You are here
Home > ଲାଟେଷ୍ଟ > ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବ ପାରିତ: ଏଣିକି ପୌର ପରିଷଦରେ ଅନାସ୍ଥା ଭୋଟ୍ ଗୁପ୍ତ ରହିବନି ହେବ ଖୋଲା ମତଦାନ

ରାଜ୍ୟ କ୍ୟାବିନେଟରେ ୧୬ ପ୍ରସ୍ତାବ ପାରିତ: ଏଣିକି ପୌର ପରିଷଦରେ ଅନାସ୍ଥା ଭୋଟ୍ ଗୁପ୍ତ ରହିବନି ହେବ ଖୋଲା ମତଦାନ

ଭୁବନେଶ୍ବର: ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁବାର ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗୃହୀତ ହୋଇଛି। ଓଡ଼ିଶା ପୌର ଅଧିନିୟମରେ ସଂଶୋଧନ ଅଣାଯାଇ ପୌର ପରିଷଦଗୁଡ଼ିକରେ ଅନାସ୍ଥା ଭୋଟ୍ ସମୟରେ ଗୁପ୍ତ ବଦଳରେ ଖୋଲା ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ମେୟର୍ ବା ଡେପୁଟି ମେୟର୍ଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ଭୋଟ୍ ସମୟରେ ଦଳୀୟ ହ୍ବିପ୍ ଅନୁସାରେ ସଦସ୍ୟମାନେ ଭୋଟ୍ ଦେଉଛନ୍ତି ନା ନାହó ତାହା ଜାଣିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଭୋଟ୍ ସମୟରେସଂପୃକ୍ତ ସଦସ୍ୟ ନିଜନିଜ ଦଳର ପ୍ରତିନିଧିଙ୍କୁ ଭୋଟ୍ କାଗଜ ଦେଖାଇବା ପାଇଁ ନୂତନ ନିୟମକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଆଖୁଚାଷୀମାନଙ୍କୁ ସହାୟତା କରିବା ପାଇଁ ଆସ୍କା ଚିନିକଳକୁ ୧୫ କୋଟି ଟଙ୍କା ଋଣ ଦେବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଛି। ରାଜ୍ୟ ସରକାରଙ୍କ ଗ୍ୟାରେଂଟି ସ୍ଥାପନ କରିବା ପାଇଁ ନିଷ୍ପତ୍ତି ହୋଇଛି। ନ୍ୟାସ୍ନାଲ ଡାଏରୀ ଡେଭଲପମେଂଟ ବୋର୍ଡ ସହାୟତାରେ ଏହା ସ୍ଥାପନ କରାଯିବ। ଓଡ଼ିଶା ନ୍ୟାୟିକ ସେବା ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ୪ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି। ଏହି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୧୦ ବର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ରାଜ୍ୟ ନିୟୋଜନ କାର୍ଯ୍ୟାଳୟରେ ନିଯୁକ୍ତି, କୋଷାଗାର ନିଦ୍ର୍ଧେଶକ ପରିଦର୍ଶକ ସେବା ନିଯୁକ୍ତି ଏବଂ ଚାକିରୀ ସତ୍ର୍ତାବଳୀ, ଓଡ଼ିଶା କୃଷି ଯନ୍ରୀଙ୍କ ଚାକିରି, ପଶୁ ଚିକିତ୍ସା ସେବା ଓ ଓଡ଼ିଶା କାରାଗାର ସେବା ନିଯୁକ୍ତି ନିୟମାବଳୀ ଆଦିରେ ରାଜ୍ୟ କ୍ୟାବିନେଟ୍ କେତେକ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛି। ଆଡଭୋକେଟ୍ ଜେନେରାଲ୍ ରାଜ୍ୟ ବାହାରେ କୌଣସି ନ୍ୟାୟାଳୟ, ଟ୍ରିବୁ୍ୟନାଲ ବା କାର୍ଯ୍ୟବିଧିରେ ଉପସ୍ଥିତ ହେବା ପାଇଁ ପାରିଶ୍ରମିକ ୮ ହଜାରରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ନିକଟରେ ଶେଷ ହୋଇଥିବା ବିଧାନସଭା ସତ୍ରାବଶାନକୁ ମଧ୍ଯ କ୍ୟାବିନେଟ୍ ଅନୁମୋଦନ କରିଛି। ସେହିପରି ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଅଲଗା ଅଲଗା କରାଯାଇଛି। ସଂସ୍କୃତି ବିଭାଗକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭାବରେ ନୂତନ ନାମକରଣ କରାଯାଇଛି। ଗତ ଡିସେମ୍ବର ମାସରେ ପୁରୀ ଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଓଡ଼ିଆ ଭାଷା କମିଶନ ଗଠନ ନେଇ ନିଷ୍ପତ୍ତି ନେବା ପରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଆଜି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁମୋଦନ ମିଳିଛି। ଭୂତଳ ପାଇପ୍ ଲାଇନ୍ େଯାଗେ ଏହି ପ୍ରକଳ୍ପ ଦ୍ବାରା ନୂଆପଡ଼ା ଜିଲ୍ଲାର ୧୩,୫୦୦ ହେକ୍ଝର ଏବଂ ବଲାଙ୍ଗିର ଜିଲ୍ଲାର ୧୬,୪୦୦ ହେକ୍ଝର ଜମିକୁ ଜଳସେଚନ ସୁବିଧା େଯାଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ମେସର୍ସ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର କମ୍ପାନୀକୁ ସମ୍ପୃକ୍ତ ଠିକା କାର୍ଯ୍ୟ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆପଡ଼ା ଜିଲ୍ଲାର ୪ଟି ଫ୍ଲୋରାଇଡ୍ ପ୍ରଭାବିତ ବ୍ଲକ୍ ପାଇଁ ୫ଟି ବୃହତ୍ ପାଇପ୍ େଯାଗେ ପାନୀୟ ଜଳ େଯାଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ନାବାର୍ଡ ସହାୟତାରେ ୩୭୦ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ୨୪ ମାସ ସମୟସୀମା ମଧ୍ଯରେ ଶେଷ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ଆସିକା ଚିନିକଳକୁ ୧୫ କୋଟି ଋଣ
ବାରଙ୍ଗରେ ୫ ଲକ୍ଷ ଲିଟର୍ ଦୁଗ୍ଧ ପ୍ଲାଂଟ
ପର୍ଯ୍ୟଟନ-ସଂସ୍କୃତି ବିଭାଗ ଅଲଗା ହେଲେ

ONA

Leave a Reply

Top