You are here
Home > ଲାଟେଷ୍ଟ > ରଥଯାତ୍ରା ସୁରକ୍ଷା ସମୀକ୍ଷା: ଏଡିଜି ବିନୟ ଝାଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ

ରଥଯାତ୍ରା ସୁରକ୍ଷା ସମୀକ୍ଷା: ଏଡିଜି ବିନୟ ଝାଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ

ପୁରୀ: ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ କରିବା ପାଇଁ   ଗୁରୁବାର ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ଏହି ବୈଠକରେ ଏଡିଜି, ଆଇଜିଙ୍କ ସମେତ ୧୨ ଜଣ ଆଇପିଏସ ଅଧିକାରୀ ଉପସ୍ଥିତ  ଥିଲେ । ରଥଯାତ୍ରାକୁ ଆଉ ଦୁଇ ଦିନ ବାକି ଥିବାରୁ ପୋଲିସ ଡିଜି ବୈଠକରେ ଆଇନ ଶୃଙ୍ଖଳା, ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ସମୀକ୍ଷା ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ୫ଟି ସେକ୍ଟରରେ ବିଭକ୍ତ କରାଯାଇଛି । ବୈଠକରେ ଉପସ୍ଥିତ ଥିବା ଆଇପିଏସ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି । ସୂଚନାନୁସାରେ ରଥଯାତ୍ରାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି ଏଡିଜି ବିନୟାନନ୍ଦ ଝା  । ଟ୍ରାଫିକ୍ ଦାୟିତ୍ୱରେ ଅଛନ୍ତି ଆଇଜି ସଞ୍ଜୀବ ପଣ୍ଡା, ଭିଡ ନିୟନ୍ତ୍ରଣ ଦାୟିତ୍ୱରେ ଆଇଜି ଅସିତ ପାଣିଗ୍ରାହୀ, କର୍ଡନ ଦାୟିତ୍ୱରେ ସତ୍ୟଜିତ ମହାନ୍ତି ଓ ଦୀପ୍ତେଶ ପଟ୍ଟନାୟକ, ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ରହିଛନ୍ତି । ରଥଯାତ୍ରା ପାଇଁ ୧୨ ଏସପି  ପାହ୍ୟାର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖି ୨୮  ଏଏସପି, ୬୮ ଜଣ ଡିଏସପି, ୧୩୬ ଇନ୍ସପେକ୍ଟର, ୬୪୩ ଏସଆଇ, ୪୬୮ କନଷ୍ଟେବଲ, ୧୧୩ ଟ୍ରାଫିକ କନଷ୍ଟେବଲ, ୧୧୩ ଟ୍ରାଫିକ୍ କନଷ୍ଟେବଲ, ୧୫୮୦ ହୋମଗାର୍ଡ, ୨ କମ୍ପାନୀ ଆଇଏଏଫ୍, ଦୁଇ କମ୍ପାନୀ ଆରଏଏଫ୍, ଦୁଇ କମ୍ପାନୀ ଏସଓଜି, ଦୁଇ କମ୍ପାନୀ ଓଡ୍ରାଫ୍ ଓ ୧୨୭ ପ୍ଲାଟୁନ୍ ଫୋର୍ସ ପୋଲିସ ମୁତୟନ ହେବେ ।
ଯାଞ୍ଚ ହେବ ରଥଯାତ୍ରାର ନିର୍ମାଣ କାର୍ଯ୍ୟ
  ବୁଧବାର ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଅଖ ଭାଙ୍ଗି ଯାଇଥିବା ଖବର   ପ୍ରସାରିତ ହୋଇଥିଲା । ଏହାକୁ ନେଇ ତୁମ୍ବିତୁଫାନ ଉଠିଛି । ଖୁବ ଶୀଘ୍ର ସୁଭଦ୍ରାଙ୍କ ରଥର ଅଖ ପରିବର୍ତ୍ତନ କରାଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆ ଅଖ ପାଇଁ ଆବଶ୍ୟକ କାଠ ରଥ ଖଳାରେ ପହଞ୍ଚିସାରିଛି । ଏକ ବୈଷୟିକ କମିଟି ପୁରୀ ଯାଇ ଅଖ ଭଙ୍ଗା ଘଟଣାର ଅନୁଧ୍ୟାନ କରୁଛି  । ଏହି କମିଟିରେ ରଥ ବିଶେଷଜ୍ଞ ଓ ପିଡବ୍ଲୁ୍ୟଡିର ବରିଷ୍ଠ ଯନ୍ତ୍ରୀ ଅଛନ୍ତି । ବୈଷୟିକ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବ  ।

ONA

Leave a Reply

Top