You are here
Home > ଇଣ୍ଡିଆ > ରାଉରକେଲା-ଜାମ୍ମୁତତ୍ତ୍ୱୀ ଏକ୍ସପ୍ରେସ୍ର ସମ୍ପ୍ରସାରଣ: ଉଦଘାଟନ କଲେ ରେଳମନ୍ତ୍ରରୀ ସୁରେଶ ପ୍ରଭୂ

ରାଉରକେଲା-ଜାମ୍ମୁତତ୍ତ୍ୱୀ ଏକ୍ସପ୍ରେସ୍ର ସମ୍ପ୍ରସାରଣ: ଉଦଘାଟନ କଲେ ରେଳମନ୍ତ୍ରରୀ ସୁରେଶ ପ୍ରଭୂ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୂ ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଉରକେଲା-ଜମ୍ମୁତତ୍ତ୍ୱୀ-ରାଉରକେଲା ଏକ୍ସପ୍ରେସର ସମ୍ବଲପୁର ପର୍ଯ୍ୟନ୍ତ ସଂପ୍ରସାରଣର ଉଦଘାଟନ କରିଛନ୍ତି । ଏତଦଭିନ୍ନ ପଲାସା ଓ ଶ୍ରୀକାକୁଲମ ଷ୍ଟେସନ୍ଠାରେ ମାଗଣା ୱାଇଫାଇ ସେବା ଓ ପାର୍ବତୀପୁରମ ଠାରେ ଯାତ୍ରା ପ୍ରତିକ୍ଷାଳୟ ଏବଂ ଡର୍ମିଟୋରୀ ଉଦଘାଟନ କରିଛନ୍ତି । ସମ୍ବଲପୁର ଷ୍ଟେସନଠାରେ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ପ୍ରଭାଶ କୁମାର ସିଂହ , ବିଧାୟିକା ରାଶେଶ୍ୱରୀ  ପାଣିଗ୍ରାହୀ ତଥା ରବିନାରାୟଣ ନାୟକ ପ୍ରମୁଖ ଯୋଗଦେଇ ଟ୍ରେନ୍ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପଲାସା ଷ୍ଟେସନ୍ ଠାରେ ବିଧାୟକ ଗୌତମ ଶ୍ୟାମସୁନ୍ଦର ଶିବାଜୀ ଉପସ୍ଥିତ ରହି ୱାଇଫାଇ ସେବାର ଉଦଘାଟନ କରିଥିଲେ  । ସମ୍ବଲପୁରରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଦିନ ୧୧ଟା ୩୦ ମିନିଟ୍ରେ ଜମ୍ମୁତତ୍ତ୍ୱୀକୁ ଯାତ୍ରା ଆରମ୍ଭ କରିଥିଲା  । ଏହି ଟ୍ରେନ୍ଟି ନିର୍ଦ୍ଧାରିତ ସମୟରେ ୧୩ ତାରିଖ ଠାରୁ ନିୟମିତ ଚଳାଚଳ କରିବ ।

ONA

Leave a Reply

Top