You are here
Home > ଲାଟେଷ୍ଟ > ରବି ନନ୍ଦ, ଶକ୍ତିମନ୍ତ୍ରୀଙ୍କ କଲ ଯାଞ୍ଚ ହେଉ: ବିଜେପି

ରବି ନନ୍ଦ, ଶକ୍ତିମନ୍ତ୍ରୀଙ୍କ କଲ ଯାଞ୍ଚ ହେଉ: ବିଜେପି

ବିଜେଡି କହିଲା ବାବୁଲା ଓ ତାଙ୍କ ପରିବାରକୁ ଡାକିଥିଲା କିଏ?
ଭୁବନେଶ୍ୱର: ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ପଣ୍ଡା ଉଦ୍ଧାର ଘଟଣାରେ ରାଜନୀତି ସରଗରମ ହୋଇଛି । ଶାସକ ବିଜୁ ଜନତା ଦଳ ଓ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ରାଜନେତାଙ୍କ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ଆଲୋଚନା ପର୍ଯ୍ୟାଲୋଚନା  ଜାରି ରହିଛି । ଏହି ବିବାଦରେ ଆମ ଓଡ଼ିଶାର ସଂଯୋଜକ ମଧ୍ୟ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ଉପସଭାପତି ଶୁକ୍ରବାର କହିଛନ୍ତି, ଶାସକ ଦଳ ଓ ଡିଜିଙ୍କ ସଲାସୁତୁରାରେ ରାଜନୈତିକ ଆକ୍ରମଣ କରିବା ପାଇଁ ବାବୁଲାକୁ ମୋହରା କରାଯାଇଛି । ଯାହାକି  ଏହି ଯୋଜନା ବୁମେରାଂ ସାବ୍ୟସ୍ତ ହେବ । ରବି ନନ୍ଦ ଓ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ମୋବାଇଲ କଲ ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି  । ଏତଦଭିନ୍ନ  ଉଭୟଙ୍କୁ କଣ ପାଇଁ ଜେରା କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
  ବିଜେପିର ଏଭଳି ଅଭିଯୋଗ ପରେ ପାଲଟା ଜବାବ ଦେଇଛି ବିଜେଡି  । ବିଜେଡି ମୁଖପାତ୍ର ପ୍ରତାପ ଦେବ ବିଜେପିକୁ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, ବାବୁଲା ଓ ତାଙ୍କ ପରିବାରକୁ କିଏ ଡାକିଥିଲା ? ତାଙ୍କୁ ସୁରକ୍ଷିତ ଭାବେ  ଫେରାଇବା ଦାୟିତ୍ୱ କାହାର? ଘଟଣା ସମ୍ପର୍କରେ ବିଜେପି କେନ୍ଦ୍ର କିମ୍ବା  ପିଏମ୍ଓକୁ ଜଣାଇଲା କି ବୋଲି ପ୍ରଶ୍ନ କରିଛନ୍ତି  । ଘଟଣା ସମ୍ପର୍କରେ ବିଜେପି କେନ୍ଦ୍ର କିମ୍ବା ପିଏମଓକୁ ଜଣାଇଲା କି ବୋଲି ସେ ପ୍ରଶ୍ନ କରିଛନ୍ତି  । ବାବୁଲା ଘଟଣାକୁ ନେଇ ବିଜେପି ସବୁବେଳେ ବିଭ୍ରାନ୍ତିକର ତଥ୍ୟ ଦେଉଛି । ଯଦି ପୂର୍ବତନ ମନ୍ତୀଙ୍କ ନାଁରେ ଅଭିଯୋଗ ଆସୁଛି , ତାହେଲେ ତଦନ୍ତ ହେଉ  । ଏହି ମାମଲାରେ  ଡିଜି କଣ କହିଛନ୍ତି, ସେ ବିଷୟରେ ଡିଜି ହିଁ ଉତ୍ତର ଦେବେ ବୋଲି ପ୍ରତାପ ଦେବ କହିଛନ୍ତି  । ଏହି ବିବାଦରେ ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ  କହିଛନ୍ତି, କେବଳ ରାଜନୈତିକ ଫାଇଦା ପାଇଁ ସମସ୍ତ ଦଳ ବାବୁଲାର ଦୁରୁପଯୋଗ  କରିଛନ୍ତି  । ମୋଦିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ପରେ ରହସ୍ୟଜନକ ଭାବେ ହଠାତ  ଗାଏବ ହୋଇଯିବା ନିଶ୍ଚିତ ଭାବେ ରାଜନୈତିକ ଦଳଙ୍କ ଉପରକୁ ଅଙ୍ଗୁଳି ନିର୍ଦେଶ କରୁଛି । ସେଥିପାଇଁ ବାବୁଲାଙ୍କ ପଚରା ଉଚୁରା କଲେ ଏହି ରାଜନୀତି ଦଳଙ୍କ ଅସଲ ମୁଖା ଖୋଲିବ ବୋଲି ସୌମ୍ୟରଞ୍ଜନ କହିଛନ୍ତି  ।

ONA

Leave a Reply

Top