You are here
Home > ଅଧିକ ଖବର > ରାସ୍

ରାସ୍

ସମୟ ସହ ତାଳ ଦେଇ ଚାଲିଛନ୍ତି ଆଜିର ଯୁବପୀଢି । ନିଜର ଜୀବନଶୈଳୀକୁ ଟିକେ ଭିନ୍ନ କରିବାକୁ ସମସ୍ତେ ଲାଗିପଡିଛନ୍ତି । ସେଥିପାଇଁ ସମସ୍ତେ ନିଜ ପୋଷାକ ଓ ଲୁକ୍୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଷ୍ଟାଇଲିସ୍୍ ସାଙ୍ଗକୁ କେମିତି ଟ୍ରେଣ୍ଡି ଓ ଆଟ୍ରାକ୍ଟିଭ ଦେଖାଯିବେ ସେଥିପାଇଁ ସେମାନେ ବେଶ ଧ୍ୟାନ ଦେଇଥାନ୍ତି । ଏହି ଟ୍ରେଣ୍ଡରେ ଏବେ ସାମିଲ ହୋଇଛି ଆମ ରାଜ୍ୟ ଓଡିଶା । ଓଡିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ପୁରା ଦେଶରେ ପ୍ରସିଦ୍ଧ । ଆମ ରାଜ୍ୟର ପାଟ, ମଠା, ସମ୍ବଲପୁରୀ ଏବଂ ଟସର ଭଳି ପୋଷାକ ଦେଖିଲେ ସମସ୍ତଙ୍କ ଆଖି ଲାଖିଯାଏ । ତେବେ ଏହିସବୁ ପୋଷାକରେ ଟିକେ ଆଧୁନିକତାର ସ୍ପର୍ଶ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି କିଛି ଫେଶନ ଡିଜାଇନର । ଆଉ ସେଥିପାଇଁ ସେମାନେ ଏହିସବୁ ପୋଷାକରେ ରାସର ଫୁ୍ୟଜନ ଦେଉଛନ୍ତି । ଅର୍ଥାତ ପାର୍ପରିକ ପୋଷକ ଏହାସାଙ୍ଗକୁ ଟ୍ରେଣ୍ଡି ଲୁକ୍୍ । ତେବେ ଆନ୍ତ ଜାଣିନେବା କଣ ଏହି ରାସ୍୍…

ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ହସ୍ତତନ୍ତରେ ଏଭଳି ରାସର ଡିଜାଇନ୍୍ ଦେଖିବାକୁ ମିଳୁଛି । ବିଶେଷ କରି ସମ୍ବଲପୁରୀ, ପଶାପାଲିରେ ଏହାର ଝଲକ ଦେଖିବାକୁ ମିଳୁଛି ।
  ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ବ୍ୟବହାର ହେଉଛି ରାସ୍୍ ଡିଜାଇନ୍୍ । ଶାଢୀ, ସାଲବାର ସୁଟ୍୍ ସମେତ ଷ୍ଟୋଲ, ପୁରୁଷଙ୍କ ଟ୍ରାଉଜର ଜ୍ୟାକେଟ୍୍ ଆଦିରେ ରାସର ଫୁ୍ୟଜନ ଦେଖିବାକୁ ମିଳୁଛି ।
   ଦେଖବାକୁ ଗଲେ ଆଜିକାଲି ବୁଣାକାରଙ୍କ ହାତବୁଣା ଲୋପ ପାଇବାକୁ ବସିଲାଣି । ପୂର୍ବରୁ ବିବାହ ବ୍ରତ ଆଦି କାର୍ଯ୍ୟକ୍ରମରେ ପାଟ ବସ୍ତ୍ର ପିନ୍ଧୁଥିବା ବେଳେ ଏବେ ଏହା ଧିରେ ଧିରେ କମିବାରେ ଲାଗିଛି । କାରଣ ହେଉଛି ଫ୍ୟାଶନ ଏବଂ ମଡର୍ଣ୍ଣ ଲାଇଭ ଷ୍ଟାଇଲ୍୍ । ତେଣୁ ଏହାକୁ ଦୃଷ୍ଟିରେ ରଖି ପାରମ୍ପରିକ ବସ୍ତ୍ରରେ ରାସର ସ୍ପର୍ଶ ଦେଉଛନ୍ତି ଫ୍ୟାଶନ ଡିଜାଇନର ।
   ବିଶେଷ କରି ପାଟ୍-ଟସର-ସମ୍ବଲପୁରୀ-ପଶାପାଲି ମ୍ୟାଟେରିଆଲକୁ ବ୍ୟବହାର କରି ନୂଆ ଡିଜାଇନ ପ୍ରସ୍ତୁତ କରାଯାଉଛି । କେବଳ ମହିଳା ଓ ପୁରୁଙ୍କ ପୋଷାକ ନୁହେଁ ବେଡସିଟ୍୍ ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ମଧ୍ୟରେ ଏହି କାମ ଦେଖିବାକୁ ମିଳୁଛି ।
   ଆମ ରାଜ୍ୟ ଓଡିଶାରେ ସୋନପୁର, ବରଗଡ, ସମ୍ବଲପୁର ଭଳି ଜିଲ୍ଲାର ବୁଣାକାରମାନେ ଏହି କାମରେ ଲାଗିପଡିଛନ୍ତି । ଅନ୍ୟ ଜିଲ୍ଲାର ବୁଣାକାର ମାନେ ମଧ୍ୟ ଏହିକାମ ପ୍ରତି ଆଗ୍ରହ ପ୍ରକାଶ କଲେଣି ।
    ତେବେ ଏହିସବୁ ପୋଷାକର ଦାମ୍୍ ମଧ୍ୟ ଭିନ୍ନ ଭିନ୍ନ ରହିଛି । ରାସର କୁର୍ତ୍ତି ଏବଂ ଷ୍ଟୋଲର ଦାମ୍୍ ୧୦୦୦ରୁ ଆରମ୍ଭ କରି ୨୫୦୦ ପର୍ଯ୍ୟନ୍ତ ରହିଛି  । ସେହିପରି ଶାଢାର ଦାମ୍୍ ୪୦୦୦-୫୦୦୦ରୁ ଆରମ୍ଭ ହୋଇ ୨୦,୦୦୦-୨୧,୦୦୦ ପର୍ଯ୍ୟନ୍ତ ରହିଛି । ସେମିତି ବ୍ରାଇଡାଲ୍୍ ଲେହଙ୍ଗାର ମୂଲ୍ୟ ୧୫,୦୦୦ରୁ ଆରମ୍ଭ କରି ୫୦, ୦୦୦ ପର୍ଯ୍ୟନ୍ତ ରହିଛି ।
   କେବଳ ଓଡିଶା ନୁହେଁ ଓ ଦେଶ ଓ ଦେଶ ବାହାରେ ମଧ୍ୟ ଏହାର ଢେର ଡିମାଣ୍ଡ ଅଛି । ଲୋକମାନେ ଅଧିକ ଦାମ୍୍ ଦେଇ ଏସବୁ ବସ୍ତ୍ରକୁ କିଣିବାକୁ ପ୍ରସ୍ତୁତ । ବିଶେଷ କରି ଦିଲ୍ଲୀ, ମୁମ୍ବାଇ, ଯୁକ୍ତରାଷ୍ଟ୍ର ଆମେରିକା, କୋଏତ୍୍, ଦୁବାଇ ଭଳି ସହରରେ ଏହାର ବେଶ ଡିମାଣ୍ଡ ।

ONA

Leave a Reply

Top