You are here
Home > ଲାଟେଷ୍ଟ > ରାଉରକେଲାକୁ ବିମାନ ସେବା ବନ୍ଦ!

ରାଉରକେଲାକୁ ବିମାନ ସେବା ବନ୍ଦ!

ଭୁବନେଶ୍ୱର: ପାଖାପାଖି ବର୍ଷେ ୮ ମାସ ତଳେ ରାଜ୍ୟରେ ଆରମ୍ଭ ହୋଇଥିଲା ଘରୋଇ ବିମାନ ସେବା । ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡାକୁ ସଂଯୋଗ କରୁଥିଲା ଏହି ବିମାନ ସେବା । କିନ୍ତୁ ଏଥିରୁ ବାଦ ପଡିବାକୁ ଯାଉଛି ରାଉରକେଲା । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇସ୍ପାତନଗରୀ  ରାଉରକେଲାକୁ ଉଡାଣ ବନ୍ଦ କରାଯିବା ନେଇ ଏକ ନେଟିସ୍ ଜାରି କରିଛନ୍ତି  । ଭିତ୍ତିଭୂମି ଅଭାବ ଓ ଅବ୍ୟବସ୍ଥା କାରଣରୁ ରାଉରକେଲା ବିମାନ ବନ୍ଦରରେ କୌଣସି   ବିମାନ ଉଡାଣ ଓ ଅବତରଣ କରିପାରିବ ନାହିଁ ବୋଲି ନୋଟିସ୍ ଜାରି କରାଯାଇଛି ।  ନବୀକରଣ ଠିକ୍ ସମୟରେ ହେଉଥିବା ସହ ଉଡାଣ ଯୋଜନାରେ ସାମିଲ ରାଉରକେଲା ବିମାନ ବନ୍ଦରକୁ ଆବଶ୍ୟକୀୟ ଭିତ୍ତଭୂମି ଯୋଗାଇ ଦିଆଯାଉନଥିବା ଯୋଗୁଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡିଜିସିଏ ଏପରି ପଦକ୍ଷେପ ଗ୍ରହଣ କରିଛି ।
  ଗତ ୨୦୧୬ ଜାନୁଆରୀ ୧୯ରେ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ବିଧିବଦ୍ଧ ଭାବେ ଏୟାର ଓଡ଼ିଶାର ଆନ୍ତଃଜିଲ୍ଲା ବିମାନ ସେବା ଆରମ୍ଭ ହୋଇଥିଲା । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମ୍ବଲପୁରକୁ ପ୍ରଥମ ବିମାନ ଉଡାଣ କରିଥିଲା  । ରାଜ୍ୟରେ ଶିଳ୍ପାୟନର ଅଭିବୃଦ୍ଧି ଓ ଏକାଧିକ ଜାତୀୟ ଶିକ୍ଷାନୁଷ୍ଠାନ ସଂଖ୍ୟାରେ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦ୍ୱିତୀୟ ଥର ପାଇଁ ଆନ୍ତଃଜିଲ୍ଲା ବିମାନ ସେବା କରିଥିଲେ । ୨୦୧୫ ଡିସେମ୍ବର ୧୮ରେ ଭୁବନେଶ୍ୱରରୁ ରାଉରକେଲା ଓ ସମ୍ବଲପୁରକୁ ପରୀକ୍ଷାମୂଳକ ଉଡ଼ାଣ କରାଯାଇଥିଲା । ବ୍ୟାବସାୟିକ ବିମାନ ସେବା ଆରମ୍ଭ ପାଇଁ ଡିଜିସିଏ ପକ୍ଷରୁ ୨୦୧୫ ଡିସେମ୍ବର ୨୫ରେ ଅନୁମତି ମିିଳିଥିଲା । ରାଜ୍ୟରେ ଏହି ବିମାନ ସେବା ସପ୍ତାହରେ ୬ ଦିନ ଚାଲିଛି ଏବଂ ରବିବାର ଉଡ଼ାଣ ବନ୍ଦ ରହୁଛି । ବିମାନଟି ପ୍ରତ୍ୟେକ ଦିନ ସକାଳେ ଭୁବନେଶ୍ୱରରୁ ବାହାରି ସମ୍ବଲପୁର ଓ ସେଠାରୁ ଝାରସୁୁଗୁଡ଼ାକୁ ଯାଇଥାଏ । ଏହାର ଅଧଘଣ୍ଟା ପରେ ବିମାନ ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥାଏ ।  ପୁନଶ୍ଚ ସେହିଦିନ ବିମାନଟି ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଓ ସେଠାରୁ ରାଉରକେଲା ଯାଇ ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରୁଛି । ତେବେ ରାଉରକେଲାକୁ ସେବା ବନ୍ଦ ହେବା ପାଇଁ ନିଷ୍ପତ୍ତି ହୋଇଥିବାରୁ ଭୁବନେଶ୍ୱରରୁ ବିମାନ ଜୟପୁର ଯାଇ ସେଠାରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବ ।

ONA

Leave a Reply

Top