You are here
Home > ଲାଟେଷ୍ଟ > ରାଷ୍ଟ୍ରପତି ନିର୍ବାଚନ: ବିଜେପିର କମିଟି ଗଠନ

ରାଷ୍ଟ୍ରପତି ନିର୍ବାଚନ: ବିଜେପିର କମିଟି ଗଠନ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳମାନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ, ଭାରତୀୟ ଜନତା ପାର୍ଟି ତରଫରୁ ମଧ୍ୟ ପାଇଁ କମିଟି ଗଠନ କରାଯାଇଛି। ସୂଚନା ଅନୁସାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତିନି ସଦସ୍ୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ପଦ ପାଇଁ ନାମ ନିଷ୍ପତ୍ତି ନେବାରେ ସହାୟକ ହେବ। ଶାହା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଦେବାକୁ ଯେଉଁ କମିଟି ଗଠନ କରିଛନ୍ତି, ସେଥିରେ ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ କେନ୍ଦ୍ରମନ୍ତ୍ରୀ ଭେଙ୍କୟା ନାଇଡୁ ସାମିଲ ଅଛନ୍ତି।  ସୂଚନା ଅନୁସାରେ, ଏଥି ପାଇଁ ଅମିତ ଶାହା ତାଙ୍କର ଅରୁଣାଚଳ ପ୍ରଦେଶ ଗସ୍ତ ବାତିଲ କରି ଦେଇଛନ୍ତି। କାରଣ ଦିଲ୍ଲୀରେ ଶାହାଙ୍କ ଉପସ୍ଥିତି ଜରୁରୀ ଥିଲା। ବିଜେପି ଯେକୌଣସି ମୁହୂର୍ତ୍ତରେ ରାଷ୍ଟ୍ରପତି ପଦ ପାଇଁ ପ୍ରକ୍ରିୟା ଆରମ୍ଭ କରିବ। ଅମିତ ଶାହାଙ୍କ ଆଜି (ସୋମବାର) ଅରୁଣାଚଳ ପ୍ରଦେଶ ଗସ୍ତ ଥିଲା। ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ଜୁଲାଇ ୧୭ରେ ହେଉଥିବାରୁ ନାମାଙ୍କନ ଆବେଦନର ଶେଷ ତାରିଖ ହେଉଛି ଜୁନ ୨୮। ଭୋଟ ଗଣତି ଜୁଲାଇ ୨୦ର ହେବ।

ONA

Leave a Reply

Top