You are here
Home > ଲାଟେଷ୍ଟ > ରାଜ୍ୟ ବାହାରୁ ଆଣି ଅଧ୍ୟାପକଙ୍କୁ ନିଯୁକ୍ତ କରାଯିବ- ଉଚ୍ଚଶିକ୍ଷା ମନ୍ତ୍ରୀ

ରାଜ୍ୟ ବାହାରୁ ଆଣି ଅଧ୍ୟାପକଙ୍କୁ ନିଯୁକ୍ତ କରାଯିବ- ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ପାଇଁ ଗୋଟିଏ ସିଲାବସ୍‌ର ଆବଶ୍ୟକତା ରହିଛି । ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ କୁଳପତିଙ୍କୁ କ୍ଷମତା ଦିଆଯାଇଛି । ଆବଶ୍ୟକ ହେଲେ ବାହାର ରାଜ୍ୟରୁ ଅଧ୍ୟାପକ ଆଣି ନିଯୁକ୍ତି ଦେବାକୁ କୁହାଯାଇଛି ବୋଲି କୁଳାଧିପତିଙ୍କ ବୈଠକ ପରେ ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ।ରାଜଭବନ ପରିସରରେ କୁଳାଧିପତି ରାଜ୍ୟପାଳ ଏସ.ସି. ଜମିରଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ ନୂତନ ନିଯୁକ୍ତ ହୋଇଥିବା କୁଳପତିମାନେ ପ୍ରଥମ ଥର ସମ୍ମିଳନୀରେ ଯୋଗ ଦେଇଥିଲେ। ଏତଦବ୍ୟତିତ ରାଜ୍ୟର ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସମସ୍ୟା ସହ ଉଚ୍ଚଶିକ୍ଷାର ସଂସ୍କାର, ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜର ପରୀକ୍ଷା ପରିଚାଳନା, ବିଭିନ୍ନ ସମସ୍ୟା ସହ ଆର୍ଥୀକ ସଂସ୍କାରକୁ ନେଇ ଏହି ସମ୍ମୀଳନୀରେ ଆଲୋଚନା ହୋଇଥିଲା। କ୍ୟାମ୍ପସରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ରାଜନୈତିକ ହସ୍ତକ୍ଷେପ ବନ୍ଦ ହେବା ନେଇ ରାଜ୍ୟପାଳ ଏସ.ସି. ଜମିର ଉଦବୋଧନରେ ପ୍ରକାଶ କରିଥିଲେ ।

ONA

Leave a Reply

Top