You are here
Home > ଲାଟେଷ୍ଟ > ରିଫାଇନିଂ ଓ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ସମ୍ମିଳନୀକୁ ଉଦଘାଟନ କଲେ ଧର୍ମେନ୍ଦ୍ର

ରିଫାଇନିଂ ଓ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ସମ୍ମିଳନୀକୁ ଉଦଘାଟନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱରରେ ୨୨ ତମ ରିଫାଇନିଂ ଓ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ସମ୍ମିଳନୀର ଉଦଘାଟିତ ହୋଇଛି । ହୋଟେଲ ମେ ଫେୟାରରେ କେନ୍ଦ୍ର ପେଟ୍ରୋଲିୟମ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ‘ହାଇଡ୍ରୋକାର୍ବନର ଡାଉନଷ୍ଟ୍ରିମ୍‌ କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଧାରା’ ଆର୍‌ପିଟିଏମ୍‌ର ବିଷୟ ବସ୍ତୁ ରହିଛି ।  ଏହି ସମ୍ମିଳନୀ ତିନିଦିନ ଧରି ଚାଲିବାକୁ ଥିବାବେଳେ ଭାରତ ଓ ବିଦେଶରୁ ପ୍ରାୟ ୯୦୦ ତୈଳ କମ୍ପାନୀ ଯୋଗ ଦେଇଛନ୍ତି । ଏହି ୯ ଶହ କମ୍ପାନୀଙ୍କ ମଧ୍ୟରେ ୧୧ ଟି ରାଷ୍ଟ୍ରର ୪୪ଟି ବିଶ୍ୱସ୍ତରୀୟ କମ୍ପାନିର ୧୦୦ ଜଣ ପ୍ରତିନିଧି ରହିଛନ୍ତି । ଓଡିଶାକୁ ପୂର୍ବର ଭାରତର ପ୍ରବେଶ ପଥ ଭାବେ ବିବେଚନା କରାଯାଉଥିବାରୁ ଚଳିତ ବର୍ଷ ଏହି ସମ୍ମିଳନୀକୁ କେନ୍ଦ୍ର ମନ୍ତ୍ରୀ ଭୁବନେଶ୍ୱରରେ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଏହି ସମ୍ମିଳନୀରେ ‘୨୦୪୦ ସୁଦ୍ଧା ବିଶୋଧନ ଦକ୍ଷତାରେ ଅଭିବୃଦ୍ଧି’ ଶୀର୍ଷକ ରହିଛି । ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ କେନ୍ଦ୍ର ପେଟ୍ରୋଲିୟମ ସଚିବ କେ ଡି ତ୍ରିପାଠୀ, ଜାପାନ ରାଷ୍ଟ୍ରଦୂତ କେଂଜି ହିରାମାସୁ, ଯୁଗ୍ମ ପେଟ୍ରୋଲିୟମ ସଚିବ ସନ୍ଦୀପ ପୌଣ୍ଡିକ ଓ ୩ ରାଷ୍ଟ୍ରାୟତ ତୈଳ କମ୍ପାନୀର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଯୋଗ ଦେଇଛନ୍ତି ।

ONA

Leave a Reply

Top