ ଯୋଗୁ ଏପରି ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ରବି ଚାଷ ପାଇଁ ଚାଷୀ,ତଳି ଓ ରୁଆ କାମ କରୁଥିବାରୁ ଜମି ଜଳମଗ୍ନ ହେବାରୁ ଚାଷୀଙ୍କ ବ୍ୟାପକ କ୍ଷତି ଘଟିଛି  । ପୂର୍ବରୁ ଏହି କେନାଲ ମରାମତି ସମୟରେ ନିମ୍ନମାନର କାମକୁ ନେଇ ଚାଷୀମାନେ ବିଭାଗ ନିକଟରେ ଆପତ୍ତି ଉଠାଇଥିଲେ  । ହେଲେ କେହି ଶୁଣିନଥିବା ଚାଷୀ ଅଭିଯୋଗ କରିଛନ୍ତି ।

 ଘାଇ ସୃଷ୍ଟି ହେବାର କିଛି ସମୟରେ ପରେ, ସମ୍ବଲପୁର ସଦର ତହସିଲ୍‌ଦାର ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ବୁଲି ଦେଖିଛନ୍ତି । ହୀରାକୁଦ ଜଳଭଣ୍ଡାରର କେନାଳ ପାଣି ଯୋଗାଣ ଗେଟ୍‌କୁ ବନ୍ଦ କରିବା ସହ, ଘାଇ ମରାମତି କାମ ଆରମ୍ଭ କରାଯାଇଥିବା କହିଛନ୍ତି । କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ କ୍ଷତି ପୁରଣ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ଗତବର୍ଷା ଋତୁ ପରେ, ଶାସନକେନାଳର ମରାମତି ପାଇଁ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ହେଲେ ମାତ୍ର ୪ମାସ ମଧ୍ୟରେ କେନାଲରେ ଘାଇ ସୃଷ୍ଟି ହୋଇଥିବାରୁ ତାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।

ONA

Leave a Reply

Top