You are here
Home > ଲାଟେଷ୍ଟ > ରାଜଧାନୀ ପକ୍ଷୀଙ୍କ ଶୋଷ ମେଣ୍ଟାଇବ ବିଏମସି

ରାଜଧାନୀ ପକ୍ଷୀଙ୍କ ଶୋଷ ମେଣ୍ଟାଇବ ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଖରାଦିନେ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯିବ । ପକ୍ଷୀମାନଙ୍କୁ ପ୍ରଚଣ୍ଡ ଶ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ବିଏମସି ପକ୍ଷରୁ ଯୋଜନା କରାଯାଇଛି । ଖରାଦିନ ଆସିଲେ ରାଜଧାନୀରେ ସୃଷ୍ଟି ହୁଏ ପାଣିର ଘୋର ଅଭାବ କେବଳ ମଣିଷ ନୁହେଁ ପଶୁପକ୍ଷୀ ପାଣିଟୋପେ ପାଇଁ ଡହଳବିକଳ ହୁଅନ୍ତି । ତେବେ ଏହାର ମୁକାବିଲା ପାଇଁ ଚଳିତ ମାସ ୨୫ ତାରିଖ ଠାରୁ ରାଜଧାନୀରେ ବିଭିନ୍ନ ସ୍ଥାନରେ ୧୦୦ଟି ପାଣି କୁଣ୍ଡ ରଖାଯିବ । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସହାୟତାରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ବିଏମସି ଯୋଜନା ପ୍ରସ୍ତୁତ କରିଛି । ତଥ୍ୟ କହୁଛି ଖରାଦିନେ ଭୁବନେଶ୍ୱରରେ ପ୍ରାୟ ଦେଢ଼ ଲକ୍ଷ ପକ୍ଷୀଙ୍କ ସମାଗମ ହୁଏ । ଘରଚଟିଆ କୁଆ, ପାରାଠାରୁ ଆରମ୍ଭ କରି ଅନେକ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ସମାଗମ ହୁଏ ରାଜଧାନୀର ବିଭିନ୍ନ ଅଞ୍ଚଳରେ । ତେବେ ସେମାନଙ୍କ ସୁରକ୍ଷା ପାଇଁ ବିଏମସି ଏଥର ଅଣ୍ଟା ଭିଡିଛି ।

ONA

Leave a Reply

Top