You are here
Home > ଲାଟେଷ୍ଟ > ଯିବାକୁ ପଡିବନି ପୋଲିସ ଷ୍ଟେସନ: ଘରେ ବସି ପଞ୍ଜିକରଣ କରିବେ ବରିଷ୍ଠ ନାଗରିକ

ଯିବାକୁ ପଡିବନି ପୋଲିସ ଷ୍ଟେସନ: ଘରେ ବସି ପଞ୍ଜିକରଣ କରିବେ ବରିଷ୍ଠ ନାଗରିକ

ଭୁବନେଶ୍ୱର: ନାମ ପଞ୍ଜିକରଣ କରିବାକୁ ବରିଷ୍ଠ ନାଗରିକମାନଙ୍କୁ ଆଉ ଏଣିକି ଥାନାକୁ ଯିବାକୁ ପଡିବ ନାହିଁ । ଘରେ ବସି ମୋବାଇଲ ମାଧ୍ୟମରେ ଅନଲାଇନରେ ବରିଷ୍ଠ ନାଗରିକମାନେ ନିଜର ନାମ ପଞ୍ଜିକରଣ କରିପାରିବେ । ସେଥିପାଇଁ ଆଜି କମିଶନରେଟ୍ ପୋଲିସ ପକ୍ଷରୁ ୱେବ ଆପ୍ଲିକେସନ୍ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆପର ଉପଘାଟନ କରିଛନ୍ତି । ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ବରିଷ୍ଠ ନାଗରିକଙ୍କ ସମ୍ମିଳନୀ ଉଦଘାଟିତ ହୋଇଛି । ଏହି ଅବସରରେ ରାଜ୍ୟରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସଂଖ୍ୟା ନେଇ କମିଶନରେଟ୍ ପୋଲିସ ୱେବ୍ ଆପ୍ଲିକେସନ୍ର ଶୁଭାରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱରରେ ଏହି ଆପ କାର୍ଯ୍ୟ କରିବ । ଏହା ପରେ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ଲାଗୁ କରାଯିବ । ଏହାଦ୍ୱାରା ବରିଷ୍ଠ ନାଗରିକମାନେ ଘରେ ବସି ଅନଲାଇନରେ ପଞ୍ଜୀକରଣ କରିପାରିବେ । ଉଦଘାଟନୀ ଉତ୍ସବରେ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ନେଇ ନିଆଯାଉଥିବା ପଦକ୍ଷେପ ଉପରେ ପୋଲିସ ଅଧିକାରୀଙ୍କ ପାଇଁ ଏକ ହ୍ୟାଣ୍ଡବୁକ୍ ଉନ୍ମୋଚନ କରାଯାଇଛି । ଏହା ସହିତ ସମ୍ମିଳନୀରେ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ପୂର୍ବରୁ ମୋଟ ୧୧ ହଜାର ୩୩୫ ଜଣ ବରିଷ୍ଠ ନାଗରିକ ନିଜର ନାମ ପଞ୍ଜିକରଣ କରିଛନ୍ତି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ପୋଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ପୋଲିସ କମିଶନର ୱାଇ ବି ଖୁରାନିଆ ପ୍ରମୁଖ ଯୋଗ ଦେଇଛନ୍ତି ।

ONA

Leave a Reply

Top