You are here
Home > ଅଧିକ ଖବର > ରାୟଗଡା ଜିଲ୍ଲା ପରିଷଦ ରାମ୍ ଭରୋସେ

ରାୟଗଡା ଜିଲ୍ଲା ପରିଷଦ ରାମ୍ ଭରୋସେ

ରାୟଗଡ଼ା: ଓଡିଶାର ୪ଟି ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦକୁ ନେଇ ଭାରି ଗୋଳମାଳ । କୌଣସି ନିର୍ଦ୍ଧିଷ୍ଟ ଦଳକୁ ବହୁମତ ମିଳିନି ୪ଟି ଉପାନ୍ତ ଜିଲ୍ଲା କନ୍ଧମାଳ, ରାୟଗଡା, ନବରଙ୍ଗପୁର ଓ ସୁନ୍ଦରଗଡରେ । ତେବେ ରାୟଗଡା ଜିଲ୍ଲାର ସ୍ଥିତି ଭାରି ରୋଚକ । ୨୨ଟି ଜିଲ୍ଲା ପରିଷଦ ଜୋନକୁ ନେଇ ଗଠିତ ଅଧ୍ୟକ୍ଷ ପଦଟି ଅନୁସୂଚିତ ଜନଜାତି(ଆଦିବାସୀ)ଙ୍କ ଲାଗି ସଂରକ୍ଷିତ ରହିଛି । ସଂଖ୍ୟା ଦୃଷ୍ଟିରୁ ଦେଖିଲେ କଂଗ୍ରେସ, ବିଜେଡି ଓ ବିଜେପିକୁ ମ୍ୟାଜିକ ନମ୍ବର ୧୨ଟି ଜିଲ୍ଲା ପରିଷଦ ଆସନ ମିଳି ନାହିଁ । ୨୨ ଜୋନ ମଧ୍ୟରୁ କଂଗ୍ରେସକୁ ୧୦, ବିଜେଡ଼ି ୮ ଏବଂ ବିଜେପି ୪ଟି ଆସନ ଅକ୍ତିଆର କରିଛନ୍ତି  । ମ୍ୟାଜିକ୍ ନମ୍ବର ୧୨ ଛୁଇଁବା ପାଇଁ ଉଭୟ କଂଗ୍ରେସ ଓ ବିଜେଡି, ବିଜେପି ସହ ଗୁପ୍ତ ଭାବେ ଉଦ୍ୟମ ଆରମ୍ଭ କରିଛନ୍ତି । ହେଲେ ବିଜେପି ନୀରବତା ଅବଲମ୍ବନ କରି ଉଭୟ କଂଗ୍ରେସ ଓ ବିଜେଡିର ମୁଡ୍କୁ ଜଜ୍ କରୁଛି । ବିଜେପିର ବିନା ସହାୟତାରେ ପରିଷଦ ଗଠନ କରିବା ସମ୍ଭବ ନଥିବା ବେଳେ ମୂଲଚାଲକୁ ବିଜେପି ଅପେକ୍ଷା କରିଛି  ।

    ଯଦି ମୂଲଚାଲ ହୁଏ ତେବେ ବିଜେପି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଆସନ ନିଶ୍ଚିତ ଭାବେ ଦାବି କରିବ । ଏଥି ସହିତ ଜିଲ୍ଲାର ୧୧ଟି ବ୍ଲକରୁ ୩-୪ ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ମାଗିବ । ବର୍ତ୍ତମାନ କେବଳ ଗୋଟିଏ ମୁନିଗୁଡ଼ା ପଞ୍ଚାୟତ ସମିତି ବିଜେପି ଗଠନ କରିବା ସ୍ଥିତିରେ ଥିବାବେଳେ କୋଲନରା, ରାମନାଗୁଡ଼ା ଓ ଜିଲ୍ଲାର ଅନ୍ୟ କୋ÷ଣସି ଏକ ବ୍ଲକରେ ଆଉ ଗୋଟିଏ ଦାବି କରିବାର ସମ୍ଭାବନା ରହିଛି  । କାରଣ କୋଲନରା ଓ ରାମନାଗୁଡ଼ାରେ ବିଜେପିର ସମର୍ଥିତ କିଛି ସମିତିସଭ୍ୟ ବିଜୟୀ ହୋଇଛନ୍ତି । ଏତଦବ୍ୟତୀତ ବିଜେପି, ଆଉଏକ ଚାଲ ମଧ୍ୟ ଖେଳିଛି । ତାହା ହେଉଛି ଯଦି ସମର୍ଥନ ଦିଏ ତେବେ ବିଜେଡି କିମ୍ବା କଂଗ୍ରେସ ପକ୍ଷରୁ ଜଣେ ମହିଳାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା କରୁ । ଯଦି ସେହିଭଳି ହୁଏ, ତେବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତଥା ମୁନିଗୁଡ଼ାରୁ ଜିଲ୍ଲା ପରିଷଦ ଜୋନ ବିଜୟୀ ସଭ୍ୟ ରାମଚନ୍ଦ୍ର ବେହେରା ଉପାଧ୍ୟକ୍ଷ ହେବାନେଇ ପଥ ପରିଷ୍କାର ହେବ । ହେଲେ ବିଜେପିର ଏହିଭଳି ମୂଲଚାଲକୁ ଉଭୟ କଂଗ୍ରେସ ଓ ବିଜେଡ଼ି କେତେଦୂର ଗ୍ରହଣ କରୁଛନ୍ତି ତାହା ଜଣାପଡ଼ୁନାହିଁ ।
    ଅପରପକ୍ଷରେ କଂଗ୍ରେସରୁ ପୁରୁଷୋତ୍ତମ ଗମାଙ୍ଗ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ଆଖି ପକାଇଥିବା ବେଳେ ଦଳ ମଧ୍ୟ ତାଙ୍କୁ ହିଁ ସମ୍ମୁଖକୁ ଛାଡ଼ିଛି । ଏଣେ ବିଜେଡିର ଅଧ୍ୟକ୍ଷ କିଏ ହେବ? ତାହା ଗୁପ୍ତ ଥିଲେ ମଧ୍ୟ ଗଙ୍ଗାଧର ପୁଆଲାଙ୍କ ନାମକୁ ନେଇ ଚର୍ଚ୍ଚା ।  ସେପଟେ ଶାସକ ବିଜୁ ଜନତା ଦଳ ସିଧାସଳଖ୨ ରୁ ୩ ଜଣ ସଭ୍ୟଙ୍କ ସହ ଭିତିରି ଭାବେ ଯୋଗାଯୋଗ କରାଯାଇଛି । ଏମିତି ସ୍ଥିତିରେ ଘୋଡ଼ାବେପାରର ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେଉନାହିଁ  । କାରଣ ଗତ ୨୦୧୨ ନିର୍ବାଚନରେ ବିଜେଡ଼ି ଏକକ ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ଅଫିସିଆଲ ପ୍ରାର୍ଥୀ ଦମୟନ୍ତୀ ସାରକାଙ୍କୁ ଅଧ୍ୟକ୍ଷା କରି ପାରିନଥିଲା । ବିଦ୍ରୋହୀ ପ୍ରାର୍ଥିନୀ ସୁଜାତା ମାଣ୍ଡାଙ୍ଗି କଂଗ୍ରେସର ସହାୟତାରେ ଅଧ୍ୟକ୍ଷା ହୋଇଥିଲେ । ତେବେ ସବୁ ନିର୍ଭର କରୁଛି ଧନୀ ବିଜେପି ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରାଙ୍କ ଉପରେ । 

ONA

Leave a Reply

Top