You are here
Home > ଲାଟେଷ୍ଟ > ରାଜ୍ୟ କଂଗ୍ରେସର ସ୍ଥିତି ପରଖୁଛନ୍ତି ପର୍ଯ୍ୟବେକ୍ଷକ

ରାଜ୍ୟ କଂଗ୍ରେସର ସ୍ଥିତି ପରଖୁଛନ୍ତି ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ରାଜ୍ୟରେ ନିଜର ସ୍ଥିତି ବଞ୍ଚାଇବାକୁ ସଂଘର୍ଷ କରୁଥିବା କଂଗ୍ରେସରେ ଚାଲିଛି ମାନସ ମନ୍ଥନ । ଏବେ ରାଜ୍ୟ କଂଗ୍ରେସର ସ୍ଥିତି ପରଖୁଛନ୍ତି ଏଆଇସିସିର ତିନି ଜଣିଆ ସଦସ୍ୟ ବିଶିଷ୍ଟ ପର୍ଯ୍ୟବେକ୍ଷକ ଟିମ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସଭାପତିମାନଙ୍କ ସହ ଆଲୋଚନା କରିଛନ୍ତି । ଦଳର ସ୍ଥିତି, ଦଳ କାହିଁକି ଦୁର୍ବଳ ହେଲା ଏବଂ କାହାକୁ ନେତୃତ୍ୱ ଦେଲେ ଦଳ ମଜଭୁତ ହେବ ସେ  ନେଇ ପର୍ଯ୍ୟବେକ୍ଷକ ଟିମ୍ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଜିଲ୍ଲାସଭାପତି ମଧ୍ୟ ଖୋଲାଖୋଲି ନିଜ ମତ ରଖିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ପିସିସିର ପଦାଧିକାରୀ ଛାମୁଆ ସଂଗଠନର ମୁଖିଆଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି । ପର୍ଯ୍ୟବେକ୍ଷକ ଟିମରେ ଅଛନ୍ତି ସାଂସଦ ଗୌରଭ ଗୋଗଇ, ପୂର୍ବତନ  କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏବଂ ସାଂସଦ ତାମ୍ରଧ୍ୱଜ ସାହୁ । କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ରବିବାର ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ, ରାଜ୍ୟ ପିସିସି ସଭାପତି ନେଇ କଂଗ୍ରେସରେ ଦଳୀୟ କନ୍ଦଳ ବୃଦ୍ଧି ପାଇଛି । ଗୋଟିଏ ଗୋଷ୍ଠୀ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି କରାଯିବାକୁ ଦାବି କରୁଛନ୍ତି । କଂଗ୍ରେସର ଏମିତି ସ୍ଥିତିକୁ ନେଇ ଜଣେ ଜଣେ ନେତା ଦଳ ଛାଡିଛନ୍ତି । ରାଜ୍ୟରେ ଦଳର ସ୍ଥିତି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ।

ONA

Leave a Reply

Top